ରାମ ମନ୍ଦିର ନିର୍ମାଣ ହେଲେ ଜିତିବ ବିଜେପି: ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଖୁବ୍‌ଶୀଘ୍ର କିଛି ବଡ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି। ଦେଶର ବିକାଶ ସଙ୍ଗେ ସଙ୍ଗେ ହିନ୍ଦୁତ୍ୱକୁ ଆଗକୁ ବଢାଇବା ପାଇଁ ମୋଦିଙ୍କୁ କୁହାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି,“ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ କାର୍ଯ୍ୟକାଳ ସମୟରେ  ଦେଶର ବିକାଶ ହୋଇଥିଲା।  ସେହିପରି ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ମଧ୍ୟ ଦେଶ ଭଲ ଉନ୍ନତି କରିଥିଲା।  କିନ୍ତୁ ୨୦୦୪ରେ […]

subramanian

subramanian

Rakesh Mallick
  • Published: Saturday, 17 September 2016
  • Updated: 17 September 2016, 02:31 PM IST

Sports

Latest News

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଖୁବ୍‌ଶୀଘ୍ର କିଛି ବଡ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି। ଦେଶର ବିକାଶ ସଙ୍ଗେ ସଙ୍ଗେ ହିନ୍ଦୁତ୍ୱକୁ ଆଗକୁ ବଢାଇବା ପାଇଁ ମୋଦିଙ୍କୁ କୁହାଯିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି,“ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ କାର୍ଯ୍ୟକାଳ ସମୟରେ  ଦେଶର ବିକାଶ ହୋଇଥିଲା।  ସେହିପରି ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ମଧ୍ୟ ଦେଶ ଭଲ ଉନ୍ନତି କରିଥିଲା।  କିନ୍ତୁ ୨୦୦୪ରେ ଇଣ୍ଡିଆ ସାଇନିଂ ବିଫଳତା ପରେ ବିଜେପି ଦୁର୍ବଳ ହୋଇଯାଇଥିଲା। ରାମ ମନ୍ଦିର ନିର୍ମାଣ ହେଲେ  ଉତ୍ତରପ୍ରଦେଶରେ ବିଜେପି ନିର୍ବାଚନ ଜିତି ପାରିବ।

ସେହିପରି ସେ ମୁଲାୟମ୍‌ ସିଂହ ଯାଦବଙ୍କ ପରିବାର ଉପରେ ବର୍ଷିଛନ୍ତି। ସେ ମହାଭାରତର ଉଦାହରଣ ଦେଇ କହିଛନ୍ତି,“ଭଗବାନ କୃଷ୍ଣ ମହାଭାରତ ଯୁଦ୍ଧ ଶେଷ ହେବା ପରେ ଯେବେ ଦ୍ୱାରିକା ଫେରିଲେ ଯାଦବ ବଂଶ ମଧ୍ୟରେ ଆପୋଷ ଯୁଦ୍ଧ ଦେଖି ଯାଦବ ବଂଶ ଶେଷ କରିବାକୁ କହିଥିଲେ। ମୁଲାୟମ୍‌ ଏବେ ଧ୍ରୁତରାଷ୍ଟ୍ର ଓ ଭୀଷ୍ମ ପିତାମହ ଭୂମିକାରୁ ବାହାରକୁ  ଆସି ଯାଦବ ପରିବାରକୁ ନଷ୍ଟ ହେବାରୁ ବଞ୍ଚାଇବା ଦରକାର।”

ସେ କହିଛନ୍ତି,“ ଅଖିଳେଶ ପାଠ ପଢି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେଣୁ ତାଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦେବା ଉଚିତ ଓ ଶିବପାଲ୍‌ ଯାଦବଙ୍କୁ ସଙ୍ଗଠନର ଦାୟିତ୍ୱ ଦେବା ଆବଶ୍ୟକ।”

ପୂର୍ବରୁ ସୁବ୍ରମଣ୍ୟମଙ୍କ ଅନେକ ବିବାଦୀୟ ବୟାନ ଦଳକୁ କ୍ଷତି ପହଞ୍ଚାଇଥିବା ବେଳେ ପୁଣି ଥରେ ରାମ ମନ୍ଦିର ନେଇ ଦେଇଥିବା ବୟାନକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇ ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos