ନୂଆଦିଲ୍ଲୀ: ଯଦି ଆପଣ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାହକ। ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି । ଚଳିତ ମାସ ସୁଦ୍ଧା ଆପଣଙ୍କୁ ନିର୍ଦ୍ଦିଷ୍ଟ ୩ଟି କାମ ସାରିବାକୁ ପଡ଼ିବ। ଯଦି ଆପଣ ନକରନ୍ତି ତେବେ ଡିସେମ୍ବର ମାସରେ କେତେ ନୀତିନିୟମ ବଦଳି ଯାଇପାରେ। ଫଳରେ ଆପଣ କେତୋଟି ଜରୁରୀ ସେବାରୁ ବଞ୍ଚିତ ହୋଇପାରନ୍ତି। ତେବେ ସେହି ସବୁ ନିୟମ ଗୁଡ଼ିକ ବିଷୟରେ ଜାଣନ୍ତୁ । ଯଦି ଆପଣ ଚାହାନ୍ତି ଡିସେମ୍ବର ୧ସୁଦ୍ଧା ଆପଣଙ୍କ ନେଟ ବ୍ୟାଙ୍କିଙ୍ଗ ସେବା ବନ୍ଦ ନ ହୋଇ ଯାଉ ତେବେ ଯଥା ଶୀଘ୍ର ଆପଣଙ୍କ ମୋବାଇଲ ନମ୍ବର ପଞ୍ଜିକରଣ କରନ୍ତୁ।
ଭାରତୀୟ ଷ୍ଟେଯବ ବ୍ୟାଙ୍କ କହିଛି ଯେ, ଯଦି ଆପଣ ଅଦ୍ୟାବଧି ମୋବାଇଲ ନମ୍ବର ପଞ୍ଜିକରଣ କରିନାହାନ୍ତି ତେବେ ଆପଣଙ୍କୁ ଏହି କାମ ୩୦ ନଭେମ୍ବର ସୁଦ୍ଧା କରିନେବା ଉଚିତ୍। ନଚେତ ଡିସେମ୍ବର ୧ରେ ଆପଣଙ୍କ ନେଟ ବ୍ୟାଙ୍କିଙ୍ଗ ସେବା କଟିଯାଇପାରେ। ସେହିପରି ଦ୍ୱିତୀୟ ନିୟମଟି ହେଉଛି ଯଦି ଆପଣଙ୍କର ଏସ୍ବିଆଇ ବଡି ୱାଲେଟ୍ରେ କିଛି ପଇସା ଅଛି ତେବେ ତୁରନ୍ତ ଏହାକୁ ଉଠାଇ ନିଅନ୍ତୁ।
କାରଣ ୩୦ ନଭେମ୍ବର ପରେ ୱାଲେଟ ବନ୍ଦ ହୋଇ ଯିବ। ଏନେଇ ଏସ୍ବିଆଇ ପକ୍ଷରୁ କୁହାଯାଇଛି ଯେ, ଗ୍ରାହକମାନଙ୍କର ଯେଉଁ ବାଲାନ୍ସ ଏହି ୱାଲେଟ୍ରେ ରହିଛି ଏହାକୁ ତୁରନ୍ତ ଉଠାଇନେବାକୁ ପରାମର୍ଶ ଦିଆଯାଇଛି। ତେବେ ତୃତୀୟ ନିୟମଟି ହେଉଛି ଯଦି ଆପଣ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ପେନ୍ସନ ନେଉଛନ୍ତି ତେବେ ଆପଣଙ୍କୁ ୩୦ ନଭେମ୍ବର ସୁଦ୍ଧା ଆପଣଙ୍କୁ ବ୍ୟାଙ୍କରେ ଜୀବନ ପ୍ରମାଣପତ୍ର ପୈଠ କରିବାକୁ ପଡ଼ିବ। ଯଦି ଆପଣ ଏହା ନକରନ୍ତି ତେବେ ଡିସେମ୍ବର ମାସରେ ଆପଣଙ୍କ ପେନ୍ସନ ବନ୍ଦ ହୋଇଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।