ରିଲିଫ ସାମଗ୍ରୀ ବାଣ୍ଟୁଥିବା ହେଲିକପ୍ଟର ଖସି ପଡ଼ିଲା, ୩ ମୃତ

ଡେରାଡୁନ୍‌: ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତରାଖଣ୍ଡରର ଉତ୍ତରକାଶୀର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଓ ଭୂସ୍ଖଳନ ଯୋଗୁ ଉତ୍ତରାଖଣ୍ଡରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ସାମଗ୍ରୀ ବାଣ୍ଟୁଥିବା ଏକ ହେଲିକପ୍ଟର ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏଥିରେ ଥିବା ପାଇଲଟ୍‌ ଏବଂ ୨ ଜଣ କ୍ରୁ ସଦସ୍ୟ ପ୍ରାଣ ହରାଇଛନ୍ତି। ବିମାନଟି ରିଲିଫ ସାମଗ୍ରୀ ବାଣ୍ଟି ଫେରୁଥିବା ବେଳେ ମୋଲଡି […]

y

Hemant Lenka
  • Published: Wednesday, 21 August 2019
  • , Updated: 21 August 2019, 04:00 PM IST

ଡେରାଡୁନ୍‌: ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତରାଖଣ୍ଡରର ଉତ୍ତରକାଶୀର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଓ ଭୂସ୍ଖଳନ ଯୋଗୁ ଉତ୍ତରାଖଣ୍ଡରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି।

କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ସାମଗ୍ରୀ ବାଣ୍ଟୁଥିବା ଏକ ହେଲିକପ୍ଟର ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏଥିରେ ଥିବା ପାଇଲଟ୍‌ ଏବଂ ୨ ଜଣ କ୍ରୁ ସଦସ୍ୟ ପ୍ରାଣ ହରାଇଛନ୍ତି।

ବିମାନଟି ରିଲିଫ ସାମଗ୍ରୀ ବାଣ୍ଟି ଫେରୁଥିବା ବେଳେ ମୋଲଡି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଉତ୍ତରକାଶୀ ବିପର୍ଯ୍ୟୟ ପ୍ରଶମନ ଅଧିକାରୀ ଦେବେନ୍ଦ୍ର ପଟୱାଲ କହିଛନ୍ତି। ସେ କହିଛନ୍ତି, “ହେଲିକପ୍ଟରଟି ଅଳ୍ପ ଉଚ୍ଚତାରେ ଥିବା ବେଳେ ହିଁ ହଠାତ୍‌ ତଳକୁ ଖସି ପଡ଼ିଥିଲା।

ଏଥିରେ ପାଇଲଟ ରଣଜିତ ଲାଲ, କୋ-ପାଇଲଟ ଶୈଳେଶ ଓ କ୍ରୁ ସଦସ୍ୟ ରାଜପାଲ ରାଣା ରହିଥିଲେ। ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଛି। ଘଟଣାସ୍ଥଳରେ ହିଁ ୩ ଜଣ ଯାକ ପ୍ରାଣ ହରାଇଛନ୍ତି।”

ଏହି ଘଟଣାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପିଛା ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Related story