ଆରଏସଏସର ପ୍ରଧାନମନ୍ତ୍ରୀ ଭାରତକୁ ମିଛ କହୁଛନ୍ତି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ପୁଣିଥରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଟୁଇଟ୍ କରି ସେ କହିଛନ୍ତି, ଆରଏସଏସର ପ୍ରଧାନମନ୍ତ୍ରୀ ଭାରତ ମାତାକୁ ମିଛ କହୁଛନ୍ତି। RSS का प्रधानमंत्री भारत माता से झूठ बोलता हैं ।#JhootJhootJhoot pic.twitter.com/XLne46INzH — Rahul Gandhi (@RahulGandhi) December 26, 2019 ନିକଟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଦେଶର କୌଣସି ସ୍ଥାନରେ ଡିଟେନସନ ସେଣ୍ଟର ତିଆରି ହେଉ ନାହିଁ। ଅର୍ବାନ ନକ୍ସଲମାନେ ସିଏଏକୁ ନେଇ […]

rahul-gandhi

Subhransu Sekhar
  • Published: Thursday, 26 December 2019
  • , Updated: 26 December 2019, 01:20 PM IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ପୁଣିଥରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଟୁଇଟ୍ କରି ସେ କହିଛନ୍ତି, ଆରଏସଏସର ପ୍ରଧାନମନ୍ତ୍ରୀ ଭାରତ ମାତାକୁ ମିଛ କହୁଛନ୍ତି।

https://twitter.com/RahulGandhi/status/1210062130415693825

ନିକଟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଦେଶର କୌଣସି ସ୍ଥାନରେ ଡିଟେନସନ ସେଣ୍ଟର ତିଆରି ହେଉ ନାହିଁ। ଅର୍ବାନ ନକ୍ସଲମାନେ ସିଏଏକୁ ନେଇ ଗୁଜବ ଖବର ପ୍ରଚାର କରୁଛନ୍ତି। ଏଥିସହ ମୁସଲିମଙ୍କୁ ଡିଟେନସେନ ସେଣ୍ଟରକୁ ପଠାଯିବ ବୋଲି କହୁଛନ୍ତି। ମୋଦିଙ୍କର ଏହି ମନ୍ତବ୍ୟର ଭିଡିଓ କ୍ଲିପକୁ ପୋଷ୍ଟ କରି ରାହୁଲ ଗାନ୍ଧି କହିଛନ୍ତି ଆରଏସଏସର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମିଛ କହୁଛନ୍ତି।

ସୂଚନାଯୋଗ୍ୟ, ଗତ ରବିବାର ଦିଲ୍ଲୀରେ ବିଜେପିର ଧନ୍ୟବାଦ ରାଲିରେ ଯୋଗ ଦେବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ, ସିଏଏକୁ ନେଇ ହିଂସା କରିବା ପାଇଁ ବିରୋଧୀ ଉସକାଉଛନ୍ତି। ଏହି ଉସକାଇବା ପଛରେ ଅର୍ବାନ ନକ୍ସଲମାନେ ମଧ୍ୟ ରହିଛନ୍ତି। ଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଲୋକଙ୍କୁ ବିରୋଧୀ ଦଳ ନବୁଝାଇ ନିରବ ରହିବାର ଅର୍ଥ ହିଂସାକୁ ବିରୋଧୀ ସମର୍ଥନ କରୁଛନ୍ତି ବୋଲି ମୋଦି କହିଥିଲେ। ଏଥିସହ ସେ କହିଥିଲେ ଦେଶରେ ଡିଟେନସନ ସେଣ୍ଟର ତିଆରି ହେଉଥିବା କଥା ମିଛ। ଗୁଜବ ଖବରରେ ବିଶ୍ୱାସ କରନ୍ତୁ ନାହିଁ। ଏହାପରେ କିନ୍ତୁ ଆସାମ ଓ ଅନ୍ୟ ରାଜ୍ୟରେ ଡିଟେନସେନ ସେଣ୍ଚର ତିଆରି ହେଉଥିବା ଦେଖିବାକୁ ମିିଳିଥିଲା।

Related story