ରାଜନାଥ ୬ଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ କମିଟିର ସଦସ୍ୟ ରହିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଠନ କରିଥିବା ୮ଟି କ୍ୟାବିନେଟ୍‌ କମିଟିରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ମାତ୍ର ୨ଟି କମିଟିରେ ସଦସ୍ୟ କରାଯାଇଥିଲା। ଏପରି କି ରାଜନୀତିକ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ କମିଟିରୁ ମଧ୍ୟ ରାଜନାଥଙ୍କୁ ବାଦ୍‌ ଦିଆଯାଇଥିଲା। ତେବେ ଏହାକୁ ନେଇ ଦିନ ତମାମ ମାନସ ମନ୍ଥନ ପରେ ରାଜନାଥଙ୍କୁ ରାଜନୀତିକ ବ୍ୟାପାର କମିଟିର ସଦସ୍ୟ ଭାବେ ନିଆଯାଇଛି। ଏହାବାଦ୍‌ ଆଉ ୩ଟି କମିଟିରେ ମଧ୍ୟ ରାଜନାଥ ସଦସ୍ୟ ହୋଇଛନ୍ତି। ପୂର୍ବରୁ ୨ଟି କ୍ୟାବିନେଟ୍‌ […]

wa

wa

Hemant Lenka
  • Published: Thursday, 06 June 2019
  • Updated: 06 June 2019, 10:35 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଠନ କରିଥିବା ୮ଟି କ୍ୟାବିନେଟ୍‌ କମିଟିରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ମାତ୍ର ୨ଟି କମିଟିରେ ସଦସ୍ୟ କରାଯାଇଥିଲା। ଏପରି କି ରାଜନୀତିକ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ କମିଟିରୁ ମଧ୍ୟ ରାଜନାଥଙ୍କୁ ବାଦ୍‌ ଦିଆଯାଇଥିଲା। ତେବେ ଏହାକୁ ନେଇ ଦିନ ତମାମ ମାନସ ମନ୍ଥନ ପରେ ରାଜନାଥଙ୍କୁ ରାଜନୀତିକ ବ୍ୟାପାର କମିଟିର ସଦସ୍ୟ ଭାବେ ନିଆଯାଇଛି। ଏହାବାଦ୍‌ ଆଉ ୩ଟି କମିଟିରେ ମଧ୍ୟ ରାଜନାଥ ସଦସ୍ୟ ହୋଇଛନ୍ତି। ପୂର୍ବରୁ ୨ଟି କ୍ୟାବିନେଟ୍‌ କମିଟିରେ ଥିବା ରାଜନାଥ ଏବେ ୬ଟିରେ ସଦସ୍ୟ ହୋଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସର୍ବାଧିକ ୮ଟି ଯାକ କମିଟିର ସଦସ୍ୟ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଟି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭ଟି, କମର୍ସ ଓ ରେଳମନ୍ତ୍ରୀ ପୀୟୂଷ ଗୋଏଲ ୫ଟି କ୍ୟାବିନେଟ୍‌ କମିଟିର ସଦସ୍ୟ ରହିଛନ୍ତି।

ପ୍ରଥମେ ରାଜନାଥ ସିଂହଙ୍କୁ କେବଳ ଅର୍ଥନୀତିକ ବ୍ୟାପାର ଓ ସୁରକ୍ଷା କ୍ୟାବିନେଟ୍‌ରେ ରଖା ଯାଇଥିଲା। ରାଜନୀତି ବ୍ୟାପାର କମିଟି, ଯାହା ବିଭିନ୍ନ ଯୋଜନା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାଏ, ସେଥିରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ବାଦ୍‌ ଦିଆଯାଇଥିଲା। ଏହି କମିଟିରେ ଅମିତ ଶାହ, ନୀତୀନ ଗଡ଼କରୀ, ନିର୍ମଳା ସୀତାରମଣ, ନରେନ୍ଦ୍ର ତୋମାର, ରବିଶଙ୍କର ପ୍ରସାଦ, ଡା. ହର୍ଷବର୍ଦ୍ଧନ, ପୀୟୂଷ ଗୋଏଲ, ପ୍ରହ୍ଲାଦ ଯୋଶୀ, ରାମ ବିଲାସ ପାଶ୍ୱାନ, ହର୍ସିମିରତ କୌର ବାଦଲ ଓ ଅରବିନ୍ଦ ସାୱନ୍ତ ରହିଥିଲେ। ଏବେ ରାଜନାଥ ଏଥିରେ ସାମିଲ ହୋଇଛନ୍ତି। ରାଜନାଥ ଏହି କମିଟିରେ ରହିବା ଏକ ପ୍ରକାର ଅପରିହାର୍ଯ୍ୟ ଥିଲା। କାରଣ ସେ କ୍ୟାବିନେଟ୍‌ର ନମ୍ବର-୨ ମନ୍ତ୍ରୀ ଓ ଏଥିପାଇଁ ସେ ମୋଦିଙ୍କ ପରେ ଶପଥ ନେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ
ନମ୍ବର-୨ ମନ୍ତ୍ରୀ ହିଁ ରାଜନୀତିକ ବ୍ୟାପାର କମିଟି ଏବଂ କ୍ୟାବିନେଟ୍‌ କମିଟିର ମୁଖ୍ୟ ଭାବେ ଦାୟିତ୍ଵ ନିର୍ବାହ କରିଥାଆନ୍ତି। ମୋଦି-୧ ସରକାରରେ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ରାଜନୀତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ସଦସ୍ୟ ରହିଥିଲେ।

ରାଜନାଥ ଏବେ ସଂସଦୀୟ ବ୍ୟାପାର କମିଟି, ରାଜନୀତିକ ବ୍ୟାପାର, ନିବେଶ, ଅଭିବୃଦ୍ଧି ଓ କର୍ମନିଯୁକ୍ତି ଏବଂ ଦକ୍ଷତା ବିକାଶ ପାଇଁ ଗଠିତ କ୍ୟାବିନେଟ୍‌ କମିଟି ସଦସ୍ୟ ହୋଇଛନ୍ତି। ରାଜନାଥ ବିଭିନ୍ନ କମିଟିରେ ସାମିଲ ହୋଇଥିବାରୁ ଅମିତ ଶାହଙ୍କ ତୁଳନାରେ ତାଙ୍କ ଗୁରୁତ୍ଵ ଅଧିକ ରହିବ। ତେବେ ନିଯୁକ୍ତି ଓ ଆକୋମୋଡେସନ୍‌ କମିଟିରେ କେବଳ ଶାହ ଓ ମୋଦି ରହିଥିବାରୁ ଏଥିରେ ରାଜନାଥଙ୍କ ବିଶେଷ ପ୍ରଭାବ ରହିବ ନାହିଁ।

ମୋଦି ଅର୍ଥନୀତିକ ବ୍ୟାପାର କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅମିତ ଶାହ, ରାଜନାଥ ସିଂହ, ନୀତୀନ ଗଡ଼କରୀ, ନିର୍ମଳା ସୀତାରମଣ, ପୀୟୂଷ ଗୋଏଲ, ଡିଭି ସଦାନନ୍ଦ ଗୌଡ଼ା, ନରେନ୍ଦ୍ର ତୋମାର, ରବି ଶଙ୍କର ପ୍ରସାଦ, ଏସ୍‌ ଜୟଶଙ୍କର, ହର୍ସିମିରତ କୌର ବାଦଲ ଓ ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି।

ସଂସଦୀୟ ବ୍ୟାପାର କମିଟିରେ ଅମିତ ଶାହ, ନିର୍ମଳା ସୀତାରମଣ, ନରେନ୍ଦ୍ର ତୋମାର, ରବିଶଙ୍କର ପ୍ରସାଦ, ରାମ ବିଲାସ ପାଶ୍ୱାନ, ଥୱର ଚାନ୍ଦ ଗେହଲଟ, ପ୍ରକାଶ ଜାଭଡେକର, ରାଜନାଥ ସିଂହ ଓ ପ୍ରହ୍ଲାଦ ଯୋଶୀ ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସମ୍ବନ୍ଧିତ କ୍ୟାବିନେଟ୍‌ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ରାଜନାଥ ସିଂହ, ନିର୍ମଳା ସୀତାରମଣ ଓ ଏସ୍‌ ଜୟଶଙ୍କର ସାମିଲ ଅଛନ୍ତି।

ନିବେଶ, ଅଭିବୃଦ୍ଧି ଓ କର୍ମନିଯୁକ୍ତି କ୍ୟାବିନେଟ୍‌ରେ ମୋଦି ନିଜେ ଅଧ୍ୟକ୍ଷତା କରିବେ। ଏହି ୫ ଜଣିଆ କମିଟିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏବଂ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ରହିଛନ୍ତି। ସେହିପରି ଦକ୍ଷତା ବିକାଶ ଓ କର୍ମନିଯୁକ୍ତି ପାଇଁ ମୋଦି ୧୧ ଜଣିଆ କମିଟି ଗଠନ କରିଛନ୍ତି।

ଏଥିରେ ଶାହ, ସୀତାରମଣ, ରାଜନାଥ ଗୋଏଲ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ, ଶ୍ରମ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଓ ହାଉସିଂ ଓ ସହର ବିକାଶ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story