ବାଘେଲ ସରକାରଙ୍କ ଯୋଜନାକୁ ଆରଏସଏସର ସମର୍ଥନ, ବିଜେପିର ବିରୋଧ

ରାୟପୁର: ଛତିଶଗଡ଼ ସରକାର ଗୋଧନ ନ୍ୟାୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଛତିଶଗଡ଼ରେ ଆଜି ହରେଲି ପର୍ବ ଅବସରରେ ବାଘେଲ ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାକୁ ଆରଏସଏସ ସମର୍ଥନ କରୁଥିବା ବେଳେ ବିଜେପି କିନ୍ତୁ ବିରୋଧ କରିଛି। ଯାହାକି ଏବେ ଚର୍ଚ୍ଚାର ପରିସର। କାରଣ ଆରଏସଏସର ବିଚାରଧାରାରେ ବିଜେପି ବିଶ୍ୱାସ କରେ। ‘ଗୋଧନ ନ୍ୟାୟ ଯୋଜନା’ ଜରିଆରେ ସରକାର ଲୋକଙ୍କ ପାଖରୁ ଗୋବର କିଣିବେ। ପରେ ଏହି ଗୋବରକୁ ବିଲରେ ଚାଷ କାମରେ ବ୍ୟବହାର […]

Baghel

Subhransu Sekhar
  • Published: Monday, 20 July 2020
  • , Updated: 20 July 2020, 10:12 PM IST

ରାୟପୁର: ଛତିଶଗଡ଼ ସରକାର ଗୋଧନ ନ୍ୟାୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଛତିଶଗଡ଼ରେ ଆଜି ହରେଲି ପର୍ବ ଅବସରରେ ବାଘେଲ ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାକୁ ଆରଏସଏସ ସମର୍ଥନ କରୁଥିବା ବେଳେ ବିଜେପି କିନ୍ତୁ ବିରୋଧ କରିଛି। ଯାହାକି ଏବେ ଚର୍ଚ୍ଚାର ପରିସର। କାରଣ ଆରଏସଏସର ବିଚାରଧାରାରେ ବିଜେପି ବିଶ୍ୱାସ କରେ।

'ଗୋଧନ ନ୍ୟାୟ ଯୋଜନା' ଜରିଆରେ ସରକାର ଲୋକଙ୍କ ପାଖରୁ ଗୋବର କିଣିବେ। ପରେ ଏହି ଗୋବରକୁ ବିଲରେ ଚାଷ କାମରେ ବ୍ୟବହାର ହେଉଥିବା ଖତସାର ପ୍ରସ୍ତୁତ କରିବେ। ଏହାଦ୍ୱାରା ଚାଷ ଜମି ଉର୍ବର ହେବ, ଲୋକମାନେ ଗୋବର ବିକ୍ରି କରି କିଛି ପଇସା ମଧ୍ୟ ରୋଜଗାର କରିପାରିବେ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ସରକାର ଏହି ଗୋବରକୁ ପରବର୍ତ୍ତୀ ସମୟରେ ଅର୍ଗାନିକ ସାର ଭାବରେ ପ୍ରସ୍ତୁତ କରି ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଛତିଶଗଡ଼ର ୨ ହଜାର ୨୦୦ଗାଁ ଗୋଧନ ନ୍ୟାୟ ଯୋଜନା ଜରିଆରେ ଉପକୃତ ହେବେ ବୋଲି ସରକାର ଦାବି କରିଛନ୍ତି।

ଏହାଦ୍ୱାରା ମୁଖ୍ୟତଃ ଗ୍ରାମାଞ୍ଚଳର ଅର୍ଥନୀତିରେ ସୁଧାର ଆସିବ ବୋଲି ସରକାର କହିଛନ୍ତି। ଯାହାକୁ ଆରଏସଏସ ସମର୍ଥନ କରିଛି। ରାଜ୍ୟରେ ଆରଏସଏସର ଦୁଇ ନେତା ବାଘେଲ ସରକାରଙ୍କୁ ସମର୍ଥନ କରିଛନ୍ତି। ବିଜେପି-କଂଗ୍ରେସ ସହିତ କୌଣସି ମତଲବ ନାହିଁ। ଚାଷୀ ଉପକୃତ ହେଉଥିବାରୁ ଆରଏସଏସ ଗୋଧନ ନ୍ୟାୟ ଯୋଜନା ଯୋଜନାକୁ ସମର୍ଥନ କରିଛି।

ହେଲେ ଆରଏସଏଏସର ବିଚାରଧାରାରେ ବଞ୍ଚୁଥିବା ବିଜେପି କିନ୍ତୁ ଗୋଧନ ନ୍ୟାୟ ଯୋଜନାକୁ ବିରୋଧ କରିଛି।

Related story