ସୁଶାନ୍ତଙ୍କୁ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିବାକୁ ଚାହୁଁଥିଲେ ରିୟା, ୫ ଦିନରେ କରିଥିଲେ ୨୫ କଲ୍‌

ମୁମ୍ବାଇ: ବଲିଉଡ ଅଭନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରକୁ ନେଇ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୁମ୍ବାଇ ଓ ବିହାର ପୁଲିସ୍‌ ମଧ୍ୟରେ ଟଣାଓଟରା ଚାଲିଛି। ଏସବୁ ଭିତରେ ରିୟାଙ୍କ କଲ ରେକର୍ଡ ସାମ୍ନାକୁ ଆସିଛି। କଲ ରେକର୍ଡ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ୨୦ରୁ ୨୪ ମଧ୍ୟରେ ରିୟା ୨୫ ଥର ସୁଶାନ୍ତଙ୍କୁ ଫୋନ କରିଥିଲେ। ରିୟା ହେଉଛନ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଦାୟୀ ବୋଲି ତାଙ୍କ ବାପା […]

gd

Hemant Lenka
  • Published: Thursday, 06 August 2020
  • , Updated: 06 August 2020, 04:49 PM IST

ମୁମ୍ବାଇ: ବଲିଉଡ ଅଭନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରକୁ ନେଇ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୁମ୍ବାଇ ଓ ବିହାର ପୁଲିସ୍‌ ମଧ୍ୟରେ ଟଣାଓଟରା ଚାଲିଛି। ଏସବୁ ଭିତରେ ରିୟାଙ୍କ କଲ ରେକର୍ଡ ସାମ୍ନାକୁ ଆସିଛି।

କଲ ରେକର୍ଡ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ୨୦ରୁ ୨୪ ମଧ୍ୟରେ ରିୟା ୨୫ ଥର ସୁଶାନ୍ତଙ୍କୁ ଫୋନ କରିଥିଲେ। ରିୟା ହେଉଛନ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଦାୟୀ ବୋଲି ତାଙ୍କ ବାପା ବିହାର ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ଏଥିସହ ରିୟା କୌଶଳକ୍ରମେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଏବେ ଇଡି ଏହାର ଖୋଳତାଡ଼ କରୁଛି। ଆସନ୍ତାକାଲି ଇଡି ରିୟାଙ୍କୁ ଜେରା ମଧ୍ୟ କରିବ।

କଲ ରେକର୍ଡ ଅନୁଯାୟୀ, ୫ ଦିନ ମଧ୍ୟରେ ରିୟା ୨୫ ଥର ସୁଶାନ୍ତଙ୍କୁ ଫୋନ କରିଥିଲେ। ଏହି ସମୟରେ ସୁଶାନ୍ତ ତାଙ୍କ ଭଉଣୀ ରାନୀଙ୍କ ସହ ରହିଥିଲେ। ଜାନୁଆରୀ ୨୦ରୁ ୨୪ ଯାଏ ସୁଶାନ୍ତ ସଡ଼କ ପଥରେ ହିଁ ମୁମ୍ବାଇରୁ ଚଣ୍ଡିଗଡ଼ରେ ରହୁଥିବା ତାଙ୍କ ଭଉଣୀଙ୍କ ପାଖକୁ ଯାଉଥିଲେ।

ସେହିପରି ୨୦୧୯ ନଭେମ୍ବର ମାସରେ ସୁଶାନ୍ତ ସାହାଯ୍ୟ ପାଇଁ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ନିବେଦନ କରିଥିଲେ। ଏପରି କି ସେ ଚଣ୍ଡିଗଡ଼ ପାଇଁ ବିମାନ ଟିକେଟ କାଟିଥିଲେ। କିନ୍ତୁ ରିୟାଙ୍କୁ ବ୍ଲାକମେଲ କରି ତାଙ୍କୁ ମୁମ୍ବାଇରେ ହିଁ ରହିବାକୁ କହିଥିଲେ। ଶେଷରେ ସୁଶାନ୍ତ ୨୦୧୯ ଡିସେମ୍ବର ମାସରେ ନିଜର ଫୋନ ନମ୍ବର ବଦଳାଇ ଥିଲେ।

ଏହାର କିଛି ଦିନ ପରେ ସୁଶାନ୍ତ ତାଙ୍କ ପରିବାର ଲୋକଙ୍କୁ ପୁଣିଥରେ ସହଯୋଗ ପାଇଁ ଫୋନ କରିଥିଲେ। ହେଲେ ଏହା ନୂଆ ନମ୍ବରରୁ ଯାଇଥିଲା। ଏହି ସମୟରେ ସେ କହିଥିଲେ ଯେ ରିୟା ଓ ତାଙ୍କ ପରିବାର ଲୋକ ତାଙ୍କୁ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିବାକୁ ଚାହୁଁଛନ୍ତି। ହେଲେ ସେ ସେଠାକୁ ଯିବାକୁ ଚାହୁଁ ନଥିବା ସୁଶାନ୍ତ ତାଙ୍କ ପରିବାର ଲୋକଙ୍କୁ କହିଥିଲେ ବୋଲି ତାଙ୍କ ବାପା ମଧ୍ୟ ଅଭିଯୋଗ କରିଛନ୍ତି। ଏହା ସହ ସୁଶାନ୍ତ ମୁମ୍ବାଇରେ ସବୁ କିଛି ଶେଷ କରି ହିମାଚଳ ପ୍ରଦେଶରେ ସବୁଦିନ ପାଇଁ ରହିବାକୁ ମଧ୍ୟ ଚାହୁଁଥିଲେ।

ସୁଶାନ୍ତଙ୍କୁ ଭୁଲ ମେଡିସିନ ଦିଆଯାଉଥିବାରୁ ସେ claustrophobiaର ଅଭିଯୋଗ କରି ମୁମ୍ବାଇରୁ ସଡ଼କ ପଥରେ ଚଣ୍ଡିଗଡ଼ ଯାଇଥିଲେ। ସେଠାରେ ସେ ତାଙ୍କ ଉଭଣୀଙ୍କ ପାଖରେ ଦୁଇ ଦିନ ରହିବା ପରେ ସୁସ୍ଥ ହୋଇଥିବା ଅନୁଭବ କରିଥିଲେ। ସୁଶାନ୍ତ ଚଣ୍ଡିଗଡ଼ ଯାଉଥିବା ରିୟା ଜାଣି ନଥିଲେ। ହେଲେ ସିଦ୍ଧାର୍ଥ ପିଠାନୀ ହିଁ ତାଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ।

ଏହାପରେ ରିୟା ତାଙ୍କୁ ବ୍ଲାକମେଲ କରି ଫେରି ଆସିବାକୁ ଧମକ ଦେଇଥିଲେ। ଏଥିପାଇଁ ୩ରୁ ୪ଦିନ ମଧ୍ୟରେ ସେ ସୁଶାନ୍ତଙ୍କୁ ୨୫ ଥର ଫୋନ କରିଥିଲେ। ଶେଷରେ ସୁଶାନ୍ତ ଜାନୁଆରୀ ୨୪-୨୫ରେ ଚଣ୍ଡିଗଡ଼ରୁ ମୁମ୍ବାଇରୁ ଫେରିଥିଲେ ବୋଲି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି।

Related story