ନଭେମ୍ବର ୧ରେ ପ୍ରତିଷ୍ଠା ହୋଇଥିଲା ଏହିସବୁ ରାଜ୍ୟ

ନୂଆଦିଲ୍ଲୀ: ବିଭିନ୍ନ ସାଂସ୍କୃତିକ ଉତ୍ସବ ସହ ରାଜ୍ୟଗୁଡ଼ିକ ପାଇଁ ଏହାର ପ୍ରତିଷ୍ଠା ଦିବସ ମହତ୍ତ୍ୱ ରଖିଥାଏ। ନଭେମ୍ବର ୧ ତାରିଖରେ ୮ଟି ରାଜ୍ୟ ଯଥାକ୍ରମେ ମଧ୍ୟପ୍ରଦେଶ, କର୍ଣ୍ଣାଟକା, ଛତିଶଗଡ଼, ହରିଆଣା, ପଞ୍ଜାବ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁ ପ୍ରତିଷ୍ଠା ହୋଇଥିଲା। ଅନ୍ୟପକ୍ଷରେ ଦିଲ୍ଲୀ, ଚଣ୍ଡୀଗଡ଼, ପୁଦୁଚେରୀ, ଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ଓ ନିକୋବର ଏହି ଦିନ ରାଜ୍ୟମାନ୍ୟତା ପାଇଥିଲେ। ଆନ୍ଧ୍ରପ୍ରଦେଶ- (୧ ନଭେମ୍ବର ୧୯୫୬)- ଲଗାତାର ଆନ୍ଦୋଳନ ଏବଂ କିଛି ଜଣଙ୍କର ବଳିଦାନ ପରେ ମାଡ୍ରାସ୍‌ ପ୍ରେସିଡେନ୍ସିଠାରୁ […]

kaerla-karnataka

kaerla-karnataka

Subrat Kumar Nayak
  • Published: Friday, 01 November 2019
  • Updated: 01 November 2019, 05:06 PM IST

Sports

Latest News

ନୂଆଦିଲ୍ଲୀ: ବିଭିନ୍ନ ସାଂସ୍କୃତିକ ଉତ୍ସବ ସହ ରାଜ୍ୟଗୁଡ଼ିକ ପାଇଁ ଏହାର ପ୍ରତିଷ୍ଠା ଦିବସ ମହତ୍ତ୍ୱ ରଖିଥାଏ। ନଭେମ୍ବର ୧ ତାରିଖରେ ୮ଟି ରାଜ୍ୟ ଯଥାକ୍ରମେ ମଧ୍ୟପ୍ରଦେଶ, କର୍ଣ୍ଣାଟକା, ଛତିଶଗଡ଼, ହରିଆଣା, ପଞ୍ଜାବ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁ ପ୍ରତିଷ୍ଠା ହୋଇଥିଲା। ଅନ୍ୟପକ୍ଷରେ ଦିଲ୍ଲୀ, ଚଣ୍ଡୀଗଡ଼, ପୁଦୁଚେରୀ, ଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ଓ ନିକୋବର ଏହି ଦିନ ରାଜ୍ୟମାନ୍ୟତା ପାଇଥିଲେ।

ଆନ୍ଧ୍ରପ୍ରଦେଶ- (୧ ନଭେମ୍ବର ୧୯୫୬)- ଲଗାତାର ଆନ୍ଦୋଳନ ଏବଂ କିଛି ଜଣଙ୍କର ବଳିଦାନ ପରେ ମାଡ୍ରାସ୍‌ ପ୍ରେସିଡେନ୍ସିଠାରୁ ଅଲଗା ହୋଇ ଏହି ରାଜ୍ୟ ଗଠିତ ହୋଇଥିଲା। ସେତେବେଳେ ହାଇଦ୍ରାବାଦର ଅଙ୍ଗ ଥିବା ତେଲେଙ୍ଗାନା ଆନ୍ଧ୍ର ସହିତ ମିଶି ଏକ ସମ୍ପୂର୍ଣ୍ଣ ରାଜ୍ୟ ଗଠିତ ହୋଇଥିଲା। ପରେ ତେଲେଙ୍ଗାନା ଏହି ରାଜ୍ୟରୁ ଅଲଗା ହୋଇଛି।

ତାମିଲନାଡ଼ୁ- (୧ ନଭେମ୍ବର ୧୯୫୬)- ମାଡ୍ରାସ୍‌ ପ୍ରେସିଡେନ୍ସିରୁ ଆନ୍ଧ୍ର, କେରଳ ଓ କର୍ଣ୍ଣାଟକା ଅଲଗା ହେବାପରେ ତାମିଲନାଡ଼ୁ ଏକ ସ୍ୱତନ୍ତ୍ର ରାଜ୍ୟ ହୋଇଥିଲା। ପ୍ରସିଦ୍ଧ ତାମିଲ ବିଦ୍ୱାନ ତଥା ଗାନ୍ଧିବାଦୀ ନେତା କେ ଶଙ୍କରଲିଙ୍ଗନାର ୭୫ ଦିନର ଆମରଣ ଅନଶନ ପରେ ମୃତ୍ୟୁବରଣ କରିବା ତତ୍କାଳୀନ ପ୍ରଶାସନକୁ ବିଭାଜନ ପାଇଁ ବାଧ୍ୟ କରିଥିଲା। ଏପରିକି ଭାଷାଭିତ୍ତିକ ରାଜ୍ୟ ପୁର୍ନଗଠନ ବିଲ୍‌ ୧୯୫୬ ଆଣିବାକୁ ମଧ୍ୟ ବାଧ୍ୟ କରିଥିଲା।

କେରଳ- (୧ ନଭେମ୍ବର ୧୯୫୬)- ଆନ୍ଧ୍ର ଓ କର୍ଣ୍ଣାଟକା ଅଲଗା ହେବାପରେ ଆଜିର ଦିନରେ ହିଁ କେରଳ ମଧ୍ୟ ମାଡ୍ରାସ୍‌ ପ୍ରସିଡେନ୍ସିଠାରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ରାଜ୍ୟରେ ପରିଣତ ହୋଇଥିଲା। ଏଥିରେ ମାଲବାର, କୋଚିନ୍‌ ଏବଂ ଟ୍ରାଭାଙ୍କୋର ଭଳି ଛୋଟ ଛୋଟ ରାଜ୍ୟ ସବୁ ମିଶିବା ପରେ କେରଳ ଏକ ବୃହତ ରାଜ୍ୟରେ ପରିଣତ ହୋଇଥିଲା।

ଛତିଶଗଡ଼- (୧ ନଭେମ୍ବର ୨୦୦୦)- ମଧ୍ୟପ୍ରଦେଶର ୧୦ଟି ଛତିଶଗଡ଼ି ଭାଷାଭାଷୀ ଏବଂ ୬ଟି ଗୋଣ୍ଡି ଭାଷାଭାଷୀ ଜିଲ୍ଲାକୁ ଅଲଗା କରି ଏହି ରାଜ୍ୟ ଗଠିତ ହୋଇଥିଲା। ୨୦୦୦ ମସିହା ଅଗଷ୍ଟ ୨୫ରେ ମଧ୍ୟପ୍ରଦେଶ ପୁର୍ନଗଠନ ଆଇନକୁ ରାଷ୍ଟ୍ରପତି ଅନୁମୋଦନ ଦେବାପରେ ଏହାର ଗଠନ ସମ୍ଭବପର ହୋଇଥିଲା।
ମଧ୍ୟପ୍ରଦେଶ- (୧ ନଭେମ୍ବର ୧୯୫୬)- ରାଜ୍ୟ ପୁର୍ନଗଠନ ଆଇନ ଅନୁଯାୟୀ, ମଧ୍ୟଭାରତ, ବିନ୍ଧ୍ୟ ପ୍ରଦେଶ ଏବଂ ଭୋପାଲର ମିଶ୍ରଣ ହୋଇଥିଲା। ଅନ୍ୟପକ୍ଷରେ ମରାଠୀ ଭାଷାଭାଷୀ ଦକ୍ଷିଣାଞ୍ଚଳ ବମ୍ବେ ରାଜ୍ୟକୁ ଯାଇଥିଲା।

କର୍ଣ୍ଣାଟକା- ଦକ୍ଷିଣ ଭାରତର କନ୍ନଡ଼ ଭାଷାଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା କର୍ଣ୍ଣାଟକା। ବମ୍ବେ ପ୍ରେସିଡେନ୍ସି ଓ ମାଡ୍ରାସ୍‌ ପ୍ରେସିଡେନ୍ସିର କନ୍ନଡ଼ ଭାଷାଭାଷୀ ଅଞ୍ଚଳ ଏବଂ ମହୀଶୁର ରାଜ୍ୟ ମିଶି ଏହି ରାଜ୍ୟ ଗଠିତ ହୋଇଥିଲା।

ହରିଆଣା- (୧ ନଭେମ୍ବର ୧୯୬୬)- ପଞ୍ଜାବ ପୁର୍ନଗଠନ ଆଇନ ବଳରେ ଜଷ୍ଟିସ୍‌ ଜେସି ଶାହଙ୍କ ଅଧ୍ୟକ୍ଷତାରେ ଶାହ କମିଶନ ପଞ୍ଜାବ ରାଜ୍ୟକୁ ଦୁଇଭାଗ କରିଥିଲେ। ନୂଆ ସୀମା ନିର୍ଦ୍ଧାରଣ ପରେ ହରିଆଣା ଗଠିତ ହୋଇଥିଲା।

ପଞ୍ଜାବ- (୧ ନଭେମ୍ବର ୧୯୫୬)- ଇଷ୍ଟ ପଞ୍ଜାବ ବା ପୂର୍ବ ପଞ୍ଜାବ ନୂତନ ଭାବେ ଭାରତୀୟ ରାଜ୍ୟ ପଞ୍ଜାବ ନାମରେ ଗଠିତ ହୋଇଥିଲା। ପଞ୍ଜାବୀ ଭାଷାଭାଷୀମାନଙ୍କୁ ନେଇ ଏହି ରାଜ୍ୟ ଗଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story