ଶଶିକଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ:ଏଆଇଡିଏମ୍‌କେର ନିଲମ୍ୱିତ ସାଂସଦ ଶଶିକଳା ପୁଷ୍ପାଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଅଗଷ୍ଟ ୨୨ ପର୍ଯ୍ୟନ୍ତ ଶଶିକଳାଙ୍କ ବିରୋଧରେ ତାମିଲନାଡୁ ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶଶିକଳାଙ୍କ ସ୍ୱାମୀ ଓ ପୁଅଙ୍କ ବିରୋଧରେ ତାଙ୍କ ଚାକରାଣୀ ଦାୟାର କରିଥିବା ଶାରୀରିକ ନିର୍ଯାତନା ମାମଲାରେ ତାମିଲନାଡୁ ପୋଲିସ୍‌ ସେମାନଙ୍କୁ ଗିରଫ କରିବାକୁ ଚାହୁଁଥିଲା। ଏନେଇ ମାମଲା ହାଇକୋର୍ଟକୁ ଯାଇଥିଲା। ଏହି ମାମଲାରେ ଶଶିକଳା ଦିଲ୍ଲୀ ହାଇକୋର୍ଟରେ ଆଗୁଆ ଜାମିନ୍‌ ପାଇଁ […]

sasikala-pushpa

Rakesh Mallick
  • Published: Thursday, 11 August 2016
  • , Updated: 11 August 2016, 05:06 PM IST

ନୂଆଦିଲ୍ଲୀ:ଏଆଇଡିଏମ୍‌କେର ନିଲମ୍ୱିତ ସାଂସଦ ଶଶିକଳା ପୁଷ୍ପାଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଅଗଷ୍ଟ ୨୨ ପର୍ଯ୍ୟନ୍ତ ଶଶିକଳାଙ୍କ ବିରୋଧରେ ତାମିଲନାଡୁ ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶଶିକଳାଙ୍କ ସ୍ୱାମୀ ଓ ପୁଅଙ୍କ ବିରୋଧରେ ତାଙ୍କ ଚାକରାଣୀ ଦାୟାର କରିଥିବା ଶାରୀରିକ ନିର୍ଯାତନା ମାମଲାରେ ତାମିଲନାଡୁ ପୋଲିସ୍‌ ସେମାନଙ୍କୁ ଗିରଫ କରିବାକୁ ଚାହୁଁଥିଲା। ଏନେଇ ମାମଲା ହାଇକୋର୍ଟକୁ ଯାଇଥିଲା।

ଏହି ମାମଲାରେ ଶଶିକଳା ଦିଲ୍ଲୀ ହାଇକୋର୍ଟରେ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଥିଲେ।

ଏହାପୂର୍ବରୁ ଶଶିକଳା ନିଜ ଜୀବନ ପ୍ରତି ବିପଦ ଥିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ସପ୍ତାହରେ ହାଇକୋର୍ଟ ଶଶିକଳାଙ୍କ ସୁରକ୍ଷା ବଢାଇବାକୁ  ଦିଲ୍ଲୀ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ।

Related story