ମୋଦି କ୍ୱାରେଣ୍ଟାଇନରେ ରହିବେ କି ବୋଲି ପଚାରିଲେ ସଞ୍ଜୟ ରାଉତ

ମୁମ୍ୱାଇ: ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବିଶିଷ୍ଟ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହନ୍ତ କରୋନାରେ ସଂକ୍ରମିତ ହେବା ପରେ ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ନୃତ୍ୟ ଗୋପାଳ ଦାସଙ୍କ ସଂସ୍ପର୍ଶରେ ମୋଦି ଆସିଥିବାରୁ ସେ ଏବେ ନିଜେ କ୍ୱାରେଣ୍ଟାଇନରେ ରହିବେ କି? ଅଗଷ୍ଟ ୫ରେ ଅଯୋଧ୍ୟାର ରାମ ମନ୍ଦିରର ଭୂମିପୂଜା ସମୟରେ ମହନ୍ତଙ୍କ ସଂସ୍ପର୍ଶରେ […]

SANJAY RAUT

Subhransu Sekhar
  • Published: Sunday, 16 August 2020
  • , Updated: 17 August 2020, 03:21 AM IST

ମୁମ୍ୱାଇ: ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବିଶିଷ୍ଟ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହନ୍ତ କରୋନାରେ ସଂକ୍ରମିତ ହେବା ପରେ ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ନୃତ୍ୟ ଗୋପାଳ ଦାସଙ୍କ ସଂସ୍ପର୍ଶରେ ମୋଦି ଆସିଥିବାରୁ ସେ ଏବେ ନିଜେ କ୍ୱାରେଣ୍ଟାଇନରେ ରହିବେ କି? ଅଗଷ୍ଟ ୫ରେ ଅଯୋଧ୍ୟାର ରାମ ମନ୍ଦିରର ଭୂମିପୂଜା ସମୟରେ ମହନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ସଞ୍ଜୟ ରାଉତ ଏଭଳି ପ୍ରଶ୍ନ କରିଛନ୍ତି ବୋଲି ସେ କହିଛନ୍ତି। ଶିବସେନାର ମୁଖପାତ୍ର ସାମ୍ନାର ସମ୍ବାଦକୀୟରେ ସାଂସଦ ସଞ୍ଜୟ ରାଉତ ଏଭଳି ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, “ଅଗଷ୍ଟ ୭ରେ ରାମ ମନ୍ଦିରର ଭୂମିପୂଜା ବେଳେ ୭୫ ବର୍ଷୀୟ ମହନ୍ତ ଉପସ୍ଥିତ ଥିଲେ। ହେଲେ ସେ ନିଜ ମୁହଁକୁ ମାସ୍କରେ ଘୋଡାଇ ନଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ସହ ମିଶିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନୃତ୍ୟ ଗୋପାଳ ଦାସଙ୍କର ସମ୍ମାନର ସହିତ ହାତ ମଧ୍ୟ ଧରିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ କ୍ୱାରେଣ୍ଟାଇନରେ ରହିବା ଦରକାର”।

Related story