ଭେଣ୍ଟିଲେଟରରେ ଉନ୍ନାଓ ପୀଡ଼ିତା, ଡାକ୍ତର କହିଲେ ବଞ୍ଚିବା ମୁସକିଲ୍

ଉନ୍ନାଓ: ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡିତ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ସେ ଭେଣ୍ଟିଲେଟରରେ ରହିଛନ୍ତି। ସଫଦରଜଂଗ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସୁନୀଲ ଗୁପ୍ତା କହିଛନ୍ତି, ‘ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ବଞ୍ଚିବା ସମ୍ଭାବନା ବହୁତ କମ୍। ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ପୀଡ଼ିତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ହୋଇଯାଇଛି। ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି’। ପୁଲିସ କହିଛି, ପୀଡ଼ିତାଙ୍କ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇଥିବା […]

unnao rape

Subhransu Sekhar
  • Published: Friday, 06 December 2019
  • , Updated: 06 December 2019, 04:34 PM IST

ଉନ୍ନାଓ: ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡିତ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ସେ ଭେଣ୍ଟିଲେଟରରେ ରହିଛନ୍ତି। ସଫଦରଜଂଗ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସୁନୀଲ ଗୁପ୍ତା କହିଛନ୍ତି, ‘ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ବଞ୍ଚିବା ସମ୍ଭାବନା ବହୁତ କମ୍। ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ପୀଡ଼ିତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ହୋଇଯାଇଛି। ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି’।

ପୁଲିସ କହିଛି, ପୀଡ଼ିତାଙ୍କ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଶୁଭମ, ହରିଶଙ୍କର, ଉମେଶ ଏବଂ ରାମ କିଶୋର। ଏହି ୫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଦୁଷ୍କର୍ମ ମାମଲାରେ ସଂପୃକ୍ତ ରହିଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ପୀଡ଼ିତା ଏତଲା ଦେବା ପରେ ଗିରଫ ହୋଇଥିଲା। ଏବେ ସେ ଜାମିନରେ ଜେଲରୁ ବାହାରିଥିଲା।

ଜେଲରୁ ଅଭିଯୁକ୍ତ ଜାମିନରେ ବାହାରିବା ପରେ ୪ ଜଣଙ୍କ ସହ ମିଶି ପୀଡ଼ିତାକୁ ମାରିବାକୁ ଚେଷ୍ଟା କରି କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।

ତେବେ ପୁଲିସର କାର୍ଯ୍ୟାଧାରାକୁ ନେଇ ମଧ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ ସଂଗୀନ ଅଭିଯୋଗ ଆଣିଛନ୍ତି। ପୀଡ଼ିତା ନିଆଁର ଶିକାର ହେବା ପରେ ଦୌଡ଼ି ଦୌଡ଼ି ୧ କିଲୋମିଟର ଆସିଥିଲା। ଏହି ସମୟରେ ସେ ପୁଲିସର ସାହାଯ୍ୟ ପାଇଁ ଗୁହାରୀ କରିଥିଲା। ହେଲେ ପୁଲିସ ଶୁଣିନଥିଲା। ନିଆଁରେ ଚାଲି ଚାଲି ଘର ପାଖରେ ପହଞ୍ଚିବା ପରେ ପରିବାର ଲୋକେ ମଧ୍ୟ ନିଜ ଝିଅକୁ ଚିହ୍ନିପାରିନଥିଲେ। ଏହାପରେ ନିଜର ପରିଚୟ ଦେବା ପରେ ପରିବାର ଲୋକେ ହତବାକ୍ ହୋଇଥିଲେ। ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେବା ପରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି ସେ କହିଛନ୍ତି।

ଗରୁବାର ଉତ୍ତର ପ୍ରଦେଶ ମଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ମାସରେ ପୀଡ଼ିତା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏବେ ଏହି ଦୁଷ୍କର୍ମ ମାମଲା ଉନ୍ନାଓର ଏକ ସ୍ଥାନୀୟ କୋର୍ଟରେ ଶୁଣାଣି ଚାଲିଛି।

Related story