କ୍ରାଇମବ୍ରାଞ୍ଚରେ ହାଜର ନହୋଇ ସୁପ୍ରିମକୋର୍ଟ ଗଲା ରିପବ୍ଲିକ୍ ଟିଭି

ମୁମ୍ୱାଇ: ଟିଆରପି ସ୍କାମ ନେଇ ମୁମ୍ୱାଇ ପୁଲିସ ରିପବ୍ଲିକ ଟିଭିର ସିଏଫଓଙ୍କୁ ସମନ କରିଛନ୍ତି। ଆଜି ସିଏଫଓ (ଚିଫ୍ ଫିନାନଶିଆଲ୍ ଅଫିସର) ଶିବ ସୁନ୍ଦରମ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେବାର ଥିଲା। ହେଲେ ପୁଲିସକୁ ଚିଠି ଲେଖି ସୁନ୍ଦରମ କହିଛନ୍ତି, ସେ ତଦନ୍ତରେ ସହଯୋଗ ପାଇଁ ରାଜି। ଅକ୍ଟୋବର ୧୪-୧୫ ମଧ୍ୟରେ ସେ ତଦନ୍ତ ସହଯୋଗ କରିବେ। ମୁମ୍ୱାଇ ବାହାରେ କାମ ରହିଛି। ସମନ ପୂର୍ବରୁ ଏହି କାମ ଫିକ୍ସ ହୋଇଛି। ତେଣୁ ଆଗାମୀ ସପ୍ତାହରେ ସେ […]

Arnab-Goswami

Subhransu Sekhar
  • Published: Saturday, 10 October 2020
  • , Updated: 10 October 2020, 02:54 PM IST

ମୁମ୍ୱାଇ: ଟିଆରପି ସ୍କାମ ନେଇ ମୁମ୍ୱାଇ ପୁଲିସ ରିପବ୍ଲିକ ଟିଭିର ସିଏଫଓଙ୍କୁ ସମନ କରିଛନ୍ତି। ଆଜି ସିଏଫଓ (ଚିଫ୍ ଫିନାନଶିଆଲ୍ ଅଫିସର) ଶିବ ସୁନ୍ଦରମ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେବାର ଥିଲା। ହେଲେ ପୁଲିସକୁ ଚିଠି ଲେଖି ସୁନ୍ଦରମ କହିଛନ୍ତି, ସେ ତଦନ୍ତରେ ସହଯୋଗ ପାଇଁ ରାଜି। ଅକ୍ଟୋବର ୧୪-୧୫ ମଧ୍ୟରେ ସେ ତଦନ୍ତ ସହଯୋଗ କରିବେ। ମୁମ୍ୱାଇ ବାହାରେ କାମ ରହିଛି। ସମନ ପୂର୍ବରୁ ଏହି କାମ ଫିକ୍ସ ହୋଇଛି। ତେଣୁ ଆଗାମୀ ସପ୍ତାହରେ ସେ ତଦନ୍ତରେ ସହଯୋଗ କରିବେ ବୋଲି ଚିଠି ଲେଖି କହିଛନ୍ତି।

ଅନ୍ୟପଟେ ରିପବ୍ଲିକ ନେଟଓ୍ୱର୍କର ଅନ୍ୟତମ ସମ୍ପାଦକ ତଥା ଚ୍ୟାନେଲର ପ୍ରତିଷ୍ଠାତା ଏବଂ ଲୋକପ୍ରିୟ ନ୍ୟୁଜ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀଙ୍କ ସ୍ତ୍ରୀ ସମ୍ୟବ୍ରତ ରୟ ଗୋସ୍ୱାମୀଙ୍କୁ କ୍ରାଇମବ୍ରାଞ୍ଚ ସମମ କରିବ ବୋଲି ଆକଳନ କରାଯାଉଛି।

ଅନ୍ୟପଟେ ମୁମ୍ୱାଇ ପୁଲିସର ସମନକୁ ଚ୍ୟାଲେଞ୍ଜ କରି ରିପବ୍ଲିକ ଟିଭି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତେଣୁ କୋର୍ଟଙ୍କ ଶୁଣାଣି ନହେବା ଯାଏ ତଦନ୍ତ ଆଗକୁ ନବଢ଼ାଇବା ପାଇଁ ମଧ୍ୟ ସୁନ୍ଦରମ କହିଛନ୍ତି। କୋର୍ଟରେ ଶୁଣାଣି ପାଇଁ ଲିଷ୍ଟିଂ ହୋଇଛି। ଆସନ୍ତା ସପ୍ତାହରେ ଶୁଣାଣି ହୋଇପାରେ।

ଟିଆରପି ମାପୁଥିବା ବାର୍କ ଏବଂ ହାଂସ ଦ୍ୱାରା ଦାଖଲ ହୋଇଥିବା ଏଫଆଇଆର ଅନୁଯାୟୀ ପୁଲିସ ତଦନ୍ତ କରି ରିପବ୍ଲିକ ଟିଭି ଏବଂ ଦୁଇ ମରାଠୀ ଚ୍ୟାନେଲ ସ୍କାମରେ ଲିପ୍ତ ଥିବା କହିଛି। ଏହାପରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଛି।

ଅନ୍ୟପଟେ ବାର୍କ ଯେଉଁ ଏଫଆଇଆର ଦାଖଲ କରିଛି ସେଥିରେ ଇଣ୍ଡିଆ ଟୁଡେ ନାଁ ରହିଛି। ହେଲେ ପୁଲିସ ଏ ବାବଦରେ ନିରବ ରହିଛି। ଯାହାକୁ ପ୍ରସଙ୍ଗ କରିଛି ରିପବ୍ଲିକ ଟିଭି। ସୁଶାନ୍ତଙ୍କ ମୃତ୍ୟୁ, ପାଲଘର ମୋବ ଲିଞ୍ଚିଙ୍ଗ ଆଦି ପ୍ରସଙ୍ଗରେ ରିପବ୍ଲିକ ଟିଭି ମୁମ୍ୱାଇ ପୁଲିସକୁ କଡ଼ା ପ୍ରଶ୍ନ କରିଛି। ସେଥିପାଇଁ ବ୍ୟକ୍ତିଗତ ରାଗ ରଖିବାକୁ ଯାଇ ଦୁଷ୍ଟ ଲୋକଙ୍କ ସହ ମିଶି ମୁମ୍ୱାଇ ପୁଲିସ ଏଭଳି କରୁଛି ବୋଲି ରିପବ୍ଲିକ ଟିଭିର ସହ ସମ୍ପାଦକ ଏବଂ ପ୍ରତିଷ୍ଠାତା ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି।

Related story