ବିଦ୍ରୋହୀ କର୍ଣ୍ଣାଟକା ବିଧାୟକଙ୍କ ହୋଟେଲ ରୁମ ଭଡ଼ା ଦିନକୁ ୨୫ ହଜାର!

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଦେଖା ଦେଇଥିବା ରାଜନୀତିକ ସଙ୍କଟ ଏବେ ତୀବ୍ର ହେବାରେ ଲାଗିଛି। କିନ୍ତୁ ଆଜି ସମସ୍ତଙ୍କ ଫୋକସ ଇସ୍ତଫା ଡ୍ରାମା ଅପେକ୍ଷା ବିଧାୟକମାନେ ରହୁଥିବା ହୋଟେଲ ଓ ବ୍ୟବହାର କରୁଥିବା ବିମାନ ଉପରେ ରହିଛି। ଇସ୍ତଫା ଦେଇଥିବା ବିଧାୟକ ମୁମ୍ବାଇର ଏକ ବିଳାସଁପୂର୍ଣ୍ଣ ହୋଟେଲରେ ରହୁଛନ୍ତି। ସେହିପରି ଜେଡିଏସ ମଧ୍ୟ ତା’ର ବିଧାୟକଙ୍କୁ ଆଉ ଏକ ବିଳାସପୂର୍ଣ୍ଣ ହୋଟେଲରେ ରଖିଛି। ଏହାର ରାତିକ ଦାମ ଶୁଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ହୋଟେଲ କର୍ତ୍ତୃପକ୍ଷ […]

s

Hemant Lenka
  • Published: Monday, 08 July 2019
  • , Updated: 08 July 2019, 08:52 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଦେଖା ଦେଇଥିବା ରାଜନୀତିକ ସଙ୍କଟ ଏବେ ତୀବ୍ର ହେବାରେ ଲାଗିଛି। କିନ୍ତୁ ଆଜି ସମସ୍ତଙ୍କ ଫୋକସ ଇସ୍ତଫା ଡ୍ରାମା ଅପେକ୍ଷା ବିଧାୟକମାନେ ରହୁଥିବା ହୋଟେଲ ଓ ବ୍ୟବହାର କରୁଥିବା ବିମାନ ଉପରେ ରହିଛି।

ଇସ୍ତଫା ଦେଇଥିବା ବିଧାୟକ ମୁମ୍ବାଇର ଏକ ବିଳାସଁପୂର୍ଣ୍ଣ ହୋଟେଲରେ ରହୁଛନ୍ତି। ସେହିପରି ଜେଡିଏସ ମଧ୍ୟ ତା’ର ବିଧାୟକଙ୍କୁ ଆଉ ଏକ ବିଳାସପୂର୍ଣ୍ଣ ହୋଟେଲରେ ରଖିଛି। ଏହାର ରାତିକ ଦାମ ଶୁଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ହୋଟେଲ କର୍ତ୍ତୃପକ୍ଷ ରୁମ ପିଛା ରାତିକ ପାଇଁ ୨୫ ହଜାର ଟଙ୍କାରୁ ଅଧିକ ଚାର୍ଜ କରନ୍ତି।

ବିଦ୍ରୋହୀ ବିଧାୟକମାନେ ଚାଟାର୍ର୍ଡ ବିମାନ ଯୋଗେ ମୁମ୍ବାଇରେ ପହଞ୍ଚିଥିଲେ। ଏହାପରେ ଜେଡିଏସ୍‌ ପକ୍ଷରୁ ବାକି ବିଧାୟକମାନଙ୍କୁ କର୍ଣ୍ଣାଟକାର କୋଡାଗୁ ସ୍ଥିତ ରିଜର୍ଟକୁ ସ୍ଥାନାନ୍ତର କରାଯାଇଛି।

ବିଦ୍ରୋହୀ ବିଧାୟକମାନେ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ନିକଟ ସୋଫିଟେଲ ହୋଟେଲରେ ରହୁଛନ୍ତି। ଏଠାରେ ରାତିକ ପିଛା ରୁମ ଭଡ଼ା ୧୦ ହଜାରରୁ ଆରମ୍ଭ। ଏହି ହୋଟେଲରେ ୧୦ ଜଣ କଂଗ୍ରେସ ବିଧାୟକ ରହୁଛନ୍ତି। ସେହିପରି ଜେଡିଏସ୍‌ର ୩ ଜଣ ବିଦ୍ରୋହୀ ବିଧାୟକ ଶିରିଡ୍‌ରେ ରହିଛନ୍ତି।

ଦିନକୁ ଦିନ ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ବଢ଼ୁଥିବାରୁ ଜେଡିଏସ୍‌ ତା’ର ସମସ୍ତ ବିଧାୟକଙ୍କୁ ପାଡ୍ଡିଙ୍ଗଟନ୍‌ ରିଜର୍ଟକୁ ନେଇଛି। ଏଠାରେ ଦଳ ପକ୍ଷରୁ ୧୦ଟି ପ୍ରାଇଭେଟ୍‌ ଭିଲ୍ଲା, ୭ ବଙ୍ଗଳା ଓ ଡିଲକ୍ସ ରୁମ ବୁକ୍‌ କରିଛି। ଏଠାରେ ରୁମ ପିଛା ଭଡ଼ା ୨୫ ହଜାର ସହ ଟିକସ ଦେବାକୁ ପଡ଼ିଥାଏ।

ପ୍ରଥମଥର ଯେ ବିଧାୟକମାନଙ୍କୁ ଏଭଳି ବିଳାସପୂର୍ଣ୍ଣ ହୋଟେଲକୁ ସ୍ଥାନାନ୍ତର କରାଯାଇଛି ତାହା ନୁହେଁ, ଜାନୁଆରୀ ମାସରେ କଂଗ୍ରେସ ବିଧାୟକ ଦଳ ବୈଠକ ପୂର୍ବରୁ ମଧ୍ୟ ଦଳ ତା’ର ବିଧାୟମାନଙ୍କୁ ଏକ ବିଳାସପୂର୍ଣ୍ଣ ହୋଟେଲକୁ ନେଇ ରଖିଥିଲା।

Related story