ମନ୍ତ୍ରିମଣ୍ଡଳରୁ ବରଖାସ୍ତ ହେବା ପରେ କ’ଣ କହିଲେ ସଚିନ ପାଇଲଟ

ଜୟପୁର: ରାଜସ୍ଥାନର ଉପମୁଖ୍ୟମନ୍ତ୍ର ପଦରେ ରହି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ସଚିନ ପାଇଲଟଙ୍କୁ ଶେଷରେ ବରଖାସ୍ତ କରାଯାଇଛି। ସେ ରାଜସ୍ଥାନର କ୍ଷମତାସୀନ କଂଗ୍ରେସ ସରକାର ବିରୋଧରେ ବିଜେପି ସହ ମିଶି ବିଦ୍ରୋହ କରୁଥିବାରୁ ତାଙ୍କୁ ଆଜି ବିଧାୟକ ଦଳ ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପଦରୁ ବାହାର କରିଦିଆଯାଇଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା କହିଛନ୍ତି। ସେହିପରି ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ପଦରୁ ବି ସେ ବିଦା ହୋଇଛନ୍ତି। ଅଧ୍ୟକ୍ଷ ପଦରୁ ବିଦା ହେବା ପରେ […]

s

Hemant Lenka
  • Published: Tuesday, 14 July 2020
  • , Updated: 14 July 2020, 03:24 PM IST

ଜୟପୁର: ରାଜସ୍ଥାନର ଉପମୁଖ୍ୟମନ୍ତ୍ର ପଦରେ ରହି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ସଚିନ ପାଇଲଟଙ୍କୁ ଶେଷରେ ବରଖାସ୍ତ କରାଯାଇଛି। ସେ ରାଜସ୍ଥାନର କ୍ଷମତାସୀନ କଂଗ୍ରେସ ସରକାର ବିରୋଧରେ ବିଜେପି ସହ ମିଶି ବିଦ୍ରୋହ କରୁଥିବାରୁ ତାଙ୍କୁ ଆଜି ବିଧାୟକ ଦଳ ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପଦରୁ ବାହାର କରିଦିଆଯାଇଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା କହିଛନ୍ତି। ସେହିପରି ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ପଦରୁ ବି ସେ ବିଦା ହୋଇଛନ୍ତି।

ଅଧ୍ୟକ୍ଷ ପଦରୁ ବିଦା ହେବା ପରେ ରାଜସ୍ଥାନ କଂଗ୍ରେସ କାର୍ଯ୍ୟାଳୟରୁ ସଚିନ ପାଇଲଟଙ୍କ ନେମ୍‌ ପ୍ଲେଟକୁ ହଟାଇ ଦିଆଯାଇଛି। ସଚିନ ପାଇଲଟଙ୍କ ବଦଳରେ ଅଧ୍ୟକ୍ଷ ପଦରେ ନବ ନିଯୁକ୍ତ ହୋଇଥିବା ଗୋବିନ୍ଦ ସିଂହ ଦୋତାସ୍ରଙ୍କ ନାମ ଫଳକ ଲଗାଯାଇଛି।

ସଚିନ ପାଇଲଟ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରୁ ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ନାଁ ହଟାଇ ଦେଇଛନ୍ତି। ସେ କେବଳ ଟୋଙ୍କର ବିଧାୟକ ଭାବେ ନିଜର ପରିଚୟ ଉଲ୍ଲେଖ କରିଛନ୍ତି। ସେ ଟ୍ୱିଟ କରି ଗୋଟିଏ ଧାଡ଼ିରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ସତ୍ୟକୁ ସମସ୍ୟାରେ ପକାଯାଇପାରେ କିନ୍ତୁ ଏହାକୁ କେବେ ହେଲେ ପରାସ୍ତ କରାଯାଇ ନପାରେ।”

ଅନ୍ୟପକ୍ଷରେ ଆଜିର ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ସେ କହିଛନ୍ତି, “ପଦରୁ ସଚିନ ପାଇଲଟଙ୍କୁ ହଟାଯିବାକୁ ନେଇ ମୁଁ ଖୁସି ନୁହେଁ। କିନ୍ତୁ ସଚିନ ଏମିତି କିଛି କାମ କଲେ ଯେ ଦଳ ପାଖରେ ଆଉ କିଛି ଉପାୟ ନଥିଲା।

ସଚିନ ପାଇଲଟଙ୍କ ହାତରେ କିଛି ନାହିଁ। ବିଜେପି ହିଁ ଏହି ପୂରା ନାଟକକୁ ପରିଚାଳନା କରୁଛି। ବିଜେପି ରିଜର୍ଟ ଭଡ଼ା କରିଛି ଓ ସେମାନେ ହିଁ ସବୁକିଛିର ତଦାରଖ କରୁଛନ୍ତି। ମଧ୍ୟପ୍ରଦେଶରେ ଯେଉଁମାନେ କାର୍ଯ୍ୟ କରୁଥିଲେ ଏଠି ବି ସେହି ଟିମ୍‌ କାମ କରୁଛି।”

Related story