୧୯୮୪ ଦଙ୍ଗା ପାଇଁ ରାଜୀବ ଗାନ୍ଧି ଦାୟୀ: ହରସିମରତ୍‌ କୌର

ନୂଆଦିଲ୍ଲୀ: ଗୁରୁବାର କେନ୍ଦ୍ରମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ନେତା ହରସିମରତ୍‌ କୌର ବାଦଲ କହିଛନ୍ତି ୧୯୮୪ ମସିହାର ଶିଖ୍‌ ଦଙ୍ଗା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଦାୟୀ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଘଟିଥିବା ଏହି ଶିଖ୍‌ ବିରୋଧୀ ଦଙ୍ଗା ଦେଶର ଇତହାସରେ ଏକ କଳା ଦାଗ। ସେ ଆଜି କହିଛନ୍ତି, “୧୯୮୪ ମସିହାରେ ଶିଖ୍‌ଙ୍କ ଗଣହତ୍ୟା ଭାରତ ମାତାର ଇତିହାସରେ ଏକ କଳାଦାଗ ଏବଂ ଏଥିପାଇଁ ରାଜୀବ ଗାନ୍ଧି ଦାୟୀ। […]

badal

Subrat Kumar Nayak
  • Published: Thursday, 05 December 2019
  • , Updated: 05 December 2019, 11:03 PM IST

ନୂଆଦିଲ୍ଲୀ: ଗୁରୁବାର କେନ୍ଦ୍ରମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ନେତା ହରସିମରତ୍‌ କୌର ବାଦଲ କହିଛନ୍ତି ୧୯୮୪ ମସିହାର ଶିଖ୍‌ ଦଙ୍ଗା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଦାୟୀ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଘଟିଥିବା ଏହି ଶିଖ୍‌ ବିରୋଧୀ ଦଙ୍ଗା ଦେଶର ଇତହାସରେ ଏକ କଳା ଦାଗ।

ସେ ଆଜି କହିଛନ୍ତି, “୧୯୮୪ ମସିହାରେ ଶିଖ୍‌ଙ୍କ ଗଣହତ୍ୟା ଭାରତ ମାତାର ଇତିହାସରେ ଏକ କଳାଦାଗ ଏବଂ ଏଥିପାଇଁ ରାଜୀବ ଗାନ୍ଧି ଦାୟୀ। ସେ ସେନାକୁ ଅଟକାଇ ରଖିଥିଲେ। ଏଥିପାଇଁ ଗାନ୍ଧି ପରିବାର କ୍ଷମା ମାଗିବା ଦରକାର।”

୧୯୮୪ ମସିହାର ଏହି ଭୟଙ୍କର ଅଘଟଣ ବାବଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ଏହି ପ୍ରତିକ୍ରିୟା ଦେଇଛନ୍ତି। ମନମୋହନ ପୂର୍ବରୁ କହିଥିଲେ, ପିଭି ନରସିହ୍ମା ରାଓ ଠିକ ସମୟରେ ସେନାକୁ ଡାକିଥିଲେ ଦଙ୍ଗାକୁ ଏଡ଼ାଇ ଦେଇ ହୋଇଥା’ନ୍ତା। ପୂର୍ବତନ ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲଙ୍କ ସ୍ମୃତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ଗୁଜରାଲ ରାଓଙ୍କୁ ଯଥାଶୀଘ୍ର ସେନା ଡକାଇବା ପାଇଁ କହିଥିଲେ। ସେହି ଉପଦେଶ ମାନିଥିଲେ ୧୯୮୪ ଦଙ୍ଗା ଏଡ଼ାଇଦେଇ ହୋଇଥା’ନ୍ତା।

ଏହା ପୂର୍ବରୁ ଶିରୋମଣି ମୁଖ୍ୟ ସୁଖବୀର ସିଂହ ବାଦଲ କହିଥିଲେ, ମନମୋହନଙ୍କ ଏଭଳି ମନ୍ତବ୍ୟ ଶୁଣି ଗଭୀର ମର୍ମାହତ। ଏପରି କହି ରାଜୀବ ଗାନ୍ଧିଙ୍କ ଦୋଷ ହଟାଇବାର ପ୍ରୟାସ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ।

Related story