ବଲିଉଡ୍‌ କମେଡିଆନ୍‌ ରାଜପାଲ ଯାଦବଙ୍କୁ ଜେଲ୍‌

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ କମେଡିଆନ୍‌ ରାଜପାଲ ଯାଦବଙ୍କୁ ଆଜି ୩ ମାସର ଜେଲ୍‌ଦଣ୍ଡ ମିଳିଛି। ଋଣ ନେଇ ଏହାକୁ ନ ଶୁଝିବାରୁ ରାଜପାଲଙ୍କୁ ଦିଲ୍ଲୀ ହାଇକୋର୍ଟ ଏଭଳି ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କୁ ତୁରନ୍ତ ତିହାର ଜେଲ୍‌ରେ ଭର୍ତ୍ତି କରିବାକୁ କୋର୍ଟ କହିଛନ୍ତି। ପୁଲିସ୍‌ ଏହି ନିର୍ଦ୍ଦେଶ ପରେ ରାଜପାଲଙ୍କୁ ନିଜ ହେଫାଜତକୁ ନେଇଛି। ୨୦୧୦ରେ ରାଜପାଲ ଯାଦବ ଓ ତାଙ୍କ ପତ୍ନୀ ରାଧା ମୁରଲୀ ପ୍ରୋଜେକ୍ଟ ନାମକ ଏକ କମ୍ପାନୀଠାରୁ ୫ କୋଟି ଟଙ୍କା […]

r

Hemant Lenka
  • Published: Friday, 30 November 2018
  • , Updated: 30 November 2018, 07:03 PM IST

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ କମେଡିଆନ୍‌ ରାଜପାଲ ଯାଦବଙ୍କୁ ଆଜି ୩ ମାସର ଜେଲ୍‌ଦଣ୍ଡ ମିଳିଛି। ଋଣ ନେଇ ଏହାକୁ ନ ଶୁଝିବାରୁ ରାଜପାଲଙ୍କୁ ଦିଲ୍ଲୀ ହାଇକୋର୍ଟ ଏଭଳି ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କୁ ତୁରନ୍ତ ତିହାର ଜେଲ୍‌ରେ ଭର୍ତ୍ତି କରିବାକୁ କୋର୍ଟ କହିଛନ୍ତି। ପୁଲିସ୍‌ ଏହି ନିର୍ଦ୍ଦେଶ ପରେ ରାଜପାଲଙ୍କୁ ନିଜ ହେଫାଜତକୁ ନେଇଛି।

୨୦୧୦ରେ ରାଜପାଲ ଯାଦବ ଓ ତାଙ୍କ ପତ୍ନୀ ରାଧା ମୁରଲୀ ପ୍ରୋଜେକ୍ଟ ନାମକ ଏକ କମ୍ପାନୀଠାରୁ ୫ କୋଟି ଟଙ୍କା ଋଣ କରିଥିଲେ। ରାଜପାଲ ନିଜର ପ୍ରଯୋଜନା ସଂସ୍ଥା ଶ୍ରୀ ନଉରଙ୍ଗ ଗୋଦାବରା ଏଣ୍ଟରଣ୍ଟେନମେଣ୍ଟ କମ୍ପାନୀ ନାଁରେ ଏହି ଋଣ ଉଠାଇଥିଲେ। ରାଜପାଲ ପ୍ରମଥର ନିଜ ନିର୍ଦ୍ଦେଶନାରେ “ ଆତା ପତା ଲାପତା” ଫିଲ୍ମ ନିର୍ମାଣ କରିବାକୁ ଏହି ଟଙ୍କା ନେଇଥିଲେ। କିନ୍ତୁ ଏହାକୁ ସେ ପରିଶୋଧ ନ କରିବାରୁ ଋଣ ଦେଇଥିବା କମ୍ପାନୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ଫିଲ୍ମଟି ୨୦୧୨ରେ ରିଲିଜ୍‌ ହୋଇଥିଲା।

ଏହା ପୂର୍ବରୁ ଏପ୍ରିଲ ମାସରେ ଦିଲ୍ଲୀର ଏକ ଟ୍ରାଏଲ କୋର୍ଟ ରାଜପାଲଙ୍କୁ ୬ ମାସ ଜେଲଦଣ୍ଡ ଦେଇଥିଲେ। ସେହିପରି ୨୦୧୩ ମସିହା ଡିସେମ୍ବର ୩ରୁ ୬ ଯାଏ ରାଜପାଲ ତିହାର ଜେଲ୍‌ରେ ରହିଥିଲେ। ମିଛ ସତ୍ୟପାଠ ଦାଖଲ ମାମଲାରେ ତାଙ୍କୁ ଏଭଳି ଦଣ୍ଡାଦେଶ ମିଳିଥିଲା।

 

 

Related story