ପିଟିପିଟି ହତ୍ୟା କରାଯିବା ପ୍ରସଙ୍ଗ: ରାଜ୍ୟ କୋର୍ଟକୁ ବଲ୍‌ ଫିଙ୍ଗିଲା କେନ୍ଦ୍ର, ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ: ଗୁଜବକୁ ନେଇ ଦେଶରେ ବଢ଼ି ଚାଲିଥିବା ମବ୍‌ ଲିନ୍‌ଚିଂ (ପିଟିପିଟି ହତ୍ୟା) ଘଟଣାରେ ଆଜି କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି। ପିଟିପିଟି ହତ୍ୟା ଘଟଣା ହେଉଛି ରାଜ୍ୟ ପ୍ରସଙ୍ଗ। ଏହା ବିରୋଧରେ ରାଜ୍ୟ ସରକାରମାନେ ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ଲୋକସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ତେବେ ଶ୍ରୀ ସିଂହଙ୍କ ଏଭଳି ଉତ୍ତରକୁ ବିରୋଧ କରି କଂଗ୍ରେସ ସମେତ ଅନ୍ୟ କିଛି ବିରୋଧୀ ଦଳର ନେତା […]

rajnath

rajnath

Rakesh Mallick
  • Published: Thursday, 19 July 2018
  • Updated: 19 July 2018, 08:06 PM IST

Sports

Latest News

ନୂଆଦିଲ୍ଲୀ: ଗୁଜବକୁ ନେଇ ଦେଶରେ ବଢ଼ି ଚାଲିଥିବା ମବ୍‌ ଲିନ୍‌ଚିଂ (ପିଟିପିଟି ହତ୍ୟା) ଘଟଣାରେ ଆଜି କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି। ପିଟିପିଟି ହତ୍ୟା ଘଟଣା ହେଉଛି ରାଜ୍ୟ ପ୍ରସଙ୍ଗ। ଏହା ବିରୋଧରେ ରାଜ୍ୟ ସରକାରମାନେ ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ଲୋକସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ତେବେ ଶ୍ରୀ ସିଂହଙ୍କ ଏଭଳି ଉତ୍ତରକୁ ବିରୋଧ କରି କଂଗ୍ରେସ ସମେତ ଅନ୍ୟ କିଛି ବିରୋଧୀ ଦଳର ନେତା କକ୍ଷତ୍ୟାଗ କରିଛନ୍ତି। ଆଜି ଶୂନ୍ୟକାଳରେ କଂଗ୍ରେସ ପକ୍ଷରୁ ଲୋକସଭାରେ ଏହି ପ୍ରସଙ୍ଗ ଉଠାଯାଇଥିଲା। ଦେଶରେ ଗୁଜବକୁ କେନ୍ଦ୍ର କରି ପିଟିପିଟି ହତ୍ୟା ଘଟଣା ବଢ଼ି ଚାଲିଥିବା ବେଳେ ଏହାକୁ ରୋକିବାକୁ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଇଛନ୍ତି, ସେକଥା ଗୃହକୁ ଜଣାନ୍ତୁ ବୋଲି ଦାବି କରିଥିଲା। ଏହାର ଜବାବରେ ଶ୍ରୀ ସିଂହ କହିଥିଲେ ମୁଁ ଏଭଳି ଘଟଣାନିନ୍ଦା କରୁଛି।  ଗୁଜବକୁ ନେଇ ଏଭଳି ଘଟଣା ଘଟୁଛି।  ତେବେ ଏଭଳି ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାରମାନେ କଠୋର ଆଇନ୍‌ ପ୍ରଣୟନ କରିବା ଦରକାର।

ଏଇ କିଛି ବର୍ଷ ହେଲା ଯେ ଦେଶରେ ଏଭଳି ଘଟଣା ଘଟୁଛି ତାହା ନୁହେଁ, ପୂର୍ବରୁ ମଧ୍ୟ ଏପରି ଘଟଣାର ନଜିର ରହିଛି।  ରାଜ୍ୟର ଆଇନ୍‌ ଶୃଙ୍ଖଳା ପରିସ୍ଥିତିରେ କେନ୍ଦ୍ର ଅଧିକ ହସ୍ତକ୍ଷେପ କରିପାରିବ ନାହିଁ।  ପିଟିପିଟି ହତ୍ୟା ଘଟଣାକୁ ରୋକିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦୁଇଥର ରାଜ୍ୟ ସରକାରମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାରମାନେ ପ୍ରକୃତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି।  ତେବେ ଶ୍ରୀ ସିଂହଙ୍କ ଏଭଳି ଉତ୍ତରେ ଅସନ୍ତୁଷ୍ଟ ବିରୋଧୀ କକ୍ଷତ୍ୟାଗ କରିଥିଲେ। ଅନ୍ୟପକ୍ଷରେ ରାଜ୍ୟସଭାରେ ମଧ୍ୟ ଏହି ମବ୍‌ ଲିନ୍‌ଚିଂ ଘଟଣା ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos