ଋଣ ଉପରେ ଏସବିଆଇର ପାର୍ବଣ ଅଫର, ଜାଣନ୍ତୁ କ‘ଣ ରହିଛି ସୁବିଧା

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଦେଶର ଅର୍ଥନୀତି ସଙ୍କଟରେ ପଡ଼ିଛି। ସବୁ ଦ୍ରବ୍ୟ ଓ ସେବାର ଚାହିଦା ଆଶାତୀତ ଭାବେ ହ୍ରାସ ପାଇଛି। ତେବେ ଆଗାମୀ ପାର୍ବଣ ଋତୁରେ ଏହି ଚାହିଦାକୁ ପୁଣି ଫେରାଇ ଆଣିବାକୁ ଅନେକ ଅର୍ଥନୀତିକ ସଂସ୍ଥା ଋଣ ପାଇଁ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଲୋଭନୀୟ ଅଫର ଦେବା ଆରମ୍ଭ କରିଛନ୍ତି। ଏହିକ୍ରମରେ ଦେଶର ଲୋକଙ୍କୁ ସବୁଠାରୁ ଅଧିକ ଋଣ ଦେଉଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ଗ୍ରାହାକମାନଙ୍କୁ ଏକ ଅଫର୍ […]

s

Hemant Lenka
  • Published: Monday, 28 September 2020
  • , Updated: 28 September 2020, 08:18 PM IST

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଦେଶର ଅର୍ଥନୀତି ସଙ୍କଟରେ ପଡ଼ିଛି। ସବୁ ଦ୍ରବ୍ୟ ଓ ସେବାର ଚାହିଦା ଆଶାତୀତ ଭାବେ ହ୍ରାସ ପାଇଛି। ତେବେ ଆଗାମୀ ପାର୍ବଣ ଋତୁରେ ଏହି ଚାହିଦାକୁ ପୁଣି ଫେରାଇ ଆଣିବାକୁ ଅନେକ ଅର୍ଥନୀତିକ ସଂସ୍ଥା ଋଣ ପାଇଁ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଲୋଭନୀୟ ଅଫର ଦେବା ଆରମ୍ଭ କରିଛନ୍ତି।

ଏହିକ୍ରମରେ ଦେଶର ଲୋକଙ୍କୁ ସବୁଠାରୁ ଅଧିକ ଋଣ ଦେଉଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ଗ୍ରାହାକମାନଙ୍କୁ ଏକ ଅଫର୍ ଦେଇଛି। ବ୍ୟାଙ୍କ ଏହାର ୟୋନୋ ଆବେଦନ ପ୍ଲାଟଫର୍ମ ମାଧ୍ୟମରେ ଅଟୋ, ସୁନା ଓ ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରୁଥିବା ଲୋକଙ୍କ ପାଇଁ ପୂର୍ବରୁ ଲାଗୁ ହେଉଥିବା ସମସ୍ତ ପ୍ରକାରର ପ୍ରୋସେସିଂ ଫି’ରେ ଶତ ପ୍ରତିଶତ ଛାଡ଼ କରିବାକୁ ଘୋଷଣା କରିଛି।

ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଅନୁମୋଦନ ହୋଇଥିବା ପ୍ରକଳ୍ପ ଗୁଡ଼ିକରେ ଗୃହ ନିର୍ମାଣକାରୀଙ୍କ ପାଇଁ ଋଣ ଉପରେ ପ୍ରୋସେସିଂ ଫି’ ସମ୍ପୂର୍ଣ୍ଣ ଛାଡ଼ ହେବ ବୋଲି ବ୍ୟାଙ୍କ କହିଛି। ମନୋନୀତ ଗ୍ରାହକଙ୍କୁ ବ୍ୟାଙ୍କ ୧୦  ବିପିଏସ୍ ପର୍ଯ୍ୟନ୍ତ ସୁଧ ହାରରେ ରିହାତି ପ୍ରଦାନ କରୁଛି। ଏହା କ୍ରେଡିଟ୍ ସ୍କୋର ଉପରେ ଆଧାରିତ ହେବ।

ଏଥିସହ, ଗୃହ ନିର୍ମାଣକାରୀମାନେ ଯଦି ଏସବିଆଇର ୟୋନୋ ପ୍ଲାଟଫର୍ମ ମାଧ୍ୟମରେ ଋଣ ପାଇଁ ଆବେଦନ କରନ୍ତି, ତେବେ ୫ ବିପିଏସ୍ ସୁଧ ରିହାତି ମଧ୍ୟ ପାଇପାରିବେ। ସୁନା ଋଣ ପାଇଁ ଆବେଦନ କରୁଥିବା ଗ୍ରାହକମାନେ ୩୬ ମାସ ପର୍ଯ୍ୟନ୍ତ ସୁଧ ହାରରେ ୭.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପରିଶୋଧର ବିକଳ୍ପ ପାଇବେ। ବ୍ୟକ୍ତିଗତ ଋଣ ପାଇଁ ସୁଧ ହାର ୯.୬ ପ୍ରତିଶତରୁ କମ୍ ରହିବ ବୋଲି ବ୍ୟାଙ୍କର ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

Related story