ଭାରତ ସହ ମିଶି କରୋନା ଟିକା ଉତ୍ପାଦନ କରିବ କି ରୁଷ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ରୁଷ କରୋନା ଟିକା ବାହାର କରିଥିବା ଦାବି କରିଛି। ମସ୍କୋ ସ୍ଥିତ ଗାମାଲେୟା ଇନଷ୍ଟିଚ୍ୟୁଟ ବାହାର କରିଥିବା ସ୍ପୁଟନିକ-ଭି ନାମକ କରୋନାର ଟିକାର ଉତ୍ପାଦନ ମଧ୍ୟ ରୁଷରେ ଆରମ୍ଭ ହୋଇଯାଇଛି। ତେବେ ଏହି ଟିକାକୁ ରୁଷ-ଭାରତ ସହ ମିଶି ଉତ୍ପାଦନ କରିବାକୁ ଚାହୁଁଥିବା ଇଚ୍ଛା ପ୍ରକାଶ କରିଛି। ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଡିଆଇଏଫ)ର ସିଇଓ କିରିଲ୍ଲ ଦିମିତ୍ରେଭ ଏହି ସୂଚନା ଦେଇଛନ୍ତି। ଦିମିତ୍ରେଭ କହିଛନ୍ତି, କରୋନା ଭାଇରସ ବିରୋଧରେ ବିଶ୍ୱର […]

m

m

Hemant Lenka
  • Published: Friday, 21 August 2020
  • Updated: 21 August 2020, 03:38 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ରୁଷ କରୋନା ଟିକା ବାହାର କରିଥିବା ଦାବି କରିଛି। ମସ୍କୋ ସ୍ଥିତ ଗାମାଲେୟା ଇନଷ୍ଟିଚ୍ୟୁଟ ବାହାର କରିଥିବା ସ୍ପୁଟନିକ-ଭି ନାମକ କରୋନାର ଟିକାର ଉତ୍ପାଦନ ମଧ୍ୟ ରୁଷରେ ଆରମ୍ଭ ହୋଇଯାଇଛି। ତେବେ ଏହି ଟିକାକୁ ରୁଷ-ଭାରତ ସହ ମିଶି ଉତ୍ପାଦନ କରିବାକୁ ଚାହୁଁଥିବା ଇଚ୍ଛା ପ୍ରକାଶ କରିଛି। ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଡିଆଇଏଫ)ର ସିଇଓ କିରିଲ୍ଲ ଦିମିତ୍ରେଭ ଏହି ସୂଚନା ଦେଇଛନ୍ତି।

ଦିମିତ୍ରେଭ କହିଛନ୍ତି, କରୋନା ଭାଇରସ ବିରୋଧରେ ବିଶ୍ୱର ପ୍ରଥମ କରୋନା ଟିକା ତିଆରି କରାଯାଇ ସାରିଛି। ଏହା ବେଶ ଫଳପ୍ରଦ ଓ ଏହା ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି କରାଇବାରେ ସହାୟକ ହେଉଛି। ସ୍ପୁଟନିକ-ଭି ନାମକ ଟିକାକୁ ଗାମାଲେୟା ଇନଷ୍ଟିଚ୍ୟୁଟ ଓ ଆରଡିଆଇଏଫ ମିଳିତ ଭାବେ ତିଆରି କରିଛନ୍ତି।

ଏବେ ଲାଟିନ ଆମେରିକା, ଏସିଆ ଓ ମଧ୍ୟପ୍ରାଚ୍ୟର ଏକାଧିକ ରାଷ୍ଟ୍ର ଆମ ସହ ମିଳିତ ଭାବେ ଏହି ଟିକାର ଉତ୍ପାଦନ କରିବାକୁ ଆଗ୍ରହ ଦେଖାଉଛନ୍ତି। କରୋନା ଟିକାର ଉତ୍ପାଦନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଆମେ ଭାରତ ସହ ମିଶି ଏହାର ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛୁ।

ଆମର ବିଶ୍ୱାସ ରହିଛି ଯେ ଭାରତ ଗାମାଲେୟା ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା ଟିକା ଉତ୍ପାଦନ ପାଇଁ ଆଗ୍ରହ ଦେଖାଇବ। ମିଳିତ ଭାବେ କରୋନା ଟିକା ଉତ୍ପାଦନ କରାଗଲେ, ଏହାର ଆବଶ୍ୟକତା ପୂରଣ ହୋଇପାରିବ। ରୁଷ ଅନ୍ତର୍ଜାତୀୟ ସହଯୋଗ ମଧ୍ୟ ଆବଶ୍ୟକ କରୁଛି।

ଆମେ କେବଳ ରୁଷ ନୁହେଁ, ୟୁଏଇ ଓ ସାଉଦି ଆରବରେ ବି ଏହି ଟିକାର କ୍ଲିନିକାଲ ଟ୍ରାଏଲ କରିବାକୁ ଯାଉଛୁ। ସେହିପରି ବ୍ରାଜିଲ ଓ ଭାରତରେ ବି ଏହାର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ। ସ୍ପୁଟନିକ-ଭିର ଉତ୍ପାଦନ ୫ଟି ଦେଶରେ କରିବାକୁ ଆମେ ଚାହୁଁଛୁ। କାରଣ ଦିନକୁ ଦିନ ବିଭିନ୍ନ ଦେଶ ପକ୍ଷରୁ ଏହାର ଚାହିଦା ବଢ଼ିବାରେ ଲାଗିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos