କରୋନା ଉପରେ ତର୍କ ପାଇଁ ପାକିସ୍ତାନ ସମେତ ୭ଟି ଦେଶକୁ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: କିଲର କରୋନା ଭାଇରସକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର୍କ ଦେଶର ନେତାଙ୍କୁ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଆହ୍ୱାନ କରିଛନ୍ତି। ନିଜକୁ ଗ୍ଲୋବାଲ ଲିଡର ଭାବେ ପ୍ରତିନଧିତ୍ୱ କରିବାକୁ ଚାହୁଁଥିବା ପ୍ରଧାନମନ୍ତ୍ରୀ ମୋଦୀ ଏବେ କରୋନା ପ୍ରସଙ୍ଗରେ ତର୍କ ପାଇଁ ଆହ୍ୱାନ କରି ଏବେ ନୂଆବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ସବୁଠୁ ବଡ଼ କଥା ହେଲା ଯେଉଁ ସାର୍କ ଦେଶଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ସେହି ଦେଶ ମଧ୍ୟରେ […]

modi

modi

Subhransu Sekhar
  • Published: Friday, 13 March 2020
  • Updated: 13 March 2020, 03:09 PM IST

ନୂଆଦିଲ୍ଲୀ: କିଲର କରୋନା ଭାଇରସକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର୍କ ଦେଶର ନେତାଙ୍କୁ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଆହ୍ୱାନ କରିଛନ୍ତି। ନିଜକୁ ଗ୍ଲୋବାଲ ଲିଡର ଭାବେ ପ୍ରତିନଧିତ୍ୱ କରିବାକୁ ଚାହୁଁଥିବା ପ୍ରଧାନମନ୍ତ୍ରୀ ମୋଦୀ ଏବେ କରୋନା ପ୍ରସଙ୍ଗରେ ତର୍କ ପାଇଁ ଆହ୍ୱାନ କରି ଏବେ ନୂଆବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି।

ସବୁଠୁ ବଡ଼ କଥା ହେଲା ଯେଉଁ ସାର୍କ ଦେଶଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ସେହି ଦେଶ ମଧ୍ୟରେ ପାକିସ୍ତାନ ରହିଛି। ଏହା ବ୍ୟତୀତ ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ଶ୍ରୀଲଙ୍କା ଏବଂ ନେପାଳ ରହିଛି। ଏହି ସମସ୍ତ ଦେଶର ମୁଖିଆଙ୍କୁ ଭିଡିଓ କନଫେରନସିଂ ଜରିଆରେ ଏକଜୁଟ ହୋଇ ଆଲୋଚନା କରିବାକୁ ସେ ଆହ୍ୱାନ କରିଛନ୍ତି। କରୋନା ପ୍ରସଙ୍ଗରେ ସାର୍କ ଦେଶ ଗୁଡ଼ିକ ଏକଜୁଟ ହୋଇ ବିଶ୍ୱକୁ ନୂଆ ବାର୍ତ୍ତା ଦେଇପାରିବା ବୋଲି ମୋଦୀ ଟୁଇଟ୍ କରି କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କୋଭିଡ-୧୯କୁ ନେଇ ସରକାର, ବିଭିନ୍ନ ସଂସ୍ଥା ଓ ସାଧାରଣ ଲୋକ କିଭଳି ନିଜ ଆଡୁ ଏହି ଭାଇରସ ସହିତ ମୁକାବିଲା କରୁଛନ୍ତି ସେ ବାବଦରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ୨, ୨୦୧୬ରେ ପଠାନକୋଟରେ ଆତଙ୍କବାଦୀ ଆକ୍ରମଣ ପରେ ମୋଦୀ ସରକାର ପାକିସ୍ତାନ ସହ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିଛନ୍ତି। ଏହାପରେ ମୋଦୀ ପାକିସ୍ତାନ ସହିତ କୌଣସି ପ୍ରସଙ୍ଗରେ ଏଯାବତ ଆଲୋଚନା କରିନାହାନ୍ତି। ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ମୋଦୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସହ ଯୋଗ ଦେଇଥିଲେ। ହେଲେ ଇମ୍ରାନଙ୍କ ସହ କୌଣସି ଆଲୋଚନା କରି ନଥିଲେ। ହେଲେ ଏବେ ଏହି କିଲର କରୋନା ବିଶ୍ୱବ୍ୟାପୀ ମହାମାରୀ ବୋଲି ଘୋଷଣା ହେବା ପରେ ସମସ୍ତ ବିବାଦ ଭୁଲି ପାକିସ୍ତାନ ସହ ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତ୍ତି ନେଇଛନ୍ତି। ତେବେ ଭାରତରେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାକିସ୍ତାନରେ ମଧ୍ୟ ଦୁଇ ଜଣଙ୍କର ଏହି ରୋଗରେ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos