ଆଉ ଦୁଇ ଦିନ ପରେ ଆସିବ ପ୍ରଥମ କରୋନା ଟିକା! ଗବେଷକମାନେ ବି ବ୍ୟବହାର କଲେ

ମସ୍କୋ: ଦୁନିଆକୁ ପ୍ରଥମ କରୋନା ଟିକା ଆସନ୍ତା ୧୨ ତାରିଖରେ ମିଳିବାକୁ ଯାଉଛି। ରୁଷ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ସେଠାକାର ସରକାର ୧୨ ତାରିଖରେ ପଞ୍ଜୀକରଣ କରିବାକୁ ଯାଉଥିବା ଘୋଷଣା କରିଛନ୍ତି। ପଞ୍ଜୀକରଣ ହୋଇଗଲେ ଦୁନିଆର ପ୍ରଥମ ଟିକା ଭାବେ ଏହାକୁ ରେଗୁଲେଟରୀ ଆପ୍ରୁଭାଲ ମିଳିବ। ଏହି ଟିକାକୁ ପ୍ରଥମେ ରୁଷର ସମସ୍ତ ଲୋକଙ୍କୁ ଦିଆଯିବ। ଏହାପରେ ଯେଉଁ ଦେଶ ଚାହିଁବ, ତା’କୁ ରୁଷ ପକ୍ଷରୁ ପଠାଯିବ। ଟିକା ନେବା ପରେ ଜଣଙ୍କ ଶରୀରରେ […]

yua

yua

Hemant Lenka
  • Published: Monday, 10 August 2020
  • Updated: 10 August 2020, 04:24 PM IST

Sports

Latest News

ମସ୍କୋ: ଦୁନିଆକୁ ପ୍ରଥମ କରୋନା ଟିକା ଆସନ୍ତା ୧୨ ତାରିଖରେ ମିଳିବାକୁ ଯାଉଛି। ରୁଷ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ସେଠାକାର ସରକାର ୧୨ ତାରିଖରେ ପଞ୍ଜୀକରଣ କରିବାକୁ ଯାଉଥିବା ଘୋଷଣା କରିଛନ୍ତି।

ପଞ୍ଜୀକରଣ ହୋଇଗଲେ ଦୁନିଆର ପ୍ରଥମ ଟିକା ଭାବେ ଏହାକୁ ରେଗୁଲେଟରୀ ଆପ୍ରୁଭାଲ ମିଳିବ। ଏହି ଟିକାକୁ ପ୍ରଥମେ ରୁଷର ସମସ୍ତ ଲୋକଙ୍କୁ ଦିଆଯିବ। ଏହାପରେ ଯେଉଁ ଦେଶ ଚାହିଁବ, ତା’କୁ ରୁଷ ପକ୍ଷରୁ ପଠାଯିବ। ଟିକା ନେବା ପରେ ଜଣଙ୍କ ଶରୀରରେ କରୋନାକୁ ମାତ ଦେବାକୁ କ୍ଷମତା ରଖିଥିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।

ରୁଷ ଗଣମାଧ୍ୟମର ସୂଚନା ଅନୁଯାୟୀ, ଟିକାର ପରୀକ୍ଷା ବେଳେ ମଣିଷ ଶରୀରରେ ଏହା କୌଣସି କ୍ଷତି କରିନାହିଁ। ସେପ୍ଟେମ୍ବର ମାସରୁ ବିପୁଳ ପରିମାଣରେ ଏହି ଟିକାର ଉତ୍ପାଦନ କରାଯିବ। ଅକ୍ଟୋବର ମାସରୁ ଦେଶର ବିଭିନ୍ନ ପ୍ରାନ୍ତରେ ଏହାକୁ ଲୋକଙ୍କ ଉପରେ ପ୍ରୟୋଗ କରାଯିବ।

ମସ୍କୋର ଗାମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହି କରୋନା ଟିକାକୁ ପ୍ରସ୍ତୁତ କରାଯାଇଛି। ଜଣେ ବ୍ୟକ୍ତି ଏହାକୁ ବ୍ୟବହାର କରିବା ପରେ ତା’ର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବ। ପରୀକ୍ଷା ବେଳେ ଜଣାପଡ଼ିଛି ଯେ କିଛି ଲୋକ କରୋନାକୁ ମାତ ଦେଇ ପାରୁଥିବା ଟିକା ନେବା ପରେ ଜ୍ୱରରେ ପୀଡ଼ିତ ହେଉଛନ୍ତି।

ତେବେ ଏଥିରେ ଭୟଭୀତ ନ ହୋଇ ଲୋକମାନେ ପାରାସିଟାମଲ ଖାଇଇଲେ ସୁସ୍ଥ ହୋଇଯିବେ। ଟିକା ନେବା ପରେ ରୋଗ ପ୍ରତିରୋଧକ ଶକ୍ତି ସିଷ୍ଟମକୁ ଶକ୍ତିଶାଳୀ ବୁଷ୍ଟ ମିଳିଥାଏ। ଏହି କାରଣରୁ କିଛି ଲୋକଙ୍କ ଶରୀରରେ ଜ୍ୱର ଆସିଥାଏ। କିନ୍ତୁ ଏହା ଏକ ସ୍ୱାଭାବିକ ପ୍ରକ୍ରିୟା।

ରିପୋର୍ଟ ମୁତାବକ, ଭାଇରସ ଉପରେ କାମ କରୁଥିବା ବୈଜ୍ଞାନିକ, ଗବେଷକ ଓ ଉତ୍ପାଦନ କାମରେ ନିୟୋଜିତ ଥିବା ଲୋକମାନେ ମଧ୍ୟ ଟିକାର ବ୍ୟବହାର କରି ସାରିଛନ୍ତି। ସେମାନଙ୍କ ଶରୀରରେ କୌଣସି ବି ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ସେହିପରି ସେପ୍ଟେମ୍ବର ମାସରେ ଡାକ୍ତରମାନଙ୍କୁ କରୋନା ଟିକା ପ୍ରଦାନ କରାଯିବ ବୋଲି ସେଠାକାର ସରକାର ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ରୁଷ ଦୁନିଆର ପ୍ରଥମ କରୋନା ଟିକା ବାହାର କରିବାକୁ ଯାଉଥିବା ଘୋଷଣା କରିଥିଲେ ହେଁ ଏକାଧିକ ଦେଶ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ସତ୍ୟାସତ୍ୟକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ରୁଷ କେବେ ଏହାକୁ ପରୀକ୍ଷା କଲା ଓ କାହା ଉପରେ ପରୀକ୍ଷା କଲା, ତା’ର ତଥ୍ୟ କାହା ପାଖରେ ନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକାଧିକ ଦେଶ ଗୁଡ଼ିକୁ କୋଭାକ୍ସ ‍ଫ୍ୟାସିଲିଟିରେ ସାମିଲ ହେବାକୁ ଆହ୍ୱାନ କରିଛି। କୋଭାକ୍ସ ହେଉଛି ଗୋଟିଏ ଅନ୍ତର୍ଜାତୀୟ ସଂଗଠନ। ଏହି ସଂଗଠନ ଜରିଆରେ ଏକାଧିକ ରାଷ୍ଟ୍ର କରୋନା ଟିକା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

ସବୁ ରାଷ୍ଟ୍ର ଯେମିତି କରୋନା ଟିକା ପାଇ ପାରିବେ, ତାହା ସଂଗଠନର ମୂଳ ଲକ୍ଷ୍ୟ। ସଂଗଠନ ଦ୍ୱାରା କରୋନା ଟିକା ପାଇଁ ପାଣ୍ଠି ମଧ୍ୟ ଯୋଗାଡ଼ କରାଯାଉଛି। ତେଣୁ ଏହି ସଂଗଠନ ଦ୍ୱାରା କରୋନା ଟିକା ପ୍ରସ୍ତୁତ ହେବା ଦରକାର ବୋଲି ହୁ’ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos