ଆରୋଗ୍ୟ ସେତୁ ଆପ୍‌ କିଏ ତିଆରି କିରିଛି? ସରକାରଙ୍କ ପାଖରେ ତଥ୍ୟ ନାହିଁ

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କୁ ଚିହ୍ନଟରେ ଗେମ୍‌ ଚେଞ୍ଜର ସାବ୍ୟସ୍ତ ହେଉଥିବା ଆରୋଗ୍ୟ ସେତୁ ଆପକୁ କିଏ ତିଆରି କରିଥିଲେ? କୌଣସି ସଂସ୍ଥା ବା ବ୍ୟକ୍ତି ଏହାକୁ ତିଆରି କରି ସରକାରଙ୍କୁ ଦେଇଥିଲେ କି? କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ପଚରା ଯାଇଥିଲା। କିନ୍ତୁ ସରକାରଙ୍କ ପାଖରେ ଏହାର ତଥ୍ୟ ନାହିଁ। ଆରଟିଆଇ ଜରିଆରେ ଦୁଇ ମାସ ତଳେ ଏଭଳି ଆବେଦନ କରାଯାଇଥିଲା। ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ମୋବାଇଲ ଆପ ଓ ୱେବସାଇଟ ଏନଆଇସି ହିଁ ତଦାରଖ […]

gh

Hemant Lenka
  • Published: Wednesday, 28 October 2020
  • , Updated: 28 October 2020, 08:41 PM IST

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କୁ ଚିହ୍ନଟରେ ଗେମ୍‌ ଚେଞ୍ଜର ସାବ୍ୟସ୍ତ ହେଉଥିବା ଆରୋଗ୍ୟ ସେତୁ ଆପକୁ କିଏ ତିଆରି କରିଥିଲେ? କୌଣସି ସଂସ୍ଥା ବା ବ୍ୟକ୍ତି ଏହାକୁ ତିଆରି କରି ସରକାରଙ୍କୁ ଦେଇଥିଲେ କି? କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ପଚରା ଯାଇଥିଲା। କିନ୍ତୁ ସରକାରଙ୍କ ପାଖରେ ଏହାର ତଥ୍ୟ ନାହିଁ।

ଆରଟିଆଇ ଜରିଆରେ ଦୁଇ ମାସ ତଳେ ଏଭଳି ଆବେଦନ କରାଯାଇଥିଲା। ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ମୋବାଇଲ ଆପ ଓ ୱେବସାଇଟ ଏନଆଇସି ହିଁ ତଦାରଖ କରିଥାଏ। ଏନଆଇସି ଇଲକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଅଧୀନରେ ରହିଛି। ହେଲେ ଏନଆଇସି କିମ୍ବା ମନ୍ତ୍ରଣାଳୟ ନିକଟରେ ଆରୋଗ୍ୟ ସେତୁକୁ କିଏ ଡେଭଲପ କରିଥିଲା, ତା’ର ତଥ୍ୟ ନାହିଁ।

ଏବେ କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ଏନଆଇସିକୁ କାହିଁକି ଆରୋଗ୍ୟ ସେତୁର ନିର୍ମାତଙ୍କ ସମ୍ପର୍କରେ ତଥ୍ୟ ରଖି ନାହିଁ ବୋଲି ନୋଟିସ କରିଛି। କାରଣ ଆରୋଗ୍ୟ ସେତୁ ଆପ୍‌ରେ ଲେଖାଯାଇଛି ଯେ ଏହା ଏନଆଇସି ଦ୍ୱାରା ଡିଜାଇନ, ବିକଶିତ ଓ ପରିଚାଳିତ। ଏହାବାଦ ସିଆଇସି ଏକାଧିକ ସିପିଆଇଓ ଓ ଜାତୀୟ ଇ-ଗର୍ଭନାନ୍ସ ଡିଭିଜିନ, ଇଲକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ, ଇନଫରମେସନ ଟେକ୍ନୋଲଜି ଓ ଏନଆଇସିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

https://aarogyasetu.gov.in/ କିପିରି ସରକାରୀ ଡୋମେନ gov.in ସହିତ ତିଆରି କରାଯାଇଛି ତା’ର ଉତ୍ତର ସିପିଆଇଓ ଓ ଏନଆଇସିକୁ ଲିଖିତ ଭାବେ ଦେବାକୁ ସିଆଇସି କହିଛି। ଯଦି ସେମାନଙ୍କ ପାଖରେ ଆରୋଗ୍ୟ ସେତୁ ଆପ ସମ୍ପର୍କରେ ତଥ୍ୟ ନାହିଁ, ତା’ହେଲେ ସେମାନେ କାହିଁକି ଏପରି ଲେଖିଛନ୍ତି ବୋଲି ତା’ର ଉତ୍ତର ମଧ୍ୟ ଦେବେ।

ସୌରଭ ଦାସ ନାମକ ଜଣେ ବ୍ୟକ୍ତି ଆରଟିଆଇ ଜରିଆରେ ଆରୋଗ୍ୟ ସେତୁକୁ କିଏ ତିଆରି କରିଛି, ତା’ର ତଥ୍ୟ ମାଗିଥିଲେ। ହେଲେ ଏନଆଇସି କିମ୍ବା କୌଣସି ସିପିଆଇଓ ନିର୍ମାତାଙ୍କ ସମ୍ପର୍କରେ ତଥ୍ୟ ରଖି ନଥିବା କଥା କହିଛନ୍ତି।

ଏହାକୁ ନେଇ ବିବାଦ ଉପୁଜିବାରୁ ସରକାର ମଧ୍ୟ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆରୋଗ୍ୟ ସେତୁ ଆପ ଭାରତ ସରକାର ଆରମ୍ଭ କରିଛନ୍ତି। ଏହାକୁ ସରକାରୀ ଓ ଘରୋଇ ଭାଗିଦାରୀରେ ମାତ୍ର ୨୧ ଦିନ ମଧ୍ୟରେ ତିଆରି କରାଯାଇଥିଲା। ଆରୋଗ୍ୟ ସେତୁ ମେଡ ଇନ୍‌ ଭାରତ ଆପ୍‌। କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଏହାକୁ ତିଆରି କରାଯାଇଛି। ତେଣୁ ଏହାକୁ ନେଇ ସନ୍ଦେହ କରିବା ଠିକ୍‌ ନୁହେଁ।

Related story