ସଞ୍ଜୟ-ଫଡନାଭିସ ବୈଠକ ପଛର ଉଦ୍ଦେଶ୍ୟ 'ସାମ୍ନା'କୁ ସାକ୍ଷାତକାର ନୁହେଁ!

ମୁମ୍ବାଇ: ଶନିବାର ଶିବସେନା ନେତା ସଞ୍ଜୟ ରାଉତ ବିଜେପିର ପ୍ରମୁଖ ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଗୋଟିଏ ହୋଟେଲରେ ଦୁଇ ଘଣ୍ଟା ଧରି କଥା ହୋଇଥିଲେ। ସରକାର ଗଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି କି ବୋଲି ରାଜନୀତିକ ଚର୍ଚ୍ଚା ଜୋର ଧରିଛି। ହେଲେ ଏଭଳି ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ସଞ୍ଜୟ ରାଉତ। ସେ କହିଛନ୍ତି ଆଗକୁ ବିହାର ବିଧାନସଭା ନିର୍ବାଚନ। ଫଡନାଭିସ ବିହାର ବିଜେପିର ପ୍ରଭାରୀ। ତେଣୁ ତାଙ୍କର ସାକ୍ଷାତକାର ନେବାକୁ […]

fadnavis sanjay

Subhransu Sekhar
  • Published: Sunday, 27 September 2020
  • , Updated: 27 September 2020, 02:38 PM IST

ମୁମ୍ବାଇ: ଶନିବାର ଶିବସେନା ନେତା ସଞ୍ଜୟ ରାଉତ ବିଜେପିର ପ୍ରମୁଖ ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଗୋଟିଏ ହୋଟେଲରେ ଦୁଇ ଘଣ୍ଟା ଧରି କଥା ହୋଇଥିଲେ। ସରକାର ଗଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି କି ବୋଲି ରାଜନୀତିକ ଚର୍ଚ୍ଚା ଜୋର ଧରିଛି। ହେଲେ ଏଭଳି ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ସଞ୍ଜୟ ରାଉତ। ସେ କହିଛନ୍ତି ଆଗକୁ ବିହାର ବିଧାନସଭା ନିର୍ବାଚନ। ଫଡନାଭିସ ବିହାର ବିଜେପିର ପ୍ରଭାରୀ। ତେଣୁ ତାଙ୍କର ସାକ୍ଷାତକାର ନେବାକୁ ଏହି ଭେଟଘାଟ ହୋଇଥିଲା।

ମୁମ୍ବାଇର ଗ୍ରାଣ୍ଡ ହ୍ୱାଇଟ ହୋଟେଲରେ ଶନିବାର ଅପରାହ୍ନରେ ୧.୩୦ ରୁ ୩.୩୦ ମଧ୍ୟରେ ବୈଠକ ହୋଇଥିଲା। ସଞ୍ଜୟ ରାଉତ କହିଛନ୍ତି ଯେ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବା ଅପରାଧ କି? ମୁଁ ସେମାନଙ୍କୁ ଭେଟି ପାରିବି ନାହିଁ? ଆପଣମାନେ ଏହି ବୈଠକର ଅର୍ଥ ରାଜନୀତିକ ଅର୍ଥ ବାହାର କରନ୍ତୁ ନାହିଁ।

ବିଜେପି ମଧ୍ୟ କୁହିଛି ଯେ ଏହି ବୈଠକରୁ କୌଣସି ରାଜନୀତିକ ଅର୍ଥ ବାହାର ନକରିବା ଉଚିତ। ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ଦୁଇ ନେତା ପରସ୍ପର ସହ ସାକ୍ଷାତ କରିପାରିବେ। ପ୍ରତ୍ୟେକ ସଭା ରାଜନୀତିକ ସଭା ନୁହେଁ।

କାହିଁକି ସରକାର ଗଢ଼ିବା ନେଇ ଆଲୋଚନା?

ରାଜନୀତିକ ଗୋଟି ବିନା ସ୍ୱାର୍ଥରେ ଚାଲେନି। ଏହାର ଅନେକ ଉଦାହରଣ ରହିଛି। ମହାରାଷ୍ଟ୍ରର ମେଣ୍ଟ ସରକାରରେ ଅନେକ ଅନିଶ୍ଚିତତା ରହିଥିବାରୁ ଏଭଳି ଆଲୋଚନା ଚାଲିଛି। ଗତ ଦଶ ମାସ ମଧ୍ୟରେ ତିନି ଦଳ ମଧ୍ୟରେ ନିରନ୍ତର ମତଭେଦ ରହିଥିବା ଦେଖିବାକୁ ମିଳିଛି। ପୁଲିସ ଅଧିକାରୀଙ୍କ ସ୍ଥାନାନ୍ତର ବିଷୟରେ, ପୋଷ୍ଟରରେ ତିନି ଦଳର ନେତାଙ୍କ ଫଟୋ ରହିବା, ଯଦିଓ ସରକାର ଚଳାଇବା ପାଇଁ ଶିବସେନା ପାଖରେ ଷ୍ଟିଅରିଂ ରହିଛି ହେଲେ ଗୃହ ବିଭାଗ ଏନସିପି ପାଖରେ। ଏମିତିକି ପାଲଘର ମୋବ୍ ଲିଞ୍ଚିଂ ହେଉ କି କଙ୍ଗନା ରଣାଓ୍ୱତଙ୍କ ଅଫିସ ବିଏମସି ଭାଙ୍ଗିବା ପରେ ଶରଦ ପାୱାରଙ୍କ ଘରେ ରୁଦ୍ଧ ଦ୍ୱାର ବୈଠକ ମେଣ୍ଟ ସରକାରର ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ସରକାର ଦ୍ୱାରା ମୁମ୍ୱାଇ ପୁୁଲିସର ତଦନ୍ତକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ଅସନ୍ତୋଷ ଜାହିର କରି ସାରିଛନ୍ତି। ଏନସିପି ନେତା ତଥା ରାଜ୍ୟର ଗୃହମନ୍ତ୍ରୀ ମୁମ୍ୱାଇ ପୁଲିସକୁ ବହୁତ ପ୍ରଶଂସା କରିଥିଲେ। ହେଲେ ମାମଲା ସିବିଆଇକୁ ଦିଆଯିବା ପରେ ଏବେ ନିରବ ରହିଛନ୍ତି କିଛି ଦିନ ହେବ। ସବୁଠୁ ବଡ଼ କଥା ହେଲା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏନସିପି, କଂଗ୍ରେସ ନିରବ ରହିଛନ୍ତି। ଶିବସେନା ସରକାର ଉପରେ ଆସୁଥିବା ଅଭିଯୋଗର ସାମ୍ନା କରୁଛି। ହେଲେ ଅସଲରେ ଗୃହ ବିଭାଗ ଏନସିପି ପାଖରେ ରହିଛି।

ଅନ୍ୟପଟେ ଏନସିପିର ପ୍ରମୁଖ ନେତା ତଥା ଶରଦ ପାଓ୍ୱାରଙ୍କ ପୁଅ ଅଜିତ ପାଓ୍ୱାର ଏବେ ଏହି ମାମଲାରେ ନିରବ। ତାଙ୍କ ପୁଅ ପର୍ଥ ପାଓ୍ୱାର ସୁଶାନ୍ତ ମାମଲାରେ ଖୁଲାମଖୁଲା କିଛି ମନ୍ତବ୍ୟ ମହାରାଷ୍ଟ୍ର ସରକାର ବିରୋଧରେ ଦେଇଛନ୍ତି।

ଅନ୍ୟପଟେ ଶନିବାର ବିଜେପି ସଭାପତି ଜେପି ନଡ୍ଡା ଘୋଷଣା କରିଥିବା ଟିମରେ ଦେବେନ୍ଦ୍ର ଫଡନାଭିସ ନେତୃତ୍ୱ ନେବେ ବୋଲି ଗ୍ରୀନ ସିଗନାଲ ଦେଇଛନ୍ତି। ତେଣୁ ଦେବେନ୍ଦ୍ର ଏହି ଦୁଇ ଘଣ୍ଟା ବୈଠକ ଜରିଆରେ ଏକ ମାଧ୍ୟମ କି? ଯେହେତୁ 'ସାମ୍ନା' ଏକ ଖବରକାଗଜ ତେଣୁ ସାକ୍ଷାତକାର ଭିଡିଓ କଲିଂ କିମ୍ୱା ଫୋନରେ ନେଇ ହୋଇଥାନ୍ତା କରୋନା ସମୟରେ। ହେଲେ ରୁଦ୍ଧ ଦ୍ୱାରା ବୈଠକ କାହିଁକି?

Related story