ଆସୁଛି ବାତ୍ୟା ବୁରେଭି, ୪ ଜିଲ୍ଲାକୁ ଜାରି ହେଲା ରେଡ ୱାର୍ଣ୍ଣିଂ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ବାତ୍ୟାର ନାଁ ବୁରେଭି ରଖାଯାଇଛି। ଗୁରୁବାର ରାତିରେ ବୁରେଭି ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ। ସେହିପରି ଶୁକ୍ରବାର ସକାଳେ ଏହା ତାମିଲନାଡୁ କ୍ରସ କରିବାର ଆଶଙ୍କା ରହିଛି। ଗୁରୁବାର ରାତିରେ ବାତ୍ୟା ବୁରେଭି ଶ୍ରୀଲଙ୍କା ଉପକୂଳ ନିକଟସ୍ଥ ଟ୍ରିନକୋମାଲେ ଅତିକ୍ରମ କରିବ। ଏହି ସମୟରେ ପବନର ଘଣ୍ଟା ପ୍ରତି ବେଗ ସର୍ବାଧିକ ୯୫ […]

t

Hemant Lenka
  • Published: Wednesday, 02 December 2020
  • , Updated: 02 December 2020, 06:58 PM IST

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ବାତ୍ୟାର ନାଁ ବୁରେଭି ରଖାଯାଇଛି। ଗୁରୁବାର ରାତିରେ ବୁରେଭି ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ। ସେହିପରି ଶୁକ୍ରବାର ସକାଳେ ଏହା ତାମିଲନାଡୁ କ୍ରସ କରିବାର ଆଶଙ୍କା ରହିଛି।

ଗୁରୁବାର ରାତିରେ ବାତ୍ୟା ବୁରେଭି ଶ୍ରୀଲଙ୍କା ଉପକୂଳ ନିକଟସ୍ଥ ଟ୍ରିନକୋମାଲେ ଅତିକ୍ରମ କରିବ। ଏହି ସମୟରେ ପବନର ଘଣ୍ଟା ପ୍ରତି ବେଗ ସର୍ବାଧିକ ୯୫ କିମି ରହିବ। ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ସାମୁଦ୍ରିକ ଝଡ଼ ପଶ୍ଚିମ ଦିଗରେ ଗତି କରିବ। ଡିସେମ୍ବର ୩ ସୁଦ୍ଧା ଏହା ଗଲ୍ଫ ଅଫ ମାନ୍ନାର ଓ ନିକଟବର୍ତ୍ତୀ କୋମୋରିନ ଅଞ୍ଚଳରେ କେନ୍ଦ୍ରୀଭୂତ ହେବ। ସେଠାରୁ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ମୁହାଁ ହେବ। ଡିସେମ୍ବର ୪ ତାରିଖ ସକାଳେ ବାତ୍ୟା ବୁରେଭି କନ୍ୟାକୁମାରୀ ଓ ପମବାନ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ବିଭାଗ ପୂର୍ବାନୁମାନ କରିଛି।

କେବଳ ତାମିଲନାଡୁ ନୁହେଁ, କେରଳରେ ମଧ୍ୟରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଥିପାଇଁ କେରଳର ୪ଟି ଜିଲ୍ଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାତ୍ୟା ମୁକାବିଲାର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

ତାମିଲନାଡୁର ଧାନୁସ୍କୋଡି ଅନ୍ତର୍ଗତ ପାଲାମ ଅଞ୍ଚଳରୁ ୩୬୦ ଜଣଙ୍କୁ ନାରାୟଣପୁର ସ୍ଥିତ ଶେଲଟର ହୋମକୁ ସ୍ଥାନାନ୍ତର କରାଯାଇଛି। ବିଭିନ୍ନ ସ୍ଥାନରେ ଏନଡିଆରଏଫ ଟିମ୍‌ ମଧ୍ୟ ମୁତୟନ ହୋଇଛନ୍ତି। ବାତ୍ୟା ବୁରେଭି ପ୍ରଭାବାରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ମତ୍ସ୍ୟଜୀବୀକୁ ଆସନ୍ତା ୫ ତାରିଖ ଯାଏ ଏହା ମଧ୍ୟକୁ ଯିବାକୁ ବାରଣ କରିଛି। ବୁଧବାର ରାତିରୁ ଦକ୍ଷିଣ ତାମିଲନାଡୁ ଓ କାଲି ଠାରୁ ଦକ୍ଷିଣ କେରଳରେ ପ୍ରବଳ ବର୍ଷା ହେବ ବୋଲି ବିଭାଗ ଆକଳନ କରିଛି।

Related story