୩୮ ଜଣଙ୍କ ଉପରେ ହୋଇଛି ରୁଷ କରୋନା ଟିକାର ପରୀକ୍ଷଣ, ଏମାନଙ୍କ ଉପରେ ହେବନି ପ୍ରୟୋଗ

ମସ୍କୋ: କରୋନା ଭୟରେ ଥରହର ସାରା ବିଶ୍ୱକୁ ମଙ୍ଗଳବାର ଆଶ୍ୱସ୍ତ କରିବା ଭଳି ଖବର ଦେଇଥିବା ରୁଷ ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରୁଷ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କରୋନା ଟିକା ବାହର କରିଥିବା ଘୋଷଣା କରିଥିଲା। ହେଲେ ଏହାର ସୁରକ୍ଷା ଓ ବୈଧତାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଏହି ଟିକା ଟ୍ରାଏଲ ବେଳେ କେତେ ଲୋକଙ୍କ ଉପରେ ପ୍ରୟୋଗ କରାଯାଇଛି, ତା’ର ତଥ୍ୟ ମଧ୍ୟ ରୁଷ ସାର୍ବଜନୀନ କରିନାହିଁ। ଏବେ […]

fs

fs

Hemant Lenka
  • Published: Wednesday, 12 August 2020
  • Updated: 12 August 2020, 04:40 PM IST

Sports

Latest News

ମସ୍କୋ: କରୋନା ଭୟରେ ଥରହର ସାରା ବିଶ୍ୱକୁ ମଙ୍ଗଳବାର ଆଶ୍ୱସ୍ତ କରିବା ଭଳି ଖବର ଦେଇଥିବା ରୁଷ ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରୁଷ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କରୋନା ଟିକା ବାହର କରିଥିବା ଘୋଷଣା କରିଥିଲା। ହେଲେ ଏହାର ସୁରକ୍ଷା ଓ ବୈଧତାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ଏହି ଟିକା ଟ୍ରାଏଲ ବେଳେ କେତେ ଲୋକଙ୍କ ଉପରେ ପ୍ରୟୋଗ କରାଯାଇଛି, ତା’ର ତଥ୍ୟ ମଧ୍ୟ ରୁଷ ସାର୍ବଜନୀନ କରିନାହିଁ। ଏବେ ଡେଲି ମେଲ୍ ହାତରେ ଲାଗିଥିବା ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏଥିରେ କୁହାଯାଇଛି ଯେ ରୁଷର ସ୍ପୁଟନିକ୍ ଭି ନାମକ କରୋନାର ପରୀକ୍ଷା କେବଳ ୩୮ ଜଣ ଲୋକଙ୍କ ଉପରେ କରାଯାଇଛି। ସେହିପରି ଟିକା ନେବା ପରେ ଲୋକଙ୍କ ଶରୀରରେ ଦେଖାଯାଉଥିବା ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କରେ ବି ଡେଲି ମେଲ ଠାରୁ ତଥ୍ୟ ନେଇ Fontanka ଖବର ପ୍ରକାଶ କରିଛି।

ରିପୋର୍ଟ ଅନୁସାରେ, ୩୮ ଜଣ ଲୋକଙ୍କ ଉପରେ ରୁଷ ସ୍ପୁଟନିକ୍ ଭିର ପରୀକ୍ଷା କରିବା ପରେ ଏହାକୁ ମଞ୍ଜୁରୀ ଦେଇଛି। ଏହି ଟିକା ନେବା ପରେ ଦେହ ହାତ ଦରଜ ହେବା, ଝାଳ ବୋହିବା ଓ ପ୍ରବଳ ଜ୍ୱର ଅନୁଭତ ହେଉଛି। ଏହାବାଦ ଦୁର୍ବଳ ଲାଗିବା, ଭୋକ ନ ହେବା, ମୁଣ୍ଡ ବିନ୍ଧିବା, ଝାଡ଼ାବାନ୍ତି, ନାକ ବନ୍ଧ ହୋଇଯିବା ଭଳି ଲକ୍ଷଣ ମଧ୍ୟ ଟିକା ନେବା ପରେ ଲୋକଙ୍କ ଶରୀରରେ ଦେଖିବାକୁ ମିଳିଛି।

ରୁଷର ଅଧିକାରୀମାନେ ମାତ୍ର ୪୨ ଦିନ ମଧ୍ୟରେ ଟିକା ଉପରେ ଗବେଷଣା କରି ଏହାକୁ ମଞ୍ଜୁରୀ ଦେଇଛନ୍ତି। ତେଣୁ ଟିକା କେତେ ଦୂର କରୋନା ବିରୋଧରେ କାର୍ଯ୍ୟ କରୁଛି, ତା’ର ପ୍ରକୃତ ତଥ୍ୟ ମିଳିନାହିଁ।

ଟିକାର ପଞ୍ଜୀକରଣ ପାଇଁ ଦିଆଯାଇଥିବା କାଗଜରେ ଲେଖାଯାଇଥିଲା ଯେ ମହାମାରୀ ଉପରେ ଟିକାର ପ୍ରଭାବ ସମ୍ପର୍କରେ କୌଣସି କ୍ଲିନିକାଲ ଷ୍ଟଡି ହୋଇନାହିଁ। କିନ୍ତୁ ରାଷ୍ଟ୍ରପତି ପୁଟିନ କହିଥିଲେ ଯେ ଟିକା ସବୁ ପ୍ରକାର ଜରୁରୀ ଟେଷ୍ଟରେ ପାସ କରିଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଟିକା ନେବା ପରେ ଦେଖାଯାଉଥିବା ପାର୍ଶ୍ୱପ୍ରତିକ୍ରିୟା ଆପେଆପେ ଭଲ ହୋଇଯାଉଛି। କିନ୍ତୁ ୪୨ ତମ ଦିନ ମଧ୍ୟରେ ୩୧ ଜଣଙ୍କ ଶରୀରରେ ସାଇଡ ଇଫେକ୍ଟର ଲକ୍ଷଣ ମାନ ରହିଥିଲା।

ଅନ୍ୟପକ୍ଷରେ ରୁଷ ବାହାର କରିଥିବା କରୋନା ଟିକା ୧୮ ବର୍ଷ ବୟସରୁ କମ ଓ ୬୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଉପରେ ଏହା ପ୍ରୟୋଗ କରାଯିବ ନାହିଁ ବୋଲି ଜଣାପଡ଼ିଛି। କାରଣ କ୍ଲିନାକାଲ ଟ୍ରାଏଲ ବେଳେ ଏହି ବୟସ ସୀମା ମଧ୍ୟରେ ଥିବା ଲୋକଙ୍କ ଉପରେ ଟିକାର ପରୀକ୍ଷଣ କରାଯାଇ ନାହିଁ। ସେହିପରି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନେ ମଧ୍ୟ ଏହି ଟିକା ନେଇପାରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story