ଖୁବ୍‌ ଶୀଘ୍ର ବଜାରରେ ମିଳିବ କରୋନା ଔଷଧ ‘କରୋନାଭିର’

ମସ୍କୋ: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଋଷ ପକ୍ଷରୁ ଔଷଧ ବାହାର କରାଯାଇଛି  । ସାମାନ୍ୟରୁ ମଧ୍ୟମ ଧରଣ ଲକ୍ଷଣ ଥିବା ଆକ୍ରାନ୍ତମାନଙ୍କ ଚିକିତ୍ସା ପାଇଁ ଏହି ଔଷଧକୁ ବ୍ୟବହାର ହେବ । ଏଥିପାଇଁ ଋଷ ପକ୍ଷରୁ ଅନୁମତି ମଧ୍ୟ ଦିଆଯାଇଛି । ଆସନ୍ତା ସପ୍ତାହ ସୁଦ୍ଧା କରୋନା ଔଷଧ ‘କରୋନାଭିର’ ବଜାରରେ ଉପଲବ୍ଧ ହେବ । ଋଷ କଂପାନୀ ଆର. ଫାର୍ମ ପକ୍ଷରୁ ଏହା କୁହାଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏହି […]

corona--medicine

Niharika Rout
  • Published: Saturday, 19 September 2020
  • , Updated: 19 September 2020, 10:54 AM IST

ମସ୍କୋ: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଋଷ ପକ୍ଷରୁ ଔଷଧ ବାହାର କରାଯାଇଛି  । ସାମାନ୍ୟରୁ ମଧ୍ୟମ ଧରଣ ଲକ୍ଷଣ ଥିବା ଆକ୍ରାନ୍ତମାନଙ୍କ ଚିକିତ୍ସା ପାଇଁ ଏହି ଔଷଧକୁ ବ୍ୟବହାର ହେବ । ଏଥିପାଇଁ ଋଷ ପକ୍ଷରୁ ଅନୁମତି ମଧ୍ୟ ଦିଆଯାଇଛି । ଆସନ୍ତା ସପ୍ତାହ ସୁଦ୍ଧା କରୋନା ଔଷଧ ‘କରୋନାଭିର’ ବଜାରରେ ଉପଲବ୍ଧ ହେବ । ଋଷ କଂପାନୀ ଆର. ଫାର୍ମ ପକ୍ଷରୁ ଏହା କୁହାଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଏହି ଔଷଧକୁ ଜୁଲାଇ ମାସରେ ପ୍ରଥମଥର ପାଇଁ ହସ୍ପିଟାଲରେ ପରୀକ୍ଷା କରାଯାଇଥିଲା । ଏହାପରେ ୧୬୮ଜଣ ଆକ୍ରାନ୍ତଙ୍କଠାରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରାଯାଇଥିଲା ।

କରୋନା ପାଇଁ ଔଷଧ ଘୋଷଣା କରିବାରେ ଋଷ ଆଗରେ ରହିଛି । ପୂର୍ବରୁ ମେ ମାସରେ ଋଷ ପକ୍ଷରୁ ‘ଆଭିଫାଭିର’ ଔଷଧ ପ୍ରସ୍ତୁତ କରାଯାଇଛି । ଏଥିସହ ‘ସ୍ପୁଟନିକ V’ ଟିକା ଯୋଗାଣ ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶ ସହ ଋଷ ପକ୍ଷରୁ ବୁଝାମଣା କରାଯାଇଛି।

Related story