ଦୁଷ୍କର୍ମ ପ୍ରସଙ୍ଗକୁ ଦଙ୍ଗାରେ ପରିଣତ କରିବା ପାଇଁ ଷଡ଼ଯନ୍ତ୍ର, ବିଦେଶରୁ ଆସିଛି ୧୦୦ କୋଟି!

ଲକ୍ଷ୍ନୌ: ହାଥରସ ଦୁଷ୍କର୍ମ ମାମଲାକୁ ପ୍ରସଙ୍ଗ କରି ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ କଂଗ୍ରେସ ନେତା ଶ୍ୟୋରାଜ ଜୀବନଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହାକୁ ନେଇ ରାଜ୍ୟରେ ବିରୋଧୀ କଂଗ୍ରେସ ଏବେ ବ୍ୟାକଫୁଟରେ। ଅନ୍ୟପଟେ ଇଡି ପକ୍ଷରୁ ସୂଚନା ମିଳିଛି ରାଜ୍ୟରେ ଦଙ୍ଗା କରିବା ପାଇଁ ବିଦେଶରେ ୧୦୦ କୋଟି ଟଙ୍କା ନିବେଶ ହୋଇଛି। ଇଡି ପକ୍ଷରୁ ପରୋକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ସହିତ ଜଡିତ ଥିବା […]

pfi

Subhransu Sekhar
  • Published: Thursday, 08 October 2020
  • , Updated: 08 October 2020, 12:36 PM IST

ଲକ୍ଷ୍ନୌ: ହାଥରସ ଦୁଷ୍କର୍ମ ମାମଲାକୁ ପ୍ରସଙ୍ଗ କରି ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ କଂଗ୍ରେସ ନେତା ଶ୍ୟୋରାଜ ଜୀବନଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହାକୁ ନେଇ ରାଜ୍ୟରେ ବିରୋଧୀ କଂଗ୍ରେସ ଏବେ ବ୍ୟାକଫୁଟରେ। ଅନ୍ୟପଟେ ଇଡି ପକ୍ଷରୁ ସୂଚନା ମିଳିଛି ରାଜ୍ୟରେ ଦଙ୍ଗା କରିବା ପାଇଁ ବିଦେଶରେ ୧୦୦ କୋଟି ଟଙ୍କା ନିବେଶ ହୋଇଛି।

ଇଡି ପକ୍ଷରୁ ପରୋକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ସହିତ ଜଡିତ ଥିବା ଆକାଉଣ୍ଟରେ ୧୦୦ କୋଟି ଟଙ୍କା ଆସିଛି। ଏଥିମଧ୍ୟରୁ ୫୦ କୋଟି ଟଙ୍କା ଇସଲାମିକ ଦେଶ ମରିସସରୁ ଆସିଛି। ଇଡି ଏହି ପାଣ୍ଠିର ମୂଳ ନିବେଶକାରୀ ଏବଂ ଏହା ପଛରେ ପ୍ରକୃତ ଉଦ୍ଦେଶ୍ୟର ଅନୁସନ୍ଧାନ କରୁଛି।

ଏହି ପାଣ୍ଠି ୧୦୦ କୋଟିରୁ ଅଧିକ ବୋଲି ଇଡି ଦାବି କରିଛି। ଏହି ଘଟଣାର ତଦନ୍ତ କରୁଥିବା ପୁଲିସ ଏବଂ ସାଇବର ସେଲ ଟିମ୍ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି। ଏବେ ଇଡି ମାମଲା ରୁଜୁ କରି ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରିବ ବୋଲି ସୂଚନା ରହିଛି।

ଏହି ସମୟରେ ଦିଲ୍ଲୀର କେରଳ ସାମ୍ବାଦିକ ଏବଂ ପିଏଫଆଇ ସହ ଜଡିତ ଥିବା ଅନ୍ୟ ତିନିଜଣଙ୍କୁ ବୁଧବାର ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି। ସୋମବାର ଏହି ଚାରିଜଣଙ୍କୁ ମଥୁରାରେ ଗିରଫ କରାଯାଇଥିଲା। ଦିଲ୍ଲୀରୁ ହାଥରସ ଅଭିମୁଖେ ଆସୁଥିବା ବେଳେ ମଥୁରା ଟୋଲପ୍ଲାଜା ପାଖରୁ ଗିରଫ ହୋଇଥିଲେ। ଏବେ ଏହି ଚାରି ଜଣଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି।

ଏଫଆଇଆରରେ କୁହାଯାଇଛି ଯେ ଅକ୍ଟୋବର ପାଞ୍ଚରେ ମଥୁରାରୁ ଗିରଫ ହୋଇଥିବା ଏବଂ ପିଏଫଆଇ ସହ ଲିଙ୍କ ଥିବା ଚାରିଜଣ ବ୍ୟକ୍ତି ଶାନ୍ତି ଭଙ୍ଗ କରିବାକୁ ହାଥରସ ଆସୁଥିଲେ। ଏହି ଚାରିଜଣ ଏକ କାରରେ ଥିଲେ ଏବଂ ନିଜକୁ ମୁଜାଫରନଗରର ଅଟିକ୍-ଉର ରେହମାନ, ମାଲାପୁରାମର ସିଦ୍ଦିକ, ବାହରାଇଚର ମାସୁଦ ଅହମ୍ମଦ ଏବଂ ରାମପୁରର ଆଲାମ ବୋଲି କହିଥିଲେ ବୋଲି ପୁଲିସ କହିଛି। ତେବେ ସେମାନଙ୍କ ପାଖରୁ ମୋବାଇଲ୍ ଫୋନ୍, ଲାପଟପ୍ ଏବଂ କିଛି ବହି ଜବତ ହୋଇଛି। ଏହି ବହି ଶାନ୍ତି ଭଙ୍ଗ କରିବା ପାଇଁ ଉଦ୍ଦିଷ୍ଟ ଥିଲା।

Related story