ଡାକ୍ତରଙ୍କ ଅବସର ବୟସ ୬୫ କଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ଡାକ୍ତରଙ୍କ ଅବସର ବୟସ ସୀମା ବୃଦ୍ଧି ପାଇଛି। ଆଜି ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସେଣ୍ଟ୍ରାଲ୍ ହେଲଥ ସର୍ଭିସ୍ ବା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବା ଅଧୀନରେ କାମ କରୁଥିବା ଡାକ୍ତରଙ୍କ ବୟସ ସୀମାକୁ ସରକାର ୬୫ ବର୍ଷକୁ ବଢ଼େଇ ଦେଇଛନ୍ତି। ପୂର୍ବରୁ ଏହା ୬୨ ବର୍ଷ ଥିଲା। ଆଜି ଏ ସଂପର୍କରେ ଘୋଷଣା କରି ଆଇନ୍ ଓ ସୂଚନା ପ୍ରଯୁକ୍ତି ବିଭାଗର କେନ୍ଦ୍ରମନ୍ତ୍ରୀ ରବିଶଙ୍କର […]

Ordigital Desk
  • Published: Wednesday, 27 September 2017
  • Updated: 27 September 2017, 12:24 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ଡାକ୍ତରଙ୍କ ଅବସର ବୟସ ସୀମା ବୃଦ୍ଧି ପାଇଛି। ଆଜି ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସେଣ୍ଟ୍ରାଲ୍ ହେଲଥ ସର୍ଭିସ୍ ବା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବା ଅଧୀନରେ କାମ କରୁଥିବା ଡାକ୍ତରଙ୍କ ବୟସ ସୀମାକୁ ସରକାର ୬୫ ବର୍ଷକୁ ବଢ଼େଇ ଦେଇଛନ୍ତି। ପୂର୍ବରୁ ଏହା ୬୨ ବର୍ଷ ଥିଲା।

[caption id="attachment_167879" align="alignleft" width="233"] କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ[/caption]

ଆଜି ଏ ସଂପର୍କରେ ଘୋଷଣା କରି ଆଇନ୍ ଓ ସୂଚନା ପ୍ରଯୁକ୍ତି ବିଭାଗର କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଡାକ୍ତରଙ୍କ ଅବସର ବୟସ ବୃଦ୍ଧି ସଂପର୍କୀତ ଏହି ନିଷ୍ପତ୍ତି ପିଛିଲା ଭାବେ ୨୦୧୬ ମସିହା ମେ ୩୧ ତାରିଖରୁ ଲାଗୁ ହେବ। ଡାକ୍ତରଙ୍କ ଅଭାବ ଜନିତ ସମସ୍ୟା ଓ ରୋଗୀସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟରେ ରଖି କେନ୍ଦ୍ର ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହାଦ୍ବାରା କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ବହୁ ସଂଖ୍ୟାରେ ଡାକ୍ତର ଲାଭ ପାଇବେ। ଏବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଅନ୍ୟ ବିଭାଗ ଗୁଡ଼ିକରେ ମୋଟ ୧୪୪୫ ଜଣ ଡାକ୍ତର କେନ୍ଦ୍ରୀୟ ସ୍ୱାସ୍ଥ୍ୟସେବା ଅଧୀନରେ କାମ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos