ଯୋଧପୁର: ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ୫ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଏହା ସହ ତାଙ୍କୁ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟର ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ (ସିଜେଏମ୍) ଦେବ୍ କୁମାର ଖତ୍ରୀ ସଲମାନଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
ଦଣ୍ଡାଦେଶ ପରେ ସଲମାନଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲ୍କୁ ପଠାଇ ଦିଆଯାଇଛି। ଦଣ୍ଡାଦେଶ ପରେ ତାଙ୍କ ଓକିଲ କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଥିଲେ। ଶନିବାର ତାଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି ହେବ। ଏହାକୁ ମିଶାଇ ସଲମାନ ୪ଥର ଜେଲ୍ ଗଲେଣି। ଏହା ପୂର୍ବରୁ ସେ ୧୯୯୮, ୨୦୦୬ ଓ ୨୦୦୭ରେ ସମୁଦାୟ ୧୮ ଦିନ ଜେଲ୍ରେ ରହିଥିଲେ।
ସେ ଗତକାଲି ଯୋଧପୁର ଜେଲ୍ ଅଧୀକ୍ଷକଙ୍କ ସାମ୍ନାରେ ବସିଥିବାର ଏକ ଭିଡିଓ ଓ ଫଟୋ ଭାଇରାଲ୍ ହୋଇଛି। ଯାହାକୁ ଦେଖିଲେ ଆପଣ ବି କହିପାରନ୍ତି ଏହା ତାଙ୍କର ଆଟିଟ୍ୟୁଟ୍! ପୂର୍ବରୁ ମଧ୍ୟ ସେ ଯେତେବେଳେ ଜେଲ୍ ଯାଇଥିଲେ ତାଙ୍କୁ ଏମିତି କିଛି ଅନ୍ଦାଜରେ ବସିଥିବାର ଦେଖିବାକୁ ମିଳିଥିଲା। ତାଙ୍କର ପୂର୍ବର ଓ ଏବେ କାର କିଛି ଫଟୋ ଏଠାରେ ଆପଣମାନେ ଦେଖନ୍ତୁ।
- ସଲମାନଙ୍କର ଏହି ପୁରୁଣା ଫଟୋ ସେ ସମୟର ଥିଲା ଯେବେ ସେ ବନବିଭାଗ ଅଫିସ୍ରେ ବସିଥିଲେ। କୃଷ୍ଣସାର ମୃଗ ଶିକାର ମାମଲାରେ ତାଙ୍କୁ ସେତେବେଳେ ବନ ବିଭାଗ ଅଫିସରେ ପଚାରାଉଚାରା କରାଯାଇଥିଲା
- ୨୦ ବର୍ଷରେ ସଲମାନଙ୍କ ଲୁକ୍ରେ ଖୁବ୍ ପରିବର୍ତ୍ତନ ଆସିଛି। କିନ୍ତୁ ତାଙ୍କ ଆଟିଟ୍ୟୁଡ୍ ଏବେ ବି ସେଇଆ।
- ଗତକାଲି ସଲମାନ ଜେଲ୍ ଅଧୀକ୍ଷକଙ୍କ ସାମ୍ନାରେ ଏମିତି ବସିଥିଲେ ଯେମିତି କି ସେ ତାଙ୍କ ବନ୍ଧୁ ସାମ୍ନାରେ ବସିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।