ପୁରୁଣା ନୋଟ୍‌ ଅଚଳ ନେଇ ପ୍ରକାଶ ପାଇଥିବା ଖବର ମିଛ

ନୂଆଦିଲ୍ଲୀ: ପୁରୁଣା ୧୦୦ ଟଙ୍କିଆ, ୧୦ ଟଙ୍କିଆ ଓ ୫ ଟଙ୍କିଆ ନୋଟ୍ ଖୁବଶୀଘ୍ର ବନ୍ଦ ହୋଇଯିବ ବୋଲି କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ମିଛି। ବର୍ତ୍ତମାନ ସ୍ଥିତିରେ କୌଣସି ପ୍ରକାରର ନୋଟ୍‌ ବନ୍ଦ ହେବନାହିଁ ବୋଲି ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି। ଆରିବିଆଇ ଟ୍ୱିଟ କରି କହିଛି ଯେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍‌ ଅଚଳ ହୋଇଯିବ ବୋଲି ଖବର ପ୍ରକାଶ ପାଇଥିଲା। […]

100-note

Hemant Lenka
  • Published: Monday, 25 January 2021
  • , Updated: 25 January 2021, 04:54 PM IST

ନୂଆଦିଲ୍ଲୀ: ପୁରୁଣା ୧୦୦ ଟଙ୍କିଆ, ୧୦ ଟଙ୍କିଆ ଓ ୫ ଟଙ୍କିଆ ନୋଟ୍ ଖୁବଶୀଘ୍ର ବନ୍ଦ ହୋଇଯିବ ବୋଲି କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ମିଛି। ବର୍ତ୍ତମାନ ସ୍ଥିତିରେ କୌଣସି ପ୍ରକାରର ନୋଟ୍‌ ବନ୍ଦ ହେବନାହିଁ ବୋଲି ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି। ଆରିବିଆଇ ଟ୍ୱିଟ କରି କହିଛି ଯେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍‌ ଅଚଳ ହୋଇଯିବ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ଏହି ରିପୋର୍ଟରେ କୌଣସି ସତ୍ୟତା ନାହିଁ।


କିଛି ଦିନ ତଳେ ଜାତୀୟ ଗଣମାଧ୍ୟମକୁ ଗୁଡ଼ିକ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜେନେରାଲ ମ୍ୟାନେଜର ବି ମହେଶଙ୍କ ସୂଚନାକୁ ଆଧାର କରି ଖବର ପ୍ରକାଶ କରିଥିଲେ। ଏଥିରେ ସେ ପୁରୁଣା ନୋଟ୍‌ ବନ୍ଦ ହେବା ପଛର କାରଣ ସମ୍ପର୍କରେ ବି କହିଥିଲେ। ସେତେବେଳେ ସେ କହିଥିଲେ ଯେ ୧୦୦, ୧୦ ଏବଂ ୫ ଟଙ୍କା ପୁରୁଣା ନୋଟ ବନ୍ଦ ହୋଇଯିବ। କାରଣ ବଜାରକୁ ଏହି ସବୁ ନୋଟରବ ବିକଳ୍ପ ଭାବେ ନୂଆ ନୋଟ୍ ଆସି ସାରିଛି। ତେଣୁ ପୁରୁଣା ନୋଟ୍‌କୁ ବଜାରରୁ ପ୍ରତ୍ୟାହାର କରି ନିଆଯିବ।

Related story