ଟ୍ରାନ୍ସପରେଣ୍ଟ ପିପିଇ କିଟ୍ ପିନ୍ଧି ଚର୍ଚ୍ଚାକୁ ଆସିଥିବା ନର୍ସଙ୍କ ବଦଳିଗଲା ଭାଗ୍ୟ

ମୋସ୍କୋ: କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ବେଳେ ଏକ ଟ୍ରାନ୍ସପରେଣ୍ଟ ପିପିଇ କିଟ୍ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ ନର୍ସ ନାଦିଆ ଜୁକୋଭା। ଏବେ ସେ ଏକ ନ୍ୟୁଜ ଚ୍ୟାନେଲର ପାର୍ଟ ଟାଇମ୍ ଆଙ୍କର ଭାବରେ ନିଯୁକ୍ତ ହୋଇଛନ୍ତି। ଏଠାରେ ସେ ପ୍ରାରମ୍ଭିକ ଭାବରେ ପାଣିପାଗ ରିପୋର୍ଟ ବାବଦରେ ସୂଚନା ଦେଉଥିବାର ନଜର ଆସିବେ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବେଳେ ଏହି ନର୍ସ ଜଣଙ୍କଟ୍ରାନ୍ସପରେଣ୍ଟ ପିପିଏ କିଟ୍ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ଋଷିଆର ଏକ ସ୍ପୋର୍ଟସ୍ ବ୍ରାଣ୍ଡରୁ […]

lingerie-nurse

Subhransu Sekhar
  • Published: Saturday, 25 July 2020
  • , Updated: 26 July 2020, 07:11 AM IST

ମୋସ୍କୋ: କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ବେଳେ ଏକ ଟ୍ରାନ୍ସପରେଣ୍ଟ ପିପିଇ କିଟ୍ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ ନର୍ସ ନାଦିଆ ଜୁକୋଭା। ଏବେ ସେ ଏକ ନ୍ୟୁଜ ଚ୍ୟାନେଲର ପାର୍ଟ ଟାଇମ୍ ଆଙ୍କର ଭାବରେ ନିଯୁକ୍ତ ହୋଇଛନ୍ତି। ଏଠାରେ ସେ ପ୍ରାରମ୍ଭିକ ଭାବରେ ପାଣିପାଗ ରିପୋର୍ଟ ବାବଦରେ ସୂଚନା ଦେଉଥିବାର ନଜର ଆସିବେ।

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବେଳେ ଏହି ନର୍ସ ଜଣଙ୍କଟ୍ରାନ୍ସପରେଣ୍ଟ ପିପିଏ କିଟ୍ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ଋଷିଆର ଏକ ସ୍ପୋର୍ଟସ୍ ବ୍ରାଣ୍ଡରୁ ମଡେଲିଂ ଅଫର ମଧ୍ୟ ମିଳିଛି। ତେବେ ସମୟର ଅଭାବ ଦର୍ଶାଇ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନାଡିଆ ମଧ୍ୟ ଜଣେ ନର୍ସ ଭାବରେ କାର୍ଯ୍ୟ ଜାରି ରଖିବେ, କାରଣ ସେ ମଧ୍ୟ ଡାକ୍ତର ହେବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି।

ନ୍ୟୁଜ୍ ଆଙ୍କର୍ ଭାବରେ ତାଙ୍କର ଭୂମିକା ବିଷୟରେ ନାଦିଆ କହିଛନ୍ତି ଯେ ସେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ସେ ମଧ୍ୟ ଏହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇବେ ବୋଲି ନ୍ୟୁଜ୍ ଚ୍ୟାନେଲକୁ ଧନ୍ୟବାଦ ଜଣାଇଛନ୍ତି। କରୋନା ୱାର୍ଡରେ ଟ୍ରାନ୍ସପରେଣ୍ଟ ପିପିଏ କିଟ୍ ପିନ୍ଧିବା ପରେ ତାଙ୍କ ଚାକିରୀ ମଧ୍ୟ ବିପଦରେ ଥିଲା ବୋଲି ସୂଚନା ରହିଛି।

ନାଦିଆ ସ୍ପଷ୍ଟୀକରଣ ଦେଇ ଡାକ୍ତରଖାନା ପ୍ରଶାସନକୁ କହିଥିଲେ ଯେ ସେ ପିନ୍ଧିଥିବା ପିପିଏ କିଟ୍ ଅଧିକ ଟ୍ରାନ୍ସପରେଣ୍ଟ ଥିଲା ବୋଲି ଜାଣି ନଥିଲେ। ଗୋଟିଏ ଦିନ ଡ୍ୟୁଟି କରିବା ପରେ ସେ ପିନ୍ଧିଥିବା ଟ୍ରାନ୍ସପରେଣ୍ଟ କିଟ୍ ବାବଦରେ ଜାଣିବାକୁ ପାଇଥିଲେ ବୋଲି ସେ ଡାକ୍ତରଖାନା ପ୍ରଶାସନକୁ କହିଥିଲେ।

ରୁଷର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନାଦିଆଙ୍କ ପିପିଇ କିଟକୁ ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିଥିଲା। ହସ୍ପିଟାଲର ଡାକ୍ତର, ଅନ୍ୟ ସହକର୍ମୀ ଏବଂ କିଛି ନେତା କିନ୍ତି ନାଦିଆଙ୍କ ସମର୍ଥନରେ ବାହାରିଥିଲେ।

Related story