ବଦଳୁଛି ତାଜମହଲର ରଙ୍ଗ: ଧୀରେ ଧୀରେ ସବୁଜ ହେବାରେ ଲାଗିଛି ଧଳାମାର୍ବଲ

ନୂଆଦିଲ୍ଲୀ: ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ତାଜମହଲ ଅନ୍ୟତମ। ତାଜମହଲ ଆମ ଦେଶର ଗୌରବ। ତାଜମହଲ ଦେଖିବାକୁ ଦେଶ ବିଦେଶରୁ ବହୁସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ହେଲେ ଆମର ଏହି ଗର୍ବ ଓ ଗୌରବର ପ୍ରତୀକ ଉପରେ ପ୍ରଦୂଷଣର ପ୍ରଭାବ ଏବେ ଚିନ୍ତାର କାରଣ ପାଲଟିଛି। ପ୍ରେମର ପ୍ରତୀକ କୁହାଯାଉଥିବା ତାଜମହଲ ଉପରେ ପ୍ରଦୂଷଣର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁପ୍ରିମ କୋର୍ଟ ମଧ୍ୟ ଏଥିପାଇଁ ଚିନ୍ତା ବ୍ୟକ୍ତ କରି ସାରିଲେଣି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ)ର ଅବହେଳା ଯୋଗୁଁ […]

tazzzzzz

Rakesh Mallick
  • Published: Wednesday, 02 May 2018
  • , Updated: 02 May 2018, 05:10 PM IST

ନୂଆଦିଲ୍ଲୀ: ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ତାଜମହଲ ଅନ୍ୟତମ। ତାଜମହଲ ଆମ ଦେଶର ଗୌରବ। ତାଜମହଲ ଦେଖିବାକୁ ଦେଶ ବିଦେଶରୁ ବହୁସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ହେଲେ ଆମର ଏହି ଗର୍ବ ଓ ଗୌରବର ପ୍ରତୀକ ଉପରେ ପ୍ରଦୂଷଣର ପ୍ରଭାବ ଏବେ ଚିନ୍ତାର କାରଣ ପାଲଟିଛି। ପ୍ରେମର ପ୍ରତୀକ କୁହାଯାଉଥିବା ତାଜମହଲ ଉପରେ ପ୍ରଦୂଷଣର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁପ୍ରିମ କୋର୍ଟ ମଧ୍ୟ ଏଥିପାଇଁ ଚିନ୍ତା ବ୍ୟକ୍ତ କରି ସାରିଲେଣି।

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ)ର ଅବହେଳା ଯୋଗୁଁ ତାଜମହଲର ଆଜି ଏମିତି ଅବସ୍ଥା। ତାଜମହଲ ପ୍ରଦୂଷଣ କାରଣରୁ ପ୍ରଥମେ ହଳଦିଆ ଦେଖାଗଲା, ପରେ ମାଟିଆ ଓ ଏବେ ଏହାର ରଙ୍ଗ ଧୀରେ ଧୀରେ ସବୁଜ ଦେଖାଗଲାଣି। ମଙ୍ଗଳବାର ଦିନ ଏହାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଆବେଦନକାରୀ କୋର୍ଟରେ ତାଜମହଲର ଫଟୋ ଦେଖାଇ ଏହାର ରଙ୍ଗ ବଦଳୁଥିବା ବିଷୟରେ କହିଥିଲେ। ତାଜମହଲର ରଙ୍ଗ ପ୍ରଥମେ ଧଳାରୁ ହଳଦିଆ ହେଲା ପୁଣି ତା’ପରେ ମାଟିଆ ଦେଖାଗଲା। ଏବେ ଏହା ସବୁଜ ଦେଖାଗଲାଣି। ତେଣୁ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତାବ୍ୟକ୍ତ କରି କେନ୍ଦ୍ର ସରକାରଙ୍କୁ କଡ଼ା ଚେତାବନୀ ଦେଇଛି।

ତାଜମହଲର ରଙ୍ଗ ହଳଦିଆ ହେବା ପଛର କାରଣ ହେଉଛି ପ୍ରଦୂଷଣ ଓ ଅମ୍ଳ ବର୍ଷା। ସେହିଭଳି ଯମୁନାରେ ବଢ଼ୁଥିବା ପ୍ରଦୂଷଣ ତାଜମହଲ ସବୁଜ ଦେଖାଯିବା ପଛର କାରଣ। ପରିବେଶବିଦ୍‌ଙ୍କ ଅନୁଯାୟୀ ଯମୁନା ଅପରିଷ୍କାର ହୋଇଯାଇଥିବାରୁ ଏଥିରେ ଥିବା ପୋକଜୋକ ସବୁ ଆସି ତାଜମହଲରେ ପଶୁଛନ୍ତି। ଏମାନେ ତାଜମହଲର ଧଳା କାନ୍ଥରେ କଳା ଓ ସବୁଜ ରଙ୍ଗର ଅବଶେଷ ଛାଡ଼ୁଛନ୍ତି। ସେହିପରି ଆଖପାଖରେ ଥିବା ଫ୍ୟାକ୍ଟ୍ରୀ ଓ ତେଲ ରିଫାଇନାରୀରୁ ବାହାରୁଥିବା ଦୂଷିତ ଧୂଆଁ ଯୋଗୁ ତାଜମହଲର ଧଳା ଫର ଫର କାନ୍ଥଗୁଡ଼ିକ ଧୀରେ ଧୀରେ ହଳଦିଆ ପଡ଼ିଯାଉଛି।

ପ୍ରତିକାର ବ୍ୟବସ୍ଥା- ହଳଦିଆ ରଙ୍ଗକୁ ଦୂର କରିବା ପାଇଁ କାନ୍ଥଗୁଡ଼ିକରେ ମୁଲତାନି ମାଟିର ଲେପ ଲଗାଯାଉଛି। ଏହି ଲେପକୁ ଲଗାଇ ୨୪ ଘଣ୍ଟା ପାଇଁ ଶୁଖିବାକୁ ଛାଡ଼ିଦିଆଯାଉଛି, ଯେପରି କାନ୍ଥରୁ ଜମିଥିବା ମଳି ଭଲ ଭାବେ ବାହାରିଯିବ।

ଦୈନିକ କେତେ ପର୍ଯ୍ୟଟକ ଆସନ୍ତି?

ତାଜମହଲ ପରିଦର୍ଶନ କରିବାକୁ ପ୍ରତିଦିନ ପ୍ରାୟ ୭୦ ହଜାର ପର୍ଯ୍ୟଟକ ଆସୁଛନ୍ତି। ଏହାକୁ ୟୁନେସ୍କୋ ବିଶ୍ୱ ଐତିହରେ ସାମିଲ କରାଯାଇଛି।

 

 

 

Related story