ଲଦାଖ ଅଭିମୁଖେ ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲଦାଖ ଅଭିମୁଖେ ଯାତ୍ରା କରିଛନ୍ତି। ମେ’ରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ପ୍ରଥମ ଲଦାଖ ଗସ୍ତ। ରାଜନାଥଙ୍କ ସହିତ (ସିଡିଏସ) ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ୍ ଏମ୍ ନରୱାନେ ରହିଛନ୍ତି। ରାଜନାଥଙ୍କର ଏହା ଦୁଇ ଦିନିଆ ଗସ୍ତ ବୋଲି ଜଣାପଡ଼ିଛି। […]

rajnath singh

Subhransu Sekhar
  • Published: Friday, 17 July 2020
  • , Updated: 17 July 2020, 07:59 AM IST

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲଦାଖ ଅଭିମୁଖେ ଯାତ୍ରା କରିଛନ୍ତି। ମେ’ରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ପ୍ରଥମ ଲଦାଖ ଗସ୍ତ। ରାଜନାଥଙ୍କ ସହିତ (ସିଡିଏସ) ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ୍ ଏମ୍ ନରୱାନେ ରହିଛନ୍ତି। ରାଜନାଥଙ୍କର ଏହା ଦୁଇ ଦିନିଆ ଗସ୍ତ ବୋଲି ଜଣାପଡ଼ିଛି।

https://twitter.com/ANI/status/1283931023214927873

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରାଜନାଥ ଲଦାଖ ସ୍ଥିତ ପାଙ୍ଗୋଙ୍ଗ ଲେକ ବା ହ୍ରଦ ନିକଟରେ ଥିବା ଲୁକଙ୍ଗ ପୋଷ୍ଟକୁ ଯିବେ। ଲୁକଙ୍ଗ ପୋଷ୍ଟ ପାଙ୍ଗୋଙ୍ଗ ହ୍ରଦର ଉତ୍ତର-ପଶ୍ଚିମରେ ରହିଛି। ରାଜନାଥ ଲଦାଖ ପରେ ଜମ୍ମୁ-କଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ରେ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଶ୍ରୀନଗର ଯିବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ସୁଦ୍ଧା ଶ୍ରୀନଗରରେ ରାଜନାଥ ପହଞ୍ଚିବେ ବୋଲି ସୂଚନା ରହିଛି। ଏହି ସମୟରେ ରାଜନାଥ ଅମରନାଥ ମନ୍ଦିର ପରିଦର୍ଶନ ଯାଇ ସ୍ଥିତି ଅନୁଧ୍ୟାନ କରିପାରନ୍ତି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Related story