ଅସ୍ଥାନାଙ୍କୁ ଆଶ୍ୱସ୍ତି, ସିବିଆଇ କ୍ଲିନଚିଟକୁ କାଏମ ରଖିଲେ କୋର୍ଟ

ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଆଶ୍ୱସ୍ତି ମିଳିଛି। ଶନିବାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ସିବିଆଇ ଚାର୍ଜଶିଟ୍ ଦାଖଲ କରି କ୍ଲିନଚିଟ୍ ଦେବା ନେଇ ନେଇଥିବା ନିଷ୍ପତ୍ତିକୁ କାଏମ ରଖିଛନ୍ତି। ଏହା ପୂର୍ବରୁ ତାଙ୍କ ନାମରେ ଲାଞ୍ଚ ଏବଂ ବ୍ଲାକମେଲ ଆଦି ଅଭିଯୋଗ ଆସିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏହି ସମୟରେ ତତ୍କାଳୀନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସହ ଅସ୍ଥାନାଙ୍କ ତୁତୁ ମେଁ ମେଁ ଏହା ପଛର କାରଣ ବୋଲି […]

Asthana

Subrat Kumar Nayak
  • Published: Saturday, 07 March 2020
  • , Updated: 07 March 2020, 05:43 PM IST

ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଆଶ୍ୱସ୍ତି ମିଳିଛି। ଶନିବାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ସିବିଆଇ ଚାର୍ଜଶିଟ୍ ଦାଖଲ କରି କ୍ଲିନଚିଟ୍ ଦେବା ନେଇ ନେଇଥିବା ନିଷ୍ପତ୍ତିକୁ କାଏମ ରଖିଛନ୍ତି।

ଏହା ପୂର୍ବରୁ ତାଙ୍କ ନାମରେ ଲାଞ୍ଚ ଏବଂ ବ୍ଲାକମେଲ ଆଦି ଅଭିଯୋଗ ଆସିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏହି ସମୟରେ ତତ୍କାଳୀନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସହ ଅସ୍ଥାନାଙ୍କ ତୁତୁ ମେଁ ମେଁ ଏହା ପଛର କାରଣ ବୋଲି ଚର୍ଚ୍ଚା ହୋଇଥିଲା।

ତେବେ କୋର୍ଟ ବର୍ତ୍ତମାନ ସେହି ଚାର୍ଜଶିଟ ଗ୍ରହଣ କରିଛି ଯେଉଁଥିରେ ସିବିଆଇ ସ୍ପଷ୍ଟ ଲେଖିଛି ଅସ୍ଥାନାଙ୍କ ବିରୋଧରେ କିଛି ବି ପ୍ରମାଣ ନାହିଁ। ତେବେ ପୂର୍ବବତ ମନୋଜ ପ୍ରସାଦ, ସୋମେଶ୍ୱର ପ୍ରସାଦ ଏବଂ ତାଙ୍କ ଶ୍ୱଶୂର ସୁନୀଲ ମିତ୍ତଲଙ୍କ ନାମରେ ଚାଲିଥିବା ମାମଲାର ଶୁଣାଣି ହେବ। ପ୍ରଥମେ ମନୋଜଙ୍କ ନାମରେ ଅଭିଯୋଗ ଥିଲା। କିନ୍ତୁ କୋର୍ଟ କହିଛନ୍ତି ସେମେଶ୍ୱର ଏବଂ ମିତ୍ତଲଙ୍କ ନାମରେ ମଧ୍ୟ ଯଥେଷ୍ଟ ପ୍ରମାଣ ରହିଛି।

ତେବେ କୋର୍ଟ ପୂର୍ବତନ ଡିଏସପି ଦେବେନ୍ଦ୍ର କୁମାର ଏବଂ ରାକେଶ ଅସ୍ଥାନାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ନଥିବା କଥା କହିଛନ୍ତି। ଦେବେନ୍ଦ୍ର ଗିରଫ ହୋଇଥିଲେ ମଧ୍ୟ କୋର୍ଟ ଅସ୍ଥାନାଙ୍କୁ ଗିରଫ ହେବାରୁ ସୁରକ୍ଷା ଦେଇଥିଲେ। ଯଥେଷ୍ଟ ପ୍ରମାଣ ମିଳିଲେ ଏହି ଦୁଇଜଣଙ୍କୁ ସମନ କରାଯାଇପାରିବ।

ସିବିଆଇ ଭାରତୀୟ ପିଙ୍ଗଳ କୋଡ୍‌ର ୩ଟି ଧାରା ଯଥା ୧୨୦ ବି, ୪୨୦ ଏବଂ ୩୮୫ ସହ ଦୁର୍ନୀତି ନୀରୋଧ ଆଇନର ଧାରା ୭ (କ) ଏବଂ ୮ ଅନୁଯାୟୀ ମାମଲା ହେବ। ସତୀଶ ସାନା ବାବୁ ନାମକ ଜଣେ ଲୋକଙ୍କ ଅଭିଯୋଗ ଆଧାରରେ ଅସ୍ଥାନାଙ୍କ ନାମରେ ମାମଲା ହୋଇଥିଲା। ତେବେ ଇଡିକୁ ସତୀଶ କହିଥିଲେ, ସେ କେବେ ମଧ୍ୟ ଅସ୍ଥାନାଙ୍କ ନାଁ ନେଇନାହାନ୍ତି। ହେଲେ ତତ୍କାଳୀନ ସିବିଆଇ ମୁଖ୍ୟ ଆଲୋକ ବର୍ମା ଚାହୁଁଥିଲେ ଅସ୍ଥାନାଙ୍କ ନାମରେ ମାମଲା ହେଉ।

Related story