ମୁମ୍ବାଇ: ପରଲୋକରେ ବଲିଉଡର ବର୍ଷୀୟାନ ଅଭିନେତା ଋଷି କପୁର। ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଋଷିଙ୍କୁ ମୁମ୍ବାଇର ସାର ଏଚ୍ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଭୋଗିବାରୁ ତାଙ୍କୁ ଗତକାଲି ହସ୍ପିଟାଲ ନିଆଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।
ଋିଷିଙ୍କ ମୃତ୍ୟୁ ବାବଦରେ ଟୁଇଟ୍ କରି ସୂଚନା ଦେଇଛନ୍ତି ବଲିଉଡ ଅଭିନେତା ଅମିତାଭ ବଚ୍ଚନ।
https://twitter.com/SrBachchan/status/1255709029336322048
ବୁଧବାର ଦିନ ସକାଳେ ଋଷିଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଋଷିଙ୍କ ମୃତ ଦେହ ନିକଟରେ ଏବେ ତାଙ୍କ ପରିବାର ଲୋକ ରହିଛନ୍ତି। ଋଷି ନ୍ୟୁୟର୍କରେ ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗ ଜନିତ ଚିକିତ୍ସା ପରେ ଗତ ସେପ୍ଟେମ୍ବରରେ ଭାରତ ଫେରିଥିଲେ।
https://twitter.com/tamannaahspeaks/status/1255717720806445056
ସୋଶାଲ ମିଡିଆରେ ବେଶ ସକ୍ରିୟ ଥିଲେ ଚିଣ୍ଟୁ ଓରଫ ଋଷି। କିନ୍ତୁ ଗତ ଏପ୍ରିଲ ୨ ପରଠାରୁ କିଛି ପୋଷ୍ଟ କରିନଥିଲେ। ପୂର୍ବରୁ ସେ ଘୋଷଣା କରିଥିଲେ ହଲିଉଡ୍ ଫିଲ୍ମ ‘ଦି ଇଣ୍ଟର୍ଣ୍ଣ’କୁ ରିମେକ୍ କରିବେ। ଦୀପିକା ପାଦ୍ୟୁକୋନ୍ଙ୍କୁ ନେଇ ଏହି ଫିଲ୍ମ କରିବାର ଥିଲା।
https://twitter.com/TheJohnAbraham/status/1255718031180869636
ଗତକାଲି ଦେଶବାସୀ ଆଉ ଜଣେ ବଲିଉଡର ଅନ୍ୟତମ ଅଭିନେତା ଇରଫାନ ଖାନ୍ଙ୍କୁ ହରାଇଛନ୍ତି। ମୁମ୍ବାଇର ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଇରଫାନ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ଏବେ ଋଷିଙ୍କ ମୃତ୍ୟୁ ପରେ ଦୁଇ ଦିନରେ ଦେଶବାସୀ ଦୁଇ ପ୍ରଖ୍ୟାତ କଳାକାରଙ୍କୁ ହରାଇଛନ୍ତି।