ଏପରି ଗାଁ ନେତା କରନ୍ତିନି ପ୍ରଚାର, ତଥାପି ମତଦାନ ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର )- ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆଜି ଅନୁଷ୍ଠିତ ହେଉଛି। ଏଥିନିମନ୍ତେ ଗୁଜରାଟର ୨୬ ଲୋକସଭା ସିଟ୍‌ ଲାଗି  ମତଦାନ ହେଉଛି। ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳୀୟ ପ୍ରାର୍ଥୀ ଏଠାରେ ଜୋରସୋର ପ୍ରଚାରରେ  ଲାଗି ପଡ଼ିଛନ୍ତି।  କିନ୍ତୁ ଏହି ରାଜ୍ୟରେ ଏପରି ଏକ ଗାଁ ଅଛି, ଯେଉଁଠିକି ନିର୍ବାଚନୀ ପ୍ରଚାର ନିମନ୍ତେ କୌଣସି ନେତାଙ୍କ ପାଦ ପଡ଼ିନି। ରାଜକୋଟ ଜିଲାର ରାଜସମଢିୟାଲ ଗାଁ ନାଁରେ ନାମିତ ଏହି ଗାଁରେ […]

gujurat-3..

Niharika Rout
  • Published: Tuesday, 23 April 2019
  • , Updated: 23 April 2019, 10:48 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର )- ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆଜି ଅନୁଷ୍ଠିତ ହେଉଛି। ଏଥିନିମନ୍ତେ ଗୁଜରାଟର ୨୬ ଲୋକସଭା ସିଟ୍‌ ଲାଗି  ମତଦାନ ହେଉଛି। ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳୀୟ ପ୍ରାର୍ଥୀ ଏଠାରେ ଜୋରସୋର ପ୍ରଚାରରେ  ଲାଗି ପଡ଼ିଛନ୍ତି।  କିନ୍ତୁ ଏହି ରାଜ୍ୟରେ ଏପରି ଏକ ଗାଁ ଅଛି, ଯେଉଁଠିକି ନିର୍ବାଚନୀ ପ୍ରଚାର ନିମନ୍ତେ କୌଣସି ନେତାଙ୍କ ପାଦ ପଡ଼ିନି।

ରାଜକୋଟ ଜିଲାର ରାଜସମଢିୟାଲ ଗାଁ ନାଁରେ ନାମିତ ଏହି ଗାଁରେ ଏକ ନିୟମ ଅଛି କି, ଏହି ଗାଁକୁ ନିର୍ବାଚନୀ ପ୍ରଚାର ଲାଗି କୌଣସି ନେତା ଯାଇପାରିବେ ନାହିଁ। ଏହାର ଅର୍ଥ ନୁହେଁ ଗ୍ରାମବାସୀ ନିର୍ବାଚନ ବହିଷ୍କାର କରିଛନ୍ତି।

ସମଗ୍ର ଦେଶରେ ନିର୍ବାଚନୀ ପ୍ରଚାର ଲାଗି ନେତାଙ୍କର ରାଲି, ଶୋଭାଯାତ୍ରା ହେଉଥିବା ବେଳେ ଏସବୁଠୁ ଏହି ଗାଁ ବହୁ ଦୂରରେ। ଗାଁରେ ନିର୍ବାଚନୀ ପ୍ରଚାର ହେଲେ ଏଠାକାର ଶାନ୍ତ ବାତାବରଣ ଖରାପ ହୋଇଯିବ ବୋଲି ଏଠାକାର ବୟୋଜେଷ୍ଠ ବ୍ୟକ୍ତି କହିଛନ୍ତି। ତେଣୁ ଗ୍ରାମବାସୀ କୌଣସି ରାଜନେତାଙ୍କୁ ଗାଁରେ ପଶିବାକୁ ଦିଅନ୍ତି ନାହିଁ।

ଆଉ ଏକ ଖାସ୍‌ କଥା ହେଲେ, ଗାଁର ୧୮ ବର୍ଷରରୁ ଊର୍ଦ୍ଧ୍ୱ ସମସ୍ତ ଯୁବକଯୁବତୀ ଭୋଟ ଦେବାକୁ ଯିବା ଏଠାରେ ବାଧ୍ୟତାମୂଳକ ଅଟେ। ଯେଉଁ ବ୍ୟକ୍ତି ଭୋଟ ଦେବାକୁ ଯାଆନ୍ତି ନାହିଁ, ସେମାନଙ୍କୁ ୫୧ ଟଙ୍କା ଜୋରିମାନା ଦେବାକୁ ପଡ଼ିଥାଏ। ଏଠାକାର ନିକଟସ୍ଥ ବୁଥରେ ଶତ ପ୍ରତିଶତ ମତଦାନ ହେବାକୁ ପ୍ରଚେଷ୍ଟା କରାଯାଏ।

ଏହି ଗାଁର ଭୋଟର ଲିଷ୍ଟରେ ମୃତକଙ୍କ ନାଁ ସାମିଲ ଥିବା ବେଳେ ବିବାହିତା ଝିଅଙ୍କ ନାଁ ମଧ୍ୟ ରହିଛି। ଯେଉଁମାନେ କି ବିବାହ ପରେ ଅନ୍ୟତ୍ର ଚାଲି ଯାଇଛନ୍ତି। ଏହାସତ୍ତ୍ୱେ ଏହି ଗାଁରେ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ମତଦାନ ହେଉଥିବା ଜଣାଯାଇଛି। ଏହାବ୍ୟତୀତ ଆଉ ଏକ କାରଣରୁ ମଧ୍ୟ ଏହି ଗାଁ ଚର୍ଚ୍ଚାରେ ରହି ଆସିଛି। ତାହା ହେଲା ଏହି ଗାଁରେ ଚୋରଙ୍କ ପାଦ୍ରୂଭାବ ନାହିଁ କହିଲେ ଚଳେ। ତେଣୁ ଗାଁରେ ଥିବା ସମସ୍ତ  ଦୋକାନ ଓ ଘରେ କେହି ତାଲା ପକାନ୍ତି ନାହିଁ।

Related story