ସଂସଦର ମୌସୁମୀ ଅଧିବେଶନ: ବିରୋଧୀଙ୍କ ମୁକାବିଲା ପାଇଁ ଆଜି ବସୁଛି ଏନଡିଏର ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଲଳିତ ମୋଦି ପ୍ରସଙ୍ଗ ଓ ବ୍ୟାପମ୍ ଦୁର୍ନୀତି ସମେତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଏହି ଅଧିବେଶନରେ ସରକାରଙ୍କୁ ଘେରିବା ଲାଗି ପ୍ରସ୍ତୁତ ହେଉଛନ୍ତି। ଆଉ ବିରୋଧୀଙ୍କୁ ମୁକାବିଲା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏନଡିଏର ଏକ ବୈଠକ ଡାକିଛନ୍ତି। ୨୦୧୪ ନିର୍ବାଚନରେ ବିପୁଳ ବିଜୟ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଏନଡିଏର ବୈଠକ ଡାକିଛନ୍ତି। କାରଣ […]

modee

Rakesh Mallick
  • Published: Monday, 20 July 2015
  • , Updated: 20 July 2015, 03:26 AM IST

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଲଳିତ ମୋଦି ପ୍ରସଙ୍ଗ ଓ ବ୍ୟାପମ୍ ଦୁର୍ନୀତି ସମେତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଏହି ଅଧିବେଶନରେ ସରକାରଙ୍କୁ ଘେରିବା ଲାଗି ପ୍ରସ୍ତୁତ ହେଉଛନ୍ତି। ଆଉ ବିରୋଧୀଙ୍କୁ ମୁକାବିଲା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏନଡିଏର ଏକ ବୈଠକ ଡାକିଛନ୍ତି। ୨୦୧୪ ନିର୍ବାଚନରେ ବିପୁଳ ବିଜୟ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଏନଡିଏର ବୈଠକ ଡାକିଛନ୍ତି। କାରଣ ସେ ଜାଣିଛନ୍ତି ଏ ଅଧିବେଶନ ପୂର୍ବ ଅଧିବେଶନଗୁଡ଼ିକ ଭଳି ହେବ ନାହିଁ। ଏ ଅଧିବେଶନରେ ସରକାରଙ୍କୁ ଜୋରସୋରରେ ଘେରିବାକୁ ବିରୋଧୀଙ୍କୁ କିଛି ଦୃଢ଼ ପ୍ରସଙ୍ଗ ମିଳି ଯାଇଛି। ମୌସୁମୀ ଅଧିବେଶନରେ ବିରୋଧୀଙ୍କ ଆକ୍ରମଣର କେମିତି ମୁକାବିଲା ହେବ ସେ ନେଇ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହେବ।

ଏନଡିଏ ସହଯୋଗୀଙ୍କୁ ଭେଟିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସଂସଦୀୟ ବ୍ୟାପାର ମନ୍ତ୍ରୀ ଏମ୍. ଭେଙ୍କିଆନାଇଡୁ ଓ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଆଜି ଡାକିଥିବା ଦୁଇଟି ଭିନ୍ନ ଭିନ୍ନ ବୈଠକରେ ମଧ୍ୟ ଯୋଗ ଦେଇପାରନ୍ତି । ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ନାଇଡୁ ଓ ମହାଜନ ଏହି ବୈଠକ ଡକାଇଛନ୍ତି ।

ଅନ୍ୟପକ୍ଷରେ ଏହି ଅଧିବେଶନରେ ବିରୋଧୀଙ୍କ ମୁକାବିଲା ପାଇଁ ବିଜେପି ଆକ୍ରମଣାତ୍ମକ ଉପାୟ ଅବଲମ୍ବନ କରିବାକୁ ଗତକାଲି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ବୈଠକରେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପରେ ଅମିତ ଶାହ, ଅରୁଣ ଜେଟଲୀ, ରାଜନାଥ ସିଂହ ଓ ଭେଙ୍କେୟା ନାଇଡୁ ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯାଇ ଭେଟିଥିଲେ ଓ ରଣନୀତି ନେଇ ଆଲୋଚନା କରିଥିଲେ।

ବିଜେପି ନେତୃତ୍ବାଧୀନ ଏନଡିଏ ସରକାର  ମୌସୁମୀ ଅଧିବେଶନରେ ୩୫ଟି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚୂଡାନ୍ତ କରିଛନ୍ତି । ଏଥିମଧ୍ୟରେ ରାଜ୍ୟସଭାରେ ବାକି ଥିବା ୯ ଓ ଲୋକସଭାରେ ବାକି ଥିବା ୪ଟି ବିଲ୍ ରହିଛି । ସେହିପରି ୧୧ଟି ନୂଆ ବିଲ୍  ଆଗତ କରିବାକୁ ଯୋଜନା କରିଛନ୍ତି ସରକାର।

ଆସନ୍ତାକାଲି (ଜୁଲାଇ ୨୧)ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ।

ବ୍ୟାପମ ଦୁର୍ନୀତି, ଲଳିତ ମୋଦି ପ୍ରସଙ୍ଗ ସହିତ ଛତିଶଗଡ଼ର ଚାଉଳ ଦୁର୍ନୀତି ଓ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଜାଲ ଶିକ୍ଷାଗତ ପ୍ରମାଣପତ୍ରକୁ ବି ପ୍ରସଙ୍ଗ କରିବେ କଂଗ୍ରେସ ଓ ଅନ୍ୟ ବିରୋଧୀ। ଲଳିତ ମୋଦି ପ୍ରସଙ୍ଗରେ କଂଗ୍ରେସ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ବ୍ୟାପମ ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଇସ୍ତଫା ମାଗିଛି କଂଗ୍ରେସ। ନହେଲେ ସଂସଦ ଚାଲିବାକୁ ଦିଆଯିବ ନାହିଁ ବୋଲି ଦଳ ପୂର୍ବରୁ କହି ସାରିଛି।

Related story