ଆଇସିୟୁରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବିହାରର ଲୋକଜନଶକ୍ତି ପାର୍ଟିର ପୂର୍ବତନ ସଭାପତି ତଥା କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶଓ୍ୱାନ ସୋମବାର ସକାଳେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ପୁଅ ତଥା ସାଂସଦ ଚିରାଗ ପାଶୱାନ୍ ସୂଚନା ଦେଇଛନ୍ତି। ରାମ ବିଲାଶ ପାଶଓ୍ୱାନ ଅସୁସ୍ଥତା ଥିବାରୁ ସେ ସପ୍ତାହେରୁ ଅଧିକ ଦିନ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିହାରରେ ଅକ୍ଟୋବର-ନଭେମ୍ବରରେ ବିଧାନସଭା ନିର୍ବାଚନ ରହିଛି। ଏଭଳି ସ୍ଥିତିରେ ବାପାଙ୍କର ଅସୁସ୍ଥତା ତାଙ୍କୁ ବିଚଳିତ କରିଛି ବୋଲି ଚିରାଗ କହିଛନ୍ତି। […]

paswan

Subhransu Sekhar
  • Published: Monday, 21 September 2020
  • , Updated: 21 September 2020, 06:49 PM IST

ନୂଆଦିଲ୍ଲୀ: ବିହାରର ଲୋକଜନଶକ୍ତି ପାର୍ଟିର ପୂର୍ବତନ ସଭାପତି ତଥା କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶଓ୍ୱାନ ସୋମବାର ସକାଳେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ପୁଅ ତଥା ସାଂସଦ ଚିରାଗ ପାଶୱାନ୍ ସୂଚନା ଦେଇଛନ୍ତି। ରାମ ବିଲାଶ ପାଶଓ୍ୱାନ ଅସୁସ୍ଥତା ଥିବାରୁ ସେ ସପ୍ତାହେରୁ ଅଧିକ ଦିନ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିହାରରେ ଅକ୍ଟୋବର-ନଭେମ୍ବରରେ ବିଧାନସଭା ନିର୍ବାଚନ ରହିଛି। ଏଭଳି ସ୍ଥିତିରେ ବାପାଙ୍କର ଅସୁସ୍ଥତା ତାଙ୍କୁ ବିଚଳିତ କରିଛି ବୋଲି ଚିରାଗ କହିଛନ୍ତି। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି ରାମବିଳାଶ।

ଏହାରି ଭିତରେ ଚିରାଗଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହ। ରାମବିଳାଶଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ଉଭୟ ଚିରାଗଙ୍କ ପାଖରୁ ବୁଝିଥିବା ସୂଚନା ରହିଛି। ଏହାକୁ ନେଇ ମୋଦି ଏବଂ ଶାହଙ୍କୁ ଧନ୍ୟବାଦ ଦେଇଛନ୍ତି ଚିରାଗ।

ନିର୍ବାଚନ ବେଳେ ଦଳୀୟ କର୍ମୀ ଏବଂ ବିହାରବାସୀଙ୍କ ପାଇଁ ଚିରାଗ ଭାବପ୍ରବଣ ହୋଇ ଏକ ଖୋଲା ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ ତାଙ୍କ ବାପା ସବୁବେଳେ ସ୍ୱାସ୍ଥ୍ୟ ସମସ୍ୟାକୁ ଅଣଦେଖା କରି ଆସୁଛନ୍ତି। କରୋନା ଭାଇରସ୍ ସଙ୍କଟ ବେଳେ ଲୋକଙ୍କ ସେବା କରିବା ପାଇଁ ସେ ନିରନ୍ତର କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ପ୍ରଭାବିତ ଲୋକଙ୍କୁ ତାଙ୍କ ବାପା ଖାଦ୍ୟ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଚିରାଗ କହିଛନ୍ତି। ଏବେ ଡାକ୍ତରଖାନାରେ ବାପାଙ୍କୁ ଦେଖି ବହୁତ ବିବ୍ରତ ହୋଇ ପଡ଼ିଛି। ମୁଁ ତାଙ୍କୁ ଛାଡି ପାରିବି ନାହିଁ ବୋଲି ସେ ଲଖିଛନ୍ତି। ଏହି କାରଣ ପାଇଁ ସେ ଦଳୀୟ କର୍ମୀଙ୍କୁ ପାଟନା ଯାଇ ଦେଖାକରିବାକୁ ଅସମର୍ଥ ବୋଲି ଚିରାଗ କହିଛନ୍ତି।

ଚିରାଗ କହିଛନ୍ତି ଯେ ତାଙ୍କ ବାପା ପାଟନାକୁ ଯାଇ ଶ୍ରମିକମାନଙ୍କୁ ଭେଟିବାକୁ କହିଥିଲେ, କିନ୍ତୁ ମୁଁ ତାଙ୍କୁ ଆଇସିୟୁରେ ଏକୁଟିଆ ଛାଡି ପାରିବି ନାହିଁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ନେତୃତ୍ୱାଧୀନ ଏନଡିଏ ମେଣ୍ଟରେ ଏଲଜେପି ରହିଛି। ଯେଉଁଥିରେ ବିଜେପି ମଧ୍ୟ ସାମାଲ ରହିଛି।

Related story