‘ଶକ୍ତିମାନ’ର ପ୍ରତିମୂର୍ତ୍ତି ଉଦଘାଟନ ପାଇଁ ମନା କଲେ ହରିଶ ରାୱତ

ଡେରାଡୁନ୍‌: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହରିଶ ରାୱତ ଆଜି  ବିଧାସସଭା ନିର୍ବାଚନ ରାଲି ଉଦଘାଟନ କରିବା ସହ    ପୋଲିସ୍ ଘୋଡ଼ା ‘ଶକ୍ତିମାନ’ର ପ୍ରତିମୂର୍ତ୍ତି ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ରାୱତ ‘ଶକ୍ତିମାନ’ର ପ୍ରତିମୂର୍ତ୍ତିକୁ ଉଦଘାଟନ କରିବାକୁ ମନାକରିଛନ୍ତି। ବିଶେଷ ସୁତ୍ରରୁ  ଜଣାପଡ଼ିଛି ଯେ ହରିଶ ରାୱତଙ୍କ ଜ୍ୟୋତିଷ ଘୋଡାର ପ୍ରତିମୂତ୍ତି  ଉଦଘାଟନ କରିବା ପାଇଁ  ମନାକରିଥିଲେ। ‘ଶକ୍ତିମାନ’ର ପ୍ରତିମୂର୍ତ୍ତି ଉଦଘାଟନ ପାଇଁ  ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ସୂଚନାଯୋଗ୍ୟ, ବିଜେପି କର୍ମୀମାନେ ଡେରାଡୁନ୍ ବିଧାନସଭା ଘେରାଉ କରିବାକୁ […]

harish-rawat_

Rakesh Mallick
  • Published: Tuesday, 12 July 2016
  • , Updated: 12 July 2016, 03:55 PM IST

ଡେରାଡୁନ୍‌: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହରିଶ ରାୱତ ଆଜି  ବିଧାସସଭା ନିର୍ବାଚନ ରାଲି ଉଦଘାଟନ କରିବା ସହ    ପୋଲିସ୍ ଘୋଡ଼ା ‘ଶକ୍ତିମାନ’ର ପ୍ରତିମୂର୍ତ୍ତି ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ରାୱତ ‘ଶକ୍ତିମାନ’ର ପ୍ରତିମୂର୍ତ୍ତିକୁ ଉଦଘାଟନ କରିବାକୁ ମନାକରିଛନ୍ତି। ବିଶେଷ ସୁତ୍ରରୁ  ଜଣାପଡ଼ିଛି ଯେ ହରିଶ ରାୱତଙ୍କ ଜ୍ୟୋତିଷ ଘୋଡାର ପ୍ରତିମୂତ୍ତି  ଉଦଘାଟନ କରିବା ପାଇଁ  ମନାକରିଥିଲେ।

‘ଶକ୍ତିମାନ’ର ପ୍ରତିମୂର୍ତ୍ତି ଉଦଘାଟନ ପାଇଁ  ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା।

ସୂଚନାଯୋଗ୍ୟ, ବିଜେପି କର୍ମୀମାନେ ଡେରାଡୁନ୍ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ସେମାନଙ୍କ ବାଟ ଓଗାଳି ଥିଲା। ଏହି ସମୟରେ ବିଧାୟକ ଗଣେଶ ସେଠାରେ ଉପସ୍ଥିତ ଥିବା ପୋଲିସର ଏକ ଘୋଡ଼ା ‘ଶକ୍ତିମାନ’କୁ ଲାଠିରେ ପିଟିଥିଲେ।  ଏକାଧିକ ପ୍ରହାର କରିବା ଯୋଗୁଁ  ଗୋଡଟି ଭାଙ୍ଗି ଯାଇଥିଲା। କିଛି ଦିନ  ପରେ ଶକ୍ତିମାନର ମୃତ୍ୟୁ ହୋଇଥିଲା।

Related story