କରୋନା ଭାଇରସ: ନିବେଶକ ହରାଇଲେ ୧୧ ଲକ୍ଷ କୋଟି, ମୁକେଶ ଅମ୍ବାନୀଙ୍କ କ୍ଷତି ୧.୧୧ ଲକ୍ଷ କୋଟି

ନୂଆଦିଲ୍ଲୀ: କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ମହାମାରୀ ଘୋଷଣା ପରେ ଏବେ ସାରା ବିଶ୍ୱରେ ଭୟର ଆତଙ୍କ ଖେଳିଯାଇଛି। ଭାରତରେ ବି ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୭୪ ଜଣ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି କରୋନାର ପ୍ରଭାବ ଶେୟାର ବଜାର ଉପରେ ପଡ଼ିଛି। ବିଏସ୍ଇ ଓ ନିଫ୍ଟି ଧରାଶାୟୀ ହେବାରୁ ଗୋଟିଏ ଦିନରେ ନିବେଶକମାନେ ପ୍ରାୟ ୧୧.୪୨ ଲକ୍ଷ କୋଟି ଟଙ୍କାର […]

edfd

Hemant Lenka
  • Published: Thursday, 12 March 2020
  • , Updated: 12 March 2020, 09:11 PM IST

ନୂଆଦିଲ୍ଲୀ: କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ମହାମାରୀ ଘୋଷଣା ପରେ ଏବେ ସାରା ବିଶ୍ୱରେ ଭୟର ଆତଙ୍କ ଖେଳିଯାଇଛି। ଭାରତରେ ବି ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୭୪ ଜଣ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସେହିପରି କରୋନାର ପ୍ରଭାବ ଶେୟାର ବଜାର ଉପରେ ପଡ଼ିଛି। ବିଏସ୍ଇ ଓ ନିଫ୍ଟି ଧରାଶାୟୀ ହେବାରୁ ଗୋଟିଏ ଦିନରେ ନିବେଶକମାନେ ପ୍ରାୟ ୧୧.୪୨ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିବା ଜଣାପଡ଼ିଛି।

ଆଜି ଶେୟାର ବଜାର ଖୋଲିବା କ୍ଷଣି ଏହା ଉପରେ କରୋନା ଚଡ଼କ ପଡ଼ିଥିଲା। କାରବାର ଆରମ୍ଭରୁ ଜବରଦସ୍ତ ଝଟକା ଖାଇ ଦ୍ୱିପ୍ରହର ବେଳକୁ ବିଏସ୍ଇ ସେନସେକ୍ସ ୩୨୦୪ ପଏଣ୍ଟ ହ୍ରାସ ପାଇଥିଲା। ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ସୂଚକାଙ୍କରେ ୯୫୦ ପଏଣ୍ଟ ହ୍ରାସ ଘଟିଥିଲା। ଫଳରେ ଶେୟାର ମାର୍କେଟର ସ୍ଥିତି ରସାତଳକୁ ଖସି ଯାଇଥିଲା।

ଏହି କାରଣରୁ ଆଜି ଗୋଟିଏ ଦିନରେ ନିବେଶକଙ୍କ ପ୍ରାୟ ୧୧.୪୨ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିବା କୁହାଯାଉଛି। ଏସିଆ ୟୁରୋପ ଓ ଆମେରିକା ଭଳି ବିଶ୍ୱର ପ୍ରମୁଖ ଶେୟାର ବଜାରରେ ହ୍ରାସ ଯୋଗୁ ଭାରତରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

କରୋନା ଭାଇସର ଯୋଗୁ ନିବେଶକମାନେ ଶେୟାର ମାର୍କେଟରେ ପୁଞ୍ଜି ବିନିଯୋଗ କରିବାକୁ ଡରୁଛନ୍ତି। ଏହି କାରଣରୁ ଲଗାତର ଶେୟାର ମାର୍କେଟ କ୍ରାଶ କରିବାରେ ଲାଗିଛି। ମାର୍କେଟ କ୍ରାଶ ହେବାର ପ୍ରଭାବ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଉପରେ ପଡ଼ିଛି।

ରିଲାଏନ୍ସର ଶେୟାର ୫୨ ସପ୍ତାହ ତଳକୁ ଖସି ଯାଇଛି। ଆଜି ରିଲାଏନ୍ସର ଶେୟାର ୧୦୬୩ରେ ବନ୍ଦ ହୋଇଛି। ଏହା କାରବାର ସମୟରେ ୧୦୪୮ରେ ପହଞ୍ଚି ଯାଇଥିଲା। ୭୦ ଦିନ ପୂର୍ବରୁ ରିଲାଏନ୍ସର ଶେୟାର ୧୫୩୭ ଥିଲା। ହେଲେ କରୋନା ଭାଇରସର ପ୍ରଭାବ ଯୋଗୁ ଏହା ୧୦୬୩ରେ ପହଞ୍ଚି ଯାଇଛି। ଏହାର ଅର୍ଥ ଗୋଟିଏ ଶେୟାର ମୂଲ୍ୟ ୪୭୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି।

ଶେୟାର ମାର୍କେଟରେ ଚାଲିଥିବା ହାହାକାର ସ୍ଥିତି ଯୋଗୁ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ମଧ୍ୟ ହ୍ରାସ ପାଇଛି। ଗତ ୭୦ ଦିନ ମଧ୍ୟ ମୁକେଶ ଅମ୍ବାନୀ ପ୍ରାୟ ୧.୧୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

Related story