୮ ଘଣ୍ଟାର ଜେରା ପରେ ସିବିଆଇ ପଞ୍ଝାରୁ ବାହାରିଲେ ରିୟା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଦୀର୍ଘ ୮ ଘଣ୍ଟା କାଳ ଜେରା କରିଛି। ସିବିଆଇ ସମନ ପାଇ ଆଜି ରିୟା ପ୍ରାୟ ଦିନ ୧୦ରୁ ୧୧ଟା ଭିତରେ ସିବିଆଇର ଅସ୍ଥାୟୀ କ୍ୟାମ୍ପ ଡିଆରଡିଓରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ସିବିଆଇ ଟିମ୍‌ର ନେତୃତ୍ୱ ନେଉଥିବା ନୂପୁର ପ୍ରସାଦ ଜେରା ଆରମ୍ଭ କରିଥିଲେ। ବିଭିନ୍ନ ପ୍ରସଙ୍ଗରେ ରିୟାଙ୍କୁ ସିବିଆଇ ଟିମ୍‌ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲା। ଜୁନ୍‌ ୮ରେ କ’ଣ ଘଟିଥିଲ? […]

fh

Hemant Lenka
  • Published: Friday, 28 August 2020
  • , Updated: 28 August 2020, 08:38 PM IST

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଦୀର୍ଘ ୮ ଘଣ୍ଟା କାଳ ଜେରା କରିଛି। ସିବିଆଇ ସମନ ପାଇ ଆଜି ରିୟା ପ୍ରାୟ ଦିନ ୧୦ରୁ ୧୧ଟା ଭିତରେ ସିବିଆଇର ଅସ୍ଥାୟୀ କ୍ୟାମ୍ପ ଡିଆରଡିଓରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ସିବିଆଇ ଟିମ୍‌ର ନେତୃତ୍ୱ ନେଉଥିବା ନୂପୁର ପ୍ରସାଦ ଜେରା ଆରମ୍ଭ କରିଥିଲେ।

ବିଭିନ୍ନ ପ୍ରସଙ୍ଗରେ ରିୟାଙ୍କୁ ସିବିଆଇ ଟିମ୍‌ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲା। ଜୁନ୍‌ ୮ରେ କ’ଣ ଘଟିଥିଲ? ଜୁନ୍‌ ୧୪ରେ ସୁଶାନ୍ତଙ୍କ ମୃତ୍ୟୁ ଖବର ସେ କେମିତି ପାଇଥିଲେ? ସୁଶାନ୍ତଙ୍କ ପରିବାର ଲୋକଙ୍କ ସହ ତାଙ୍କ ସମ୍ପର୍କ କେମିତି ଥିଲା, ଏମିତି ଅନେକ ପ୍ରଶ୍ନ ତାଙ୍କୁ ପଚରା ଯାଇଥିଲା। ସୂତ୍ର ଅନୁସାରେ, ରିୟା ସବୁ ପ୍ରଶ୍ନର ଉତ୍ତର ପ୍ରମାଣ ସହ ସିବିଆଇ ଟିମ୍‌ ଆଗରେ ଉପସ୍ଥାପନ କରିଛନ୍ତି।

ରିୟାଙ୍କ ସହ ତାଙ୍କ ଭାଇ ସୌଭିକଙ୍କୁ ମଧ୍ୟ ସିବିଆଇ ପ୍ରାୟ ୮ ଘଣ୍ଟା କାଳ ଜେରା କରିଛି। ଗୁରୁବାର ମଧ୍ୟ ସିବିଆଇ ଟିମ୍‌ ସୌଭିକଙ୍କୁ ୧୪ ଘଣ୍ଟା କାଳ ଜେରା କରିଥିଲା। ଆଜି ଦୁଇଟି ଟିମ୍‌ ରିୟା ଓ ସୌଭିକଙ୍କୁ ଜେରା କରୁଥିବା ବେଳେ ଆଉ ଗୋଟିଏ ଟିମ୍‌ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି, କୁକ ନୀରଜ ଓ ସାମ୍ୟୁଏଲ ମିରିଣ୍ଡାଙ୍କୁ ଜେରା କରିଥିଲା।

ଅନ୍ୟପକ୍ଷରେ ଆଜି ଇଡି ଗୌରବ ଆରିୟାଙ୍କୁ ସମନ କରିଛି। ରିୟା ଓ ଗୌରବଙ୍କ ମଧ୍ୟ ଡ୍ରଗ୍ସକୁ ନେଇ ଆଲୋଚନା ଚାଲିଥିବା ବେଳର ହ୍ୱାଟସଆପ ଚ୍ୟାଟ ଭାଇରାଲ ହୋଇଥିଲା। ତେଣୁ ଇଡି ଗୌରବଙ୍କୁ ଅଗଷ୍ଟ ୩୧ ଦିନ ୧୧ଟା ସୁଦ୍ଧା ହାଜାର ହେବାକୁ ନୋଟିସ କରିଛି।

Related story