ସୁଶାନ୍ତଙ୍କ ଏହି ଦୁଇ ଆକାଉଣ୍ଟରୁ ରିୟାଙ୍କ ପାଖକୁ ଯାଇଛି ଟଙ୍କା!

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ସୁଶାନ୍ତଙ୍କ ୪ଟି ବ୍ୟାଙ୍କ ଆକାଉଣ୍ଟରୁ ୨ଟି ଆକାଉଣ୍ଟରୁ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଖାତାକୁ ମୋଟା ଅଙ୍କର ଟଙ୍କା ଯାଇଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କାର ହେରଫେର କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ) ସୂତ୍ରରୁ ଜାତୀୟ ଗଣାମଧ୍ୟମ ଏନଡିଟିଭି ଏହି ଖବର ପ୍ରକାଶ କରିଛି। ଜୁନ୍‌ ୧୪ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ମିଳିଥିଲା। ଏହାପରେ ସୁଶାନ୍ତଙ୍କ ବାପା କେକେ […]

ry

ry

Hemant Lenka
  • Published: Thursday, 06 August 2020
  • Updated: 06 August 2020, 09:12 PM IST

Sports

Latest News

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ସୁଶାନ୍ତଙ୍କ ୪ଟି ବ୍ୟାଙ୍କ ଆକାଉଣ୍ଟରୁ ୨ଟି ଆକାଉଣ୍ଟରୁ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଖାତାକୁ ମୋଟା ଅଙ୍କର ଟଙ୍କା ଯାଇଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କାର ହେରଫେର କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ) ସୂତ୍ରରୁ ଜାତୀୟ ଗଣାମଧ୍ୟମ ଏନଡିଟିଭି ଏହି ଖବର ପ୍ରକାଶ କରିଛି।

ଜୁନ୍‌ ୧୪ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ମିଳିଥିଲା। ଏହାପରେ ସୁଶାନ୍ତଙ୍କ ବାପା କେକେ ସିଂହ ଏତଲା ଦେଇ ରିୟା ତାଙ୍କ ପୁଅଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ନେଇ ଯାଇଥିବା ଅଭିଯୋଗ କରିଥିଲେ। ଏହାପରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଥିଲା। ସୁଶାନ୍ତଙ୍କ ସିଏ ଓ ରିୟାଙ୍କ ସହଯୋଗୀଙ୍କୁ ବି ଇଡି ଜେରା କରିଥିଲା।

ଏବେ ମିଳିଥିବା ତଥ୍ୟ ଅନୁସାରେ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏଚଡିଏଫସି ଓ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କରେ ଆକାଉଣ୍ଟ ରହିଛି। ଏହି ୩ଟି ଆକାଉଣ୍ଟରୁ ୨ଟି ଅର୍ଥାତ କୋଟାକ ଓ ଏଚଡିଏଫସିରୁ ରିୟାଙ୍କ ଖାତାକୁ ଟଙ୍କା ଯାଇଛି। ନିକଟରେ ମୁମ୍ବାଇ ପ୍ରାଇମ ଲୋକେସନରେ ରିୟା ଓ ତାଙ୍କ ପରିବାର ଦୁଇଟି ଦାମୀ ବଙ୍ଗଳା କିଣିଛନ୍ତି। ଏହି ପ୍ରପୋଟିଜିର କାଗଜପତ୍ର ଦେଖାଇବାକୁ ଇଡି ରିୟାଙ୍କୁ କହିଛନ୍ତି। ଆସନ୍ତକାଲି ରିୟା ଇଡିରେ ହାଜର ହେବାକୁ ତାଙ୍କ ପାଖକୁ ନୋଟିସ କରାଯାଇଛି।

ତଦନ୍ତ ବେଳେ ଜଣାପଡ଼ିଛି ଯେ ମୁମ୍ବାଇର ଉପକଣ୍ଠରେ ଥିବା ପାବାନିରେ ସୁଶାନ୍ତଙ୍କର ଗୋଟିଏ ଫାର୍ମା ହାଉସ ରହିଛି। ମୁମ୍ବାଇର ଗୋରେଗାଓଁରେ ମଧ୍ୟ ଗୋଟିଏ ଆପାର୍ଟମେଣ୍ଟ କିଣିଥିଲେ। ସୁଶାନ୍ତ ଦୁଇଟି କାର କିଣିଥିବା ବେଳେ ଏବେ ବି ସେ ଗୋଟିଏ କାର୍‌ର ଲୋନ ଦେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos