ନୂଆଦିଲ୍ଲୀ: ପର୍ତୁଗାଲ୍ର ଷ୍ଟାର୍ ଫୁଟ୍ବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଆମେରିକାର କ୍ୟାଥରୀନ ମାୟୋର୍ଗା ନାମକ ଜଣେ ମହିଳା ତାଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି।
ଏହି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ୨୦୦୯ରେ ରୋନାଲ୍ଡୋ ତାଙ୍କୁ ଦୁଷ୍କର୍ମ କରିଥିଲେ। ଜର୍ମାନ୍ର ଏକ ପତ୍ରିକାରେ ଏ ଖବର ପ୍ରକାଶିତ ହୋଇଛି।
ଏଥିରେ ଲେଖାଯାଇଛି ଯେ ୨୦୦୯ରେ ଲାସ୍ ଭେଗାସ୍ର ଏକ ହୋଟେଲ୍ରେ ଏହି ଘଟଣା ଘଟିଥିଲା। ଏହା ପରେ କୋର୍ଟ ବାହାରେ ଦୁହିଁଙ୍କ ମଧ୍ୟରେ ଏନେଇ ବୁଝାମଣା ହୋଇଯାଇଥିଲା। ଏଥିପାଇଁ ରୋନାଲ୍ଡୋ ଉକ୍ତ ମହିଳାଙ୍କୁ ୩,୭୫,୦୦୦ ଆମେରିକୀୟ ଡଲାର ଦେଇଥିଲେ। ତା’ସହିତ ସେ ପ୍ରତିଶ୍ରୁତି ଦେଇଥିଲେ ଏ କଥା କେବେ ପ୍ରକାଶ କରିବେ ନାହିଁ।
ଏ ଖବର ପ୍ରକାଶିତ ହେବା ପରେ ରୋନାଲ୍ହୋଙ୍କ ଓକିଲ କହିଛନ୍ତି ସେମାନେ ଏନେଇ କୋର୍ଟକୁ ଯିବେ।
ବର୍ତ୍ତମାନ ସମୟରେ ରୋନାଲ୍ହୋ ବିଶ୍ୱର ଜଣେ ପ୍ରସିଦ୍ଧ ଖେଳାଳି। ସେ ୫ ଥର ‘ପ୍ଲେୟର ଅଫ୍ ଦ ଇୟର’ ପୁରସ୍କାର ପାଇ ସାରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅଡୁଆରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ସମନ ଜାରି କଲା ଇଡି
ଇଡି ତାଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ କହିଛି।
National
ବାର୍ଥଡେ' ପାର୍ଟିରେ ବଟି ମାଗିବାକୁ ଗଲେ ଡିଏସ୍ପି, ନ ମିଳିବାରୁ କଲେ ଫାୟରିଂ
ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦୁଇ ଜଣ ଗୁରୁତର ହୋଇଛନ୍ତି।
National
ତେଜିଲା `ସ୍ମାରକସ୍ଥଳ' ରାଜନୀତି, ଜାଗା ଯୋଗାଇ ଦେବାକୁ କେନ୍ଦ୍ର ରାଜି
ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମନମୋହନ ସିଂହଙ୍କ ସ୍ମୃତିରେ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇ ସେଠାରେ ସ୍ମାରକସ୍ଥଳୀ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ।
National
କଂଗ୍ରେସ ମୁଖ୍ୟାଳୟରେ ମନମୋହନଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ ପାଇଁ ଲାଗିଲା ଭିଡ଼
ଦିନ ୧୧ଟା ୪୫ରେ ନୂଆଦିଲ୍ଲୀ ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ।
National
ମନମୋହନଙ୍କ ପାଇଁ ସ୍ମାରକସ୍ଥଳ ମାଗିଲା କଂଗ୍ରେସ, ବର୍ଷିଲେ ପ୍ରଣବଙ୍କ ଝିଅ
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦେଶ ପ୍ରତି ମନମୋହନଙ୍କ ଯୋଗଦାନକୁ ସମ୍ମାନିତ କରିବା ପାଇଁ ଭିନ୍ନ ରୂପେ ଏକ ସ୍ମାରକ ସ୍ଥଳ ତିଆରି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।