ସଂସଦରେ ଜାରି ରହିଥିବା ଅଚଳାବସ୍ଥା ଦୂର ପାଇଁ ଆଜି  ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ଯଦି ଚାଲି ନପାରେ ତେବେ ଏଥିପାଇଁ ଦାୟୀ ରହିବେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଏହା କହିଛନ୍ତି ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ନିର୍ମଳା ସୀତାରମଣ। କଂଗ୍ରେସ ଭୟଭୀତ ହୋଇ ଗୃହ କାର୍ଯ୍ୟରେ ବାରମ୍ୱାର ବାଧା ଉପୁଜାଉଛି ବୋଲି ବିଜେପି କହିଛି। ଯଦି ବିରୋଧୀ ଦଳ ଗୃହରେ କୌଣସି ବିଷୟରେ ଚର୍ଚ୍ଚା ଆରମ୍ଭ କରେ ତେବେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ଦେଇପାରନ୍ତି। ଆଗରୁ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପ୍ରସଙ୍ଗରେ ତାଙ୍କ […]

parljam

Rakesh Mallick
  • Published: Monday, 03 August 2015
  • , Updated: 03 August 2015, 02:03 AM IST

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ଯଦି ଚାଲି ନପାରେ ତେବେ ଏଥିପାଇଁ ଦାୟୀ ରହିବେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଏହା କହିଛନ୍ତି ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ନିର୍ମଳା ସୀତାରମଣ। କଂଗ୍ରେସ ଭୟଭୀତ ହୋଇ ଗୃହ କାର୍ଯ୍ୟରେ ବାରମ୍ୱାର ବାଧା ଉପୁଜାଉଛି ବୋଲି ବିଜେପି କହିଛି। ଯଦି ବିରୋଧୀ ଦଳ ଗୃହରେ କୌଣସି ବିଷୟରେ ଚର୍ଚ୍ଚା ଆରମ୍ଭ କରେ ତେବେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ଦେଇପାରନ୍ତି। ଆଗରୁ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପ୍ରସଙ୍ଗରେ ତାଙ୍କ ବିବୃତି ରଖିଛନ୍ତି ବୋଲି ବିଜେପି କହିଛି। ସେପଟେ ସଂସଦରେ ଜାରି ରହିଥିବା ଅଚଳାବସ୍ଥା ଦୂର ପାଇଁ ଆଜି ସର୍ବଦଳୀୟ ବୈଠକ ବସୁଛି। ହୋହାଲ୍ଲା ଯୋଗୁଁ ବାରମ୍ୱାର ଗୃହ କାର୍ଯ୍ୟରେ ମଧ୍ୟ ବାଧା ଉପୁଜୁଛି। କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରୁନି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ବ୍ୟାପମ ଦୁର୍ନୀତ ପ୍ରସଙ୍କକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି।

Related story