ମୁଁ ପୂର୍ବରୁ ଯାହା କହୁଥିଲି, ଏବେ ଆରବିଆଇ ସମାନ କଥା କହିଲା: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକ ଗତିବିଧିକୁ ନେଇ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମିଡିଆ ଦ୍ୱାରା ପ୍ରସଙ୍ଗ ବଦଳାଇଲେ କେବେ ହେଲେ ଗରିବମାନେ ଲାଭ ପାଇବେ ନାହିଁ। ତେଣୁ ସରକାର ଲୋକଙ୍କୁ ସହଯୋଗ କରିବାକୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ବୋଲି ରାହୁଲ କହିଛନ୍ତି। କରୋନା ସଂକ୍ରମଣ ପାଇଁ ଜାରି ଲକଡାଉନ ଯୋଗୁ ଦେଶର ଅର୍ଥନୀତି ବିଗିଡ଼ି ଯାଇଛି ଓ ସେପ୍ଟେମ୍ବର ଯାଏ ଏହା ଜାରି ରହିବ ବୋଲି ଆରବିଆଇ […]

r

Hemant Lenka
  • Published: Wednesday, 26 August 2020
  • , Updated: 26 August 2020, 04:11 PM IST

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକ ଗତିବିଧିକୁ ନେଇ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମିଡିଆ ଦ୍ୱାରା ପ୍ରସଙ୍ଗ ବଦଳାଇଲେ କେବେ ହେଲେ ଗରିବମାନେ ଲାଭ ପାଇବେ ନାହିଁ। ତେଣୁ ସରକାର ଲୋକଙ୍କୁ ସହଯୋଗ କରିବାକୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ବୋଲି ରାହୁଲ କହିଛନ୍ତି।

କରୋନା ସଂକ୍ରମଣ ପାଇଁ ଜାରି ଲକଡାଉନ ଯୋଗୁ ଦେଶର ଅର୍ଥନୀତି ବିଗିଡ଼ି ଯାଇଛି ଓ ସେପ୍ଟେମ୍ବର ଯାଏ ଏହା ଜାରି ରହିବ ବୋଲି ଆରବିଆଇ କହିଛି। ଏହାକୁ କେନ୍ଦ୍ର କରି ରାହୁଲ ଆଜି ଟ୍ୱିଟ କରିଛନ୍ତି। ସେ କହିଛନ୍ତି, ମୁଁ ଦୀର୍ଘ ମାସ ହେଲା ଯେଉଁ କଥା କହି ସତର୍କ କରାଉଥିଲି ଏବେ ଆରବିଆଇ ସମାନ କଥା କହିଛି। ସରକାର ଏବେ ଅଧିକ ଖର୍ଚ୍ଚ କରିବା ସହ ଋଣ ପରିମାଣ କମ କରିବା ଦରକାର। ଗରିବ ଲୋକଙ୍କୁ ଟଙ୍କା ଦିଏ। ଶିଳ୍ପପତିଙ୍କ ଉପରେ ଥିବା ଟିକସକୁ କାଟ ନାହିଁ। ବିଭିନ୍ନ ବଡ଼ବଡ଼ ପଦକ୍ଷେପ ନେଇ ଅର୍ଥନୀତିକୁ ପୁନଃ କାର୍ଯ୍ୟକ୍ଷମ କର। କେବଳ ମିଡିଆ ଦ୍ୱାରା ପ୍ରସଙ୍ଗ ଅଦଳବଦଳ କେଲେ ଗରିବମାନେ ଲାଭ ପାଇବେ ନାହିଁ। ସେହିପରି ଅର୍ଥନୀତି ଭୋଗୁଥିବା ବିପର୍ଯ୍ୟୟ ଅବସ୍ଥା ଦୂର ହେବନାହିଁ ବୋଲି ରାହୁଲ ଟ୍ୱିଟ କରିଛନ୍ତି।

ମଙ୍ଗଳବାର ଆରବିଆଇ କହିଥିଲା ଯେ ସେପ୍ଟେମ୍ବର ଯାଏ ଦେଶରେ ଅର୍ଥନୀତିକ ମାନ୍ଦାବସ୍ଥା ଦେଖାଯିବ। କରୋନା ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ଅର୍ଥନୀତି ପ୍ରଭାବିତ ହୋଇଥିବାରୁ ଅଭିବୃଦ୍ଧି ହାର ହ୍ରାସ ପାଇଛି। ୨୦୦ରୁ ଅଧିକ ଦେଶକୁ କରୋନା କବଳିତ କରିଥିବାରୁ ଅର୍ଥନୀତିକ ଗତିବିଧି ପୂରା ଠପ ହୋଇଯାଇଛି। ସେହିପରି ବ୍ୟାଙ୍କ ନୋଟର ବ୍ୟବହାର ମଧ୍ୟ ୨୦୨୯-୨୦ରେ ୨୩.୩% ହ୍ରାସ ପାଇଥିବା ଆରବିଆଇ କହିଥିଲା।

Related story