ବିଦେଶ ଯିବାକୁ କାର୍ତ୍ତିଙ୍କୁ ଅନୁମତି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କୁ ଆଜି ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସେ ଆସନ୍ତା ଦୁଇ ସପ୍ତାହ ପାଇଁ ବିଦେଶ ଯିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଫ୍ରାନ୍ସ ଓ ଲଣ୍ଡନରେ ହେବାକୁ ଥିବା ଟେନିସ ଟୁର୍ଣ୍ଣାମେଣ୍ଟ ପାଇଁ କାର୍ତ୍ତି ବିଦେଶ ଯିବାକୁ ଚାହୁଁଥିବା ସୁପ୍ରିମକୋର୍ଟଙ୍କ ନିକଟରେ ଦସ୍ତାବିଜ ଦାଖଲ କରିଥିଲେ। କୋର୍ଟ ଏହାର ଶୁଣାଣି କରି କାର୍ତ୍ତିଙ୍କୁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ହେଲେ ଏଥିପାଇଁ କାର୍ତ୍ତିକୁ […]

w

Hemant Lenka
  • Published: Friday, 14 February 2020
  • , Updated: 14 February 2020, 03:38 PM IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କୁ ଆଜି ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସେ ଆସନ୍ତା ଦୁଇ ସପ୍ତାହ ପାଇଁ ବିଦେଶ ଯିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଫ୍ରାନ୍ସ ଓ ଲଣ୍ଡନରେ ହେବାକୁ ଥିବା ଟେନିସ ଟୁର୍ଣ୍ଣାମେଣ୍ଟ ପାଇଁ କାର୍ତ୍ତି ବିଦେଶ ଯିବାକୁ ଚାହୁଁଥିବା ସୁପ୍ରିମକୋର୍ଟଙ୍କ ନିକଟରେ ଦସ୍ତାବିଜ ଦାଖଲ କରିଥିଲେ।

କୋର୍ଟ ଏହାର ଶୁଣାଣି କରି କାର୍ତ୍ତିଙ୍କୁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ହେଲେ ଏଥିପାଇଁ କାର୍ତ୍ତିକୁ ରେଜିଷ୍ଟ୍ରିଙ୍କ ନିକଟରେ ୧୦ କୋଟି ଟଙ୍କାର ସ୍ୟୁରିଟି ଦାଖଲ କରିବାକୁ କହିଛନ୍ତି। ସ୍ୟୁରିଟି ଅର୍ଥ ଜମା କରିବା ପରେ ହିଁ ତାଙ୍କୁ ବିଦେଶ ଯିବାକୁ ଅନୁମତି ମିଳିବ।

ରାଜନୀତି ବ୍ୟତୀତ ଟେନିସ ଜଗତ ପ୍ରତି ମଧ୍ୟ କାର୍ତ୍ତିଙ୍କ ଦୁର୍ବଳତା ରହିଛି। ସେ ଅଲ ଇଣ୍ଡିଆ ଟେନିସ ଆସୋସିଏସନ୍‌ର ଉପ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି। ଏପରି କି ସେ ସ୍ପେନରେ ୧୫ କୋଟି ଟଙ୍କା ବ୍ୟୟରେ ଟେନିସ୍‌ କୋର୍ଟ କିଣିଥିବା ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଣିବାକୁ ପାଇଛି। ଏୟାରସେଲ ମ୍ୟାକ୍ସିସ ଦୁର୍ନୀତି ଘଟଣାରେ ତାଙ୍କ ନାଁରେ ସିବିଆଇ ଓ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରିଛନ୍ତି।

Related story