ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗଠନ କଲେ ନୂଆ ଦଳ: ଶିବସେନାକୁ ଟାର୍ଗେଟ, ବିଜେପିକୁ ସମର୍ଥନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ କଂଗ୍ରେସ ନେତା ନାରାୟଣ ରାଣେ ନୂଆ ଦଳ ଗଠନ କରିଛନ୍ତି। ଦଳର ନାଁ ରଖିଛନ୍ତି ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ। ନୂଆ ଦଳ ଗଠନ ପରେ ଶିବସେନାକୁ ଟାର୍ଗେଟ କରିଛନ୍ତି ରାଣେ। ବିମୁଦ୍ରାକରଣ ଓ ଜିଏସଟିକୁ ଶିବସେନା ବିରୋଧ କରୁଥିବାରୁ ରାଣେ ତାହାର କଡା ସମାଲୋଚନା କରିଛନ୍ତି। ଏଥିସହ କେନ୍ଦ୍ର ସରକାରରୁ ଖୁବଶୀଘ୍ର ଶିବସେନାକୁ ବାହାର କରାଯିବ ବୋଲି ସେ କହିଛନ୍ତି। ନୂଆ ଦଳ ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ ବିଜେପିକୁ ସମର୍ଥନ କରିବ […]

narayan-rane-pti-story-647_100117053936 (1)

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 01:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ କଂଗ୍ରେସ ନେତା ନାରାୟଣ ରାଣେ ନୂଆ ଦଳ ଗଠନ କରିଛନ୍ତି। ଦଳର ନାଁ ରଖିଛନ୍ତି ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ। ନୂଆ ଦଳ ଗଠନ ପରେ ଶିବସେନାକୁ ଟାର୍ଗେଟ କରିଛନ୍ତି ରାଣେ। ବିମୁଦ୍ରାକରଣ ଓ ଜିଏସଟିକୁ ଶିବସେନା ବିରୋଧ କରୁଥିବାରୁ ରାଣେ ତାହାର କଡା ସମାଲୋଚନା କରିଛନ୍ତି। ଏଥିସହ କେନ୍ଦ୍ର ସରକାରରୁ ଖୁବଶୀଘ୍ର ଶିବସେନାକୁ ବାହାର କରାଯିବ ବୋଲି ସେ କହିଛନ୍ତି। ନୂଆ ଦଳ ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ ବିଜେପିକୁ ସମର୍ଥନ କରିବ ବୋଲି ରାଣେ ଘୋଷଣା କରିଛନ୍ତି। ଗତମାସରେ ନାରାୟଣ ରାଣେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ରାଣେ ୧୨ବର୍ଷ କଂଗ୍ରେସରେ ରହିଥିଲେ  ଏହାପୂର୍ବରୁ ସେ ଶିବସେନା ପକ୍ଷରୁ ମହରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ।

Related story