ଅଯୋଧ୍ୟା ଜମି ବିବାଦ ମାମଲା: ଅକ୍ଟୋବର ୨୯ରୁ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ହିଁ ଶୁଣାଣି କରିବେ। ଆଜି ସୁପ୍ରିମକୋର୍ଟ ଏ କଥା କହିଛନ୍ତି। ଏହି ମାମଲାକୁ ୫ ଜଣିଆ ବୃହତ ବେଞ୍ଚକୁ ପଠାଇବା ଅନାବଶ୍ୟକ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏନେଇ ଆସନ୍ତା ଅକ୍ଟୋବର ୨୯ରୁ ମାମଲାର ନିୟମିତ ଶୁଣାଣି ଆରମ୍ଭ ହେବ ।

ମସଜିଦ୍‌ରେ ନମାଜ ପାଠ ଇସ୍‌ଲାମର ଅଭିନ୍ନ ଅଂଶ, ଏହି ପ୍ରସଙ୍ଗରେ ମାମଲାକୁ ବୃହତ ବେଞ୍ଚକୁ ପଠାଇବାକୁ ହୋଇଥିଲା ଆବେଦନ। ଏହି ମାମଲାରେ ପୁନର୍ବିଚାରର ଆବଶ୍ୟକ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୧୯୯୪ରେ ଇସମାଇଲ ଫାରୁକି ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ କୌଣସି ସ୍ଥାନରେ ନମାଜ ପାଠ କରାଯାଇ ପାରିବ। ଏଥିପାଇଁ ମସଜିଦ୍‌ ଜରୁରୀ ନୁହେଁ। ତେବେ ତିନିଜଣିଆ ଖଣ୍ଡପୀଠର ଜଣେ ବିଚାରପତି ଏହା ସହ ଏକମତ ହୋଇନଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ,ସୁପ୍ରିମକୋର୍ଟଙ୍କ ଉପରୋକ୍ତ ରାୟ ବିରୋଧରେ ମୁସଲିମ୍ ସମୁଦାୟ ସବୋର୍ଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।

୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ଯିବା ପରେ ୨୦୧୦ରେ ଆହ୍ଲାବାଦ୍‌ ହାଇକୋର୍ଟ ଅଯୋଧ୍ୟାର ବିବାଦୀୟ ଜମିକୁ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ୩ ଭାଗରେ ବିଭକ୍ତ କରିଥିଲେ।
ଏହାର ପ୍ରମୁଖ ଅଂଶ ହିନ୍ଦୁଙ୍କ ଭାଗରେ ପଡ଼ିଥିଲା। ଏହି ରାୟର ପ୍ରତିବାଦ କରି ଉଭୟ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ଷୋଡ଼ଶ ଶତାବ୍ଦୀରେ ନିର୍ମିତ ବାବ୍ରି ମସଜିଦ୍‌କୁ ୧୯୯୨ ମସିହା ଡିସେମ୍ବର 6 ତାରିଖରେ କରସେବକମାନେ ଭାଙ୍ଗି ଦେଇଥିଲେ। କରସେବକଙ୍କ ପକ୍ଷରୁ ଦାବି କରାଯାଇଥିଲା ଯେ, ଅଯୋଧ୍ୟାରେ ପୂର୍ବରୁ ଥିବା ରାମ ମନ୍ଦିରଙ୍କୁ ଭଙ୍ଗାଯାଇ ଏଠାରେ ମସଜିଦ୍‌ ଗଢ଼ି ଉଠିଥିଲା। ତେଣୁ ଏଠାରେ ରାମ ମନ୍ଦିର ନିର୍ମାଣ ହେବା ଉଚିତ୍‌। ଯାହାକୁ ନେଇ ପରବର୍ତ୍ତୀ ସମୟରେ ସାମ୍ପ୍ରଦାୟିକ ଦଙ୍ଗା ହେବା ସହ ଦୀର୍ଘ ବର୍ଷ ଧରି କୋର୍ଟରେ ମାମଲା ରହି ଆସିଛି।

ଆହୁରି ପଢ଼ନ୍ତୁ

ଟିଆରପି ସ୍କାମ୍: ସିବିଆଇ ତଦନ୍ତ ନେଇ ସଫେଇ ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ

କୋଭିସିଲ୍ଡ ଟିକାକୁ ଝଟକା; କ୍ଲିନିକାଲ ଟ୍ରାଏଲ ବେଳେ ଆଖି ବୁଜିଲେ ଡାକ୍ତର

ଦାଢ଼ି ରଖିବାରୁ ପୁଲିସ ଅଧିକାରୀ ନିଲମ୍ୱିତ

ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ହେଙ୍ଗୁ ଚାଷ

ବିପଦ ଆଣିଛି ମେସିନ୍, ପାଞ୍ଚ ବର୍ଷରେ ଯିବ ୮.୫ କୋଟି ଚାକିରି!

ଦେଶର ତୃତୀୟ ପ୍ରଦୂଷିତ ସହର ଲକ୍ଷ୍ନୌ

ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ନୂଆ ପଦକ୍ଷେପ

ଜମ୍ମୁ କଶ୍ମୀରରେ ବଦଳିଲା ପଞ୍ଚାୟତ ରାଜ୍ ଆଇନ୍, କେନ୍ଦ୍ର କହିଲା ଏବେ ଲୋକଙ୍କ ହାତରେ କ୍ଷମତା

ପାଲଘରରେ ସାଧୁଙ୍କୁ ହତ୍ୟା ମାମଲା, ଆଉ ୨୪ ଅଭିଯୁକ୍ତଙ୍କୁ ଗିରଫ କଲା ସିଆଇଡି

ଟିଆରପି ସ୍କାମ୍ ମାମଲା, ସିବିଆଇ ତଦନ୍ତରେ କେଁ ପୂରାଇଲା ମହାରାଷ୍ଟ୍ର ସରକାର

ଲୋଭନୀୟ ଅଫର୍! ବିସ୍କୁଟର ଟେଷ୍ଟ କହି ବର୍ଷକୁ ୪୦ ଲକ୍ଷ ଟଙ୍କା ନିଅନ୍ତୁ

କଙ୍ଗନା ଓ ତାଙ୍କ ଉଭଣୀଙ୍କୁ ଜେରା କରିବ ପୁଲିସ୍‌, ପଠାଇଲା ସମନ