ବାହା ଘର କଥା କହୁନଥିଲେ, କିନ୍ତୁ ଜୁନିୟର ସୁଶାନ୍ତ ଚାହୁଁଥିଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଶେଷରେ ମୁହଁ ଖୋଲିଛନ୍ତି। ସୁଶାନ୍ତଙ୍କୁ ସେ କେମିତି ଭେଟିଲେ ଓ ପୂରା ଘଟଣା କ’ଣ ଥିଲା, ସେକଥା ରିୟା କହିଛନ୍ତି। ଏପରି କି ସୁଶାନ୍ତଙ୍କ ସହ ରହିବା ବେଳେ ରିୟା ତାଙ୍କୁ ସବୁ ବେଳେ କୁନି ସୁଶାନ୍ତ ଚାହୁଁଥିଲେ ବୋଲି କହିଛନ୍ତି। ରିୟା କହିଛନ୍ତି, ୨୦୧୩ ମସିହା କଥା ମନେପକାଇବାକୁ ଚାହୁଁଛି। ମୋର ପ୍ରଥମ ଫିଲ୍ମ ରିଲିଜ ହୋଇ ସାରିଥିଲା। ସୁଶାନ୍ତଙ୍କ କାଏ ପୋ […]

f

Hemant Lenka
  • Published: Thursday, 27 August 2020
  • , Updated: 27 August 2020, 08:30 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଶେଷରେ ମୁହଁ ଖୋଲିଛନ୍ତି। ସୁଶାନ୍ତଙ୍କୁ ସେ କେମିତି ଭେଟିଲେ ଓ ପୂରା ଘଟଣା କ’ଣ ଥିଲା, ସେକଥା ରିୟା କହିଛନ୍ତି। ଏପରି କି ସୁଶାନ୍ତଙ୍କ ସହ ରହିବା ବେଳେ ରିୟା ତାଙ୍କୁ ସବୁ ବେଳେ କୁନି ସୁଶାନ୍ତ ଚାହୁଁଥିଲେ ବୋଲି କହିଛନ୍ତି।

ରିୟା କହିଛନ୍ତି, ୨୦୧୩ ମସିହା କଥା ମନେପକାଇବାକୁ ଚାହୁଁଛି। ମୋର ପ୍ରଥମ ଫିଲ୍ମ ରିଲିଜ ହୋଇ ସାରିଥିଲା। ସୁଶାନ୍ତଙ୍କ କାଏ ପୋ ଚେ ରିଲିଜ ହେବାର ଥିଲା। ଆମେ ଏହି ସମୟରେ ୟଶରାଜର ଜିମ୍‌ରେ ଆମେ ପରସ୍ପରକୁ ଭେଟିଥିଲୁ। ଆମର ଅନେକ ସମୟରେ ଭେଟ ହେଉଥିଲା ଓ ଆମେ ବହୁତ ଭଲରେ ପରସ୍ପର ସହ କଥା ହେଉଥିଲୁ।

ଏପରି ଜଣେ ଅନ୍ୟ ଜଣଙ୍କୁ ନିଜର ସୁଖଦୁଃଖ ମଧ୍ୟ ଶେୟାର କରୁଥିଲୁ। ଆମେ ପରସ୍ପରର ବନ୍ଧୁ ଭାବେ ରହିଥିଲୁ। ୨୦୧୯ ଏପ୍ରିଲ ୧୩ରେ ଆମର ପୁଣି ଥରେ ରୋହିଣୀ ଆୟରଙ୍କ ପାର୍ଟିରେ ଦେଖା ହୋଇଥିଲା। ଏହି ପାର୍ଟିରୁ ହିଁ ଆମର ସମ୍ପର୍କ ଗଢ଼ି ଉଠିଥିଲା। ଆମେ ଦୁଇ ଜଣ ପରସ୍ପରକୁ ଭଲ ପାଇ ବସିଲୁ।

ସୁଶାନ୍ତ ମୋତେ କହିଥିଲେ ପ୍ରଥମ ଦିନରୁ ହିଁ ସେ ମୋତେ ଭଲ ପାଇ ବସିଥିଲେ। କିନ୍ତୁ ଆଇ ଲଭ ୟୁ ଶବ୍ଦ କହିବାକୁ ମୁଁ ୩ ମାସ ସମୟ ନେଇଥିଲି। ଏହାପରେ ମୁଁ ତାଙ୍କୁ ଆଇ ଲଭ ୟୁ କହିଥିଲି। ହେଲେ ସେତେବେଳେ ମୁଁ ଜାଣି ନଥିଲି ଯେ ଆଇ ଲଭ ୟୁ କହିବାର ଦଣ୍ଡ ମୋତେ ଏମିତି ମିଳିବ ବୋଲି। ମୁଁ ତାଙ୍କୁ କହିଥିଲି ଆଇ ଲଭ ୟୁ ଗୋଟିଏ ବଡ଼ ଶବ୍ଦ। ଏହା କହିବାକୁ ମୁଁ ସମୟ ନେବି। ଆମ ଦୁଇ ଜଣଙ୍କ ଭିତରେ ବହୁତ ଭଲ ପାଇବା ଥିଲା।

ସମ୍ପର୍କ ଆରମ୍ଭ ହେବାର କିଛି ଦିନ ପରେ ଆମେ ଏକାଠି ରହିବା ଆରମ୍ଭ କରିଥିଲୁ। ସୁଶାନ୍ତଙ୍କ ସହ ମୁଁ କେବେ ହେଲେ ସିଧାସଳଖ ବାହାଘର କଥା କହି ନଥିଲି। କିନ୍ତୁ ଆମ ଦି’ ଜଣଙ୍କ ଭିତରେ ଏମିତି ସମ୍ପର୍କ ଥିଲା ଯେ ମୁଁ ସବୁବେଳେ ମୋର ଗୋଟିଏ ଛୋଟ ସୁଶାନ୍ତ ଦରକାର ବୋଲି ତାଙ୍କୁ କହୁଥିଲି ବୋଲି ରିୟା କହିଛନ୍ତି।

Related story