ପ୍ରଥମ ଦିନରେ ବକ୍ସ ଅଫିସରେ ଧମାଲ କଲା ସଲମାନଙ୍କ ‘ଭାରତ’

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ‘ଭାରତ’ ଫିଲ୍ମ ବକ୍ସ ଅଫିସରେ ପ୍ରଥମ ଦିନରୁ ହିଁ କମାଲ କରିଛି। ବୁଧବାର ଇଦ୍‌ ଉପଲକ୍ଷେ ସର୍ବ ଭାରତୀୟ ସ୍ତରରେ ଏହି ଫିଲ୍ମଟି ରିଲିଜ୍‌ ହୋଇଥିଲା। ପ୍ରଥମ ଦିନରେ ହିଁ ଫିଲ୍ମଟି ଦର୍ଶକଙ୍କ ଭରପୂର ପ୍ରଶଂସା ସାଉଁଟିଛି। ଏଥିସହ ବକ୍ସ ଅଫିସରେ ଫିଲ୍ମଟି ଗୋଟିଏ ଦିନରେ ୪୨. ୩ କୋଟି ଆୟ କରିଛି। ଅଲୀ ଆବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମଟି ପୂର୍ବରୁ ସଲମାନ […]

saw

Hemant Lenka
  • Published: Thursday, 06 June 2019
  • , Updated: 06 June 2019, 04:19 PM IST

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ‘ଭାରତ’ ଫିଲ୍ମ ବକ୍ସ ଅଫିସରେ ପ୍ରଥମ ଦିନରୁ ହିଁ କମାଲ କରିଛି। ବୁଧବାର ଇଦ୍‌ ଉପଲକ୍ଷେ ସର୍ବ ଭାରତୀୟ ସ୍ତରରେ ଏହି ଫିଲ୍ମଟି ରିଲିଜ୍‌ ହୋଇଥିଲା। ପ୍ରଥମ ଦିନରେ ହିଁ ଫିଲ୍ମଟି ଦର୍ଶକଙ୍କ ଭରପୂର ପ୍ରଶଂସା ସାଉଁଟିଛି। ଏଥିସହ ବକ୍ସ ଅଫିସରେ ଫିଲ୍ମଟି ଗୋଟିଏ ଦିନରେ ୪୨. ୩ କୋଟି ଆୟ କରିଛି।

ଅଲୀ ଆବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମଟି ପୂର୍ବରୁ ସଲମାନ ଖାନ୍‌ଙ୍କ ଇଦ୍‌ରେ ରିଲିଜ୍‌ ହୋଇଥିବା ସବୁ ଫିଲ୍ମର ବକ୍ସ ଅଫିସ କଲେକସନ୍‌ ରେକର୍ଡକୁ ଭାଙ୍ଗି ଦେଇଛି। ଏହା ସଲମାନଙ୍କ ଅଭିନୀତ ପ୍ରଥମ ଫିଲ୍ମ ଯାହା ପ୍ରଥମ ଦିନରେ ସବୁଠାରୁ ଅଧିକ ଆୟ କରିଛି। ଦିୱାଲିରେ ରିଲିଜ୍‌ ହୋଇଥିବା ସଲମାନଙ୍କ 'ପ୍ରେମ ରତନ ଧନପାୟୋ' ପ୍ରଥମ ଦିନରେ ୩୯.୩୨ କୋଟି ଟଙ୍କା ଆୟ କରିଥିଲା।

ଅନ୍ୟପକ୍ଷରେ ପ୍ରଥମଦିନ ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ଫିଲ୍ମ ଗୁଡ଼ିକ ମଧ୍ୟରେ ‘ଭାରତ’ ୪ ନଂ ସ୍ଥାନରେ ରହିଛି। ସେହିପରି ୨୦୧୯ରେ ଏହା ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ। ଆଭେଞ୍ଜର ଏଣ୍ଡଗେମ୍‌ ପ୍ରଥମ ଦିନ ୫୩ କୋଟି ଆୟ କରିଥିଲା। 'ଭାରତ' ରିଲିଜ୍‌ ହେବା ପୂର୍ବରୁ ବଲିଉଡ୍‌ ଫିଲ୍ମ 'କଲଙ୍କ' ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବା ଫିଲ୍ମ ଥିଲା। ହେଲେ ଭାରତ ଏହାକୁ ଅତିକ୍ରମ କରିଯାଇଛି।

Related story